News

ଜାଡର ମାଡ଼ରେ ଥରୁଛି ଓଡ଼ିଶା, ୧୧ ଡିଗ୍ରୀ ତଳେ ୮ ସହର

ପ୍ରଚଣ୍ଡ ଜାଡର ମାଡ଼ରେ ଥରୁଛି ଓଡ଼ିଶା । ଉପାନ୍ତରୁ ଉପକୂଳ ସବୁଠି ଅସହ୍ୟ ଜାଡ଼ । ୧୧ଡିଗ୍ରୀ ତଳକୁ ଖସିଛି ରାଜ୍ୟର ୮ଟି ସହରର ତାପମାତ୍ରା ।

18 December, 2021 12:40 PM IST By: Sudesna Nayak

ପ୍ରଚଣ୍ଡ ଜାଡର ମାଡ଼ରେ ଥରୁଛି ଓଡ଼ିଶା । ଉପାନ୍ତରୁ ଉପକୂଳ ସବୁଠି ଅସହ୍ୟ ଜାଡ଼ । ୧୧ଡିଗ୍ରୀ ତଳକୁ ଖସିଛି ରାଜ୍ୟର ୮ଟି ସହରର ତାପମାତ୍ରା । ସେହିପରି ୨୩ ସହରର ପାରା ୧୫ ଡିଗ୍ରୀ ତଳେ ରହିଛି । ୬.୫ଡିଗ୍ରୀ ସହିତ ଦାରିଙ୍ଗବାଡ଼ି ସବୁଠୁ ଥଣ୍ଡା ସହର ହୋଇଛି ।

ରାଜ୍ୟରେ ବଢୁଛି ଶୀତ ପ୍ରବାହ । ସେହିପରି କହିବାକୁ ଗଲେ ଫୁଲବାଣୀରେ ୭.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଏଥିସହିତ କୋରାପୁଟରରେ ତାପମାତ୍ରା ୯ ଡିଗ୍ରୀ ରହିଥିବା ବେଳେ ଟିଟଲାଗଡ଼ ୯.୩ ଡିଗ୍ରୀ, ଝାରସୁଗୁଡା ଓ କେନ୍ଦୁଝର ୯.୬ ଡିଗ୍ରୀ, ସୁନ୍ଦରଗଡ଼ ଓ ଭବାନୀପାଟଣାରେ ୧୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

କହିବାକୁ ଗଲେ, ଟୁଇନ ସିଟିରେ ଗତକାଲି ରାତିର ତାପମାତ୍ରା ରହିଥିଲା ୧୨ ଡିଗ୍ରୀ । ତେବେ ଆସନ୍ତା ୨ ଦିନ ପରେ ସ୍ଥିତି ଆହୁରି ସଙ୍ଗୀନ ହେବ ବୋଲି ଜଣାପଡିଛି । ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁସାରେ ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ଜାରି ରହିବ ଶୀତ ଲହରୀ । ଆଗକୁ ଆହୁରି ଅଧିକ ପାରା ଖସିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର । ଆଗକୁ ଆହୁରି ଥଣ୍ଡା ବଢିବାର ଆକଳନ ସମସ୍ତଙ୍କୁ ଚିନ୍ତାରେ ପକାଇଲାଣି ।

ବର୍ତ୍ତମାନ ଓଡ଼ିଶା ଉପରେ କୌଣସି ସିଷ୍ଟମ ନଥିବାରୁ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ ।

ଏବେ ତ ଉତ୍ତର-ପଶ୍ଚିମ ତଥା ଉତ୍ତର ଦିଗରୁ ଓଡ଼ିଶାକୁ ଶୁଷ୍କ ଏବଂ ଥଣ୍ଡା ବାୟୁ ପ୍ରବାହ ଧିରେ ଧିରେ ଶକ୍ତିଶାଳୀ ହେଉଥିବାରୁ ଉପାନ୍ତରୁ ଉପକୂଳ ସବୁଠି ତାପମାତ୍ରା କମିବା ସହ ପ୍ରବଳ ଜାଡ ହେବ ବୋଲି ସତର୍କ କରାଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସଂନ୍ଧ୍ୟା ପରଠାରୁ ବିନା ଶୀତ ବସ୍ତ୍ରରେ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ମଧ୍ୟ ଦିଆଯାଇଛି ।

ରାଜ୍ୟରେ ବଢୁଛି ଶୀତ, ୧୯ ରୁ ୨୫ ଯାଏଁ ଥରିବେ ରାଜ୍ୟବାସୀ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)