ଭୁବନେଶ୍ୱର: ଓଡ଼ିଶାର କେନ୍ଦୁଝର ଜିଲାର କଟାମାଟି ଲୁହାପଥର ଖଣି ଆଖପାଖରେ ଥିବା ଗ୍ରାମଗୁଡ଼ିକର ଅନେକ ସ୍ଥାନୀୟ ବାସିନ୍ଦାଙ୍କ ଅନ୍ୟତମ ପ୍ରାଥମିକ ବୃତି ହେଉଛି ପନିପରିବା ଚାଷ। ପନିପରିବା ଚାଷର ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ପଦ୍ଧତି ଏବଂ ବ୍ୟବହାର କରାଯାଉଥିବା ବିହନର ଗୁଣାତ୍ମକ ମାନ। ଏହି ସ୍ଥାନୀୟ ଚାଷୀମାନଙ୍କ ଉତ୍ପାଦିତ ସାମଗ୍ରୀର ମାନରେ ଉନ୍ନତି ଆଣିବା ଏବଂ ସେମାନଙ୍କ ଆୟ ବଢ଼ାଇବ ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନ ଅନେକ ଅଭିଯାନର ନେତୃତ୍ୱ ନେଉଛି। ବିଗତ ଦୁଇ ବର୍ଷରେ ଏହି ପଦକ୍ଷେପଗୁଡ଼ିକ ଯୋଗୁଁ ୮୬୦ରୁ ଅଧିକ ପରିବାର ଓ ୮୫ରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍ଏଚଜି) ଉପକୃତ ହୋଇଛି।
ପୁଂଖାନୁପୁଂଖ ଗବେଷଣା ଓ ଅନୁଶୀଳନ କରି ଟାଟା ଷ୍ଟିଲ୍ ଫାଉଣ୍ଡେସନର ସଦସ୍ୟମାନେ ଏହି ଅଂଚଳର କୃଷି ଉତ୍ପାଦନ ବଢ଼ାଇବା ପାଇଁ ସଠିକ୍ ପଦ୍ଧତି ଓ ସମ୍ବଳ ଚିହ୍ନଟ କରିଛନ୍ତି। ସ୍ଥାନୀୟ ଚାଷୀମାନଙ୍କୁ ଅର୍ଗାନିକ ଫାର୍ମିଂ, ଅର୍ଗାନିକ୍ ମାନ୍ୟୁର୍, କିଟନାଶକ ବ୍ୟବହାର ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି ଏବଂ ସେମାନଙ୍କୁ ପନିପରିବା ଚାଷ ପାଇଁ ଉଚ୍ଚ ମାନର ବିହନ ଯୋଗାଇ ଦିଆଯାଉଛି ଯାହା ଟାଟା ଷ୍ଟିଲ୍ ଫାଉଣ୍ଡେସନ ଗ୍ରହଣ କରୁଥିବା ପଦକ୍ଷେପ କେନ୍ଦ୍ର ସ୍ଥଳରେ ରହିଛି।
କୁଲଡୁମ ଗ୍ରାମର ବାସିନ୍ଦା ତଥା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାଳତୀ ମହନ୍ତ ଛତୁ ଚାଷ ଏବଂ କିଚେନ୍ ଗାର୍ଡେନ୍ ମାଧ୍ୟମରେ ଏକାକୀ ନିଜ ପରିବାରକୁ ସହାୟତା ପ୍ରଦାନ କରୁଛନ୍ତି। ସେ କହିଛନ୍ତି ଯେ, “ବିଗତ କିଛି ବର୍ଷ ଭିତରେ ମୁଁ ଟାଟା ଷ୍ଟିଲ୍ ଠାରୁ ଗୁଣାତ୍ମକ ମାର୍ଗଦର୍ଶନ ଓ ଉନ୍ନତ ବିହନ ପାଇଛି। ପନିପରିବା ଚାଷର ଅନେକ ଲାଭ ରହିଛି। ଆପଣ ବର୍ଷତମାମ ସତେଜ ପନିପରିବା ପାଇବେ ଏବଂ ଅତିରିକ୍ତ ଉତ୍ପାଦିତ ସାମଗ୍ରୀ ବିକ୍ରି କରି ଟଙ୍କା ରୋଜଗାର କରିପାରିବେ। ମୁଁ ଅତିରିକ୍ତ ଉତ୍ପାଦିତ ସାମଗ୍ରୀ ବିକ୍ରି କରି ୩୦,୦୦୦ ଟଙ୍କାରୁ ଅଧିକ ରୋଜଗାର କରିଛି। କୁଲଡୁମ, ମହାଦେବସନା, ଜାମକୁଣ୍ଡିୟା, ମୁର୍ଗବେରା, ପୁଟୁଗାଁ ଏବଂ କଟାମାଟି ଲୁହାପଥର ଖଣିର ଆଖପାଖା ଅଂଚଳର ଅନ୍ୟ ଗ୍ରାମଗୁଡ଼ିକ ଛତୁ ଚାଷ ଜରିଆରେ ଉପକୃତ ହୋଇଛନ୍ତି।
ଚଳିତ ଆର୍ଥିକ ବର୍ଷ ବର୍ତମାନ ସୁଦ୍ଧା ୬୦୦ରୁ ଅଧିକ ଚାଷୀଙ୍କୁ ସେମାନଙ୍କ ପନିପରିବା ଚାଷରେ ଉନ୍ନତି ଆଣିବା ଲାଗି ସମ୍ବଳ ଯୋଗାଇ ଦିଆଯାଇଥିବା ବେଳେ ୫୩ ସ୍ୱୟଂ ସହାୟକ ଗୋଷ୍ଠୀ ଛତୁ ଚାଷ କରୁଛନ୍ତି। ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ଗ୍ରହଣ କରାଯାଉଥିବା ପଦକ୍ଷେପଗୁଡ଼ିକର ପ୍ରମୁଖ ଲକ୍ଷ୍ୟ ହେଉଛି ଉତ୍ପାଦକତା ଓ ଅମଳରେ ଉନ୍ନତି ଆଣିବା, ଶୁଖିଲା ଭୂମି ଚାଷରେ ଉନ୍ନତି ଓ ଜଳସେଚନ ସୁବିଧା, ଅନାବାଦି ଜମି ବିକଶିତ କରିବା ଏବଂ କୌଶଳ ଭିତିକ ପ୍ରଶିକ୍ଷଣ ଜରିଆରେ ସମାଜର ଦକ୍ଷତା ବଢ଼ାଇବା ଯାହା କଟାମାଟି ଆଖାପାଖ ଅଂଚଳର ଗ୍ରାମଗୁଡ଼ିକର ଚାଷୀମାନଙ୍କ ପାଇଁ ନିରନ୍ତର ଜୀବନଜୀବିକା ବିକଶିତ କରିବାରେ ସହାୟକ ହୋଇଛି।