News

ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟରେ ଜି-20ର ସ୍ୱତନ୍ତ୍ର କର୍ମଶାଳା,କୃଷିକ୍ଷେତ୍ରରେ ଡ୍ରୋନର ବିକାଶକୁ ଗୁରୁତ୍ୱ

ସେଞ୍ଚୁରିଅନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ ଦ୍ୱାରl " କୃଷି କ୍ଷେତ୍ରରେ ଡ୍ରୋନ୍ ପ୍ରୟୋଗ " ଜନ ଭାଗିଦାରୀ (JAN BHAGIDARI) ଇଭେଣ୍ଟ, "G20 ପ୍ରେସିଡେନ୍ସି" ଅଧୀନରେ 16 ଏପ୍ରିଲ 2023 ବର୍ଷରେ ଉପାଲଡା, ଗୋସାଣି, ଗଜପତିଠାରେ ଅନୁଷ୍ଠିତ ହୋଇଯାଇଛି

02 May, 2023 12:25 PM IST By: Omkar Mohanty

ସେଞ୍ଚୁରିଅନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ କେବଳ ନିଜର ଛାତ୍ରଛାତ୍ରୀମାନଙ୍କୁ ପାଠପଢାଇବା ନୁହେଁ , ନୂତନ ଜ୍ଞାନ କୌଶଳ ,ନୂଆ ନୂଆ ଗବେଷଣା ,କର୍ମଶାଳା ,ସେମିନାର ସହିତ ବହୁ ବ୍ୟବହାରିକ ଅଧିବେଶନ ଦ୍ୱାରା ଛାତ୍ରଛାତ୍ରୀମାନେ କିପରି ନିଜର ସର୍ବାଙ୍ଗୀନ ବିକାଶ କରିପାରିବେ ସେ ସମ୍ପର୍କରେ ସଦା ସର୍ବଦା ପ୍ରଚେଷ୍ଟା କରିଆସିଛି l ନିଜର କୃଷି ବିଦ୍ୟାଳୟ ତରଫରୁ କେବଳ ଛାତ୍ରଛାତ୍ରୀ ନୁହଁ ପାଖ ଅଞ୍ଚଳରେ ଥିବା ଚାଷୀ ଭାଇ ଓ ଭଉଣୀମାନଙ୍କୁ କୃଷିକାର୍ଯ୍ୟରେ ବ୍ୟବହୃତ ଯନ୍ତ୍ରପାତି ବିଷୟରେ ସୂଚନା ଏବଂ ତାଲିମ ଶିବିର ମାଧ୍ୟମରେ ସଚେତନ କରି ଆସିଛି l

ଛାତ୍ର ଛାତ୍ରୀମାନଙ୍କୁ କୃଷି କ୍ଷେତ୍ରରେ ବ୍ୟବହୃତ ନୂତନ ଜ୍ଞାନ କୌଶଳ ସମ୍ପର୍କରେ ଅବଗତ କରିବାପାଇଁ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଉପକଣ୍ଠସ୍ଥ ସେଞ୍ଚୁରିଅନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ ଦ୍ୱାରl " କୃଷି କ୍ଷେତ୍ରରେ ଡ୍ରୋନ୍ ପ୍ରୟୋଗ " ଜନ ଭାଗିଦାରୀ (JAN BHAGIDARI) ଇଭେଣ୍ଟ, "G20 ପ୍ରେସିଡେନ୍ସି" ଅଧୀନରେ 16 ଏପ୍ରିଲ 2023 ବର୍ଷରେ ଉପାଲଡା, ଗୋସାଣି, ଗଜପତିଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରାୟ 20 ଜଣ ଉପାଲଡା, ଗୋସାଣି ଅଞ୍ଚଳର କୃଷକ ଭାଇ ଏବଂ ଭଉଣୀମାନେ ଏହି କର୍ମଶାଳାରେ ଭାଗ ନେଇଥିଲେ ।

କର୍ମଶାଳାର ମୁଖ୍ୟ ଅତିଥି

G20 ପ୍ରେସିଡେନ୍ସିର ଏହି କୃଷି କ୍ଷେତ୍ରରେ ଡ୍ରୋନ୍ ପ୍ରୟୋଗ କର୍ମଶାଳାରେ ଶ୍ରୀ ଏସ୍ .ଚଲାପତି ରାଓ, ପ୍ରୋଜେକ୍ଟ ମ୍ୟାନେଜର, ଡ୍ରୋନ୍, ଜିଟିଆଇଡିଏସ୍, ଭାଇଜାଗ,ଆନ୍ଧ୍ର ପ୍ରଦେଶ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ | ଡକ୍ଟର ସୌରଭ ବର୍ମନ , ଆସୋସିଏଟ୍ ପ୍ରଫେସର, CUTM, ଓଡିଶା ଯୋଗଦେଇ କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପାଦନା କରିଥିଲେ l

କର୍ମଶାଳାର ଫଳାଫଳ

ଏହି ଅଧିବେଶନରେ ବିଭିନ୍ନ ପ୍ରକାରର ଡ୍ରୋନ୍ ବିଷୟରେ ମୌଳିକ ଜ୍ଞାନ ଏବଂ ବୈଷୟିକ ବିବରଣୀ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା l ଡ୍ରୋନ୍ ଜରିଆରେ ଫସଲ ଆକଳନ, ସାର ସିଞ୍ଚନ, ଜମି ରେକର୍ଡର ଡିଜିଟାଲାଇଜେସନ, କୀଟ ଏବଂ ପୁଷ୍ଟି ସାଧନ କରିବା ଉଦେଶ୍ୟରେ ଆଲୋକପାତ କରାଯାଇଥିଲା l ଡ୍ରୋନ୍ଗୁଡିକ , ଖଣି ଏବଂ ନିର୍ମାଣ ଶିଳ୍ପ, ସାମରିକ ଏବଂ ଆମୋଦ ବ୍ୟବସାୟରେ ବ୍ୟବସାୟ ଦ୍ୱାରା ବ୍ୟବହୃତ ହୋଇଆସିଛି ,କିନ୍ତୁ ବର୍ତ୍ତମାନ ଡ୍ରୋନ୍ ଟେକ୍ନୋଲୋଜି ଅଧିକ ବ୍ୟାପକ ଭାବରେ ଉପଲବ୍ଧ ହେଉଛି, ଏହା ଅନେକ କୃଷି କ୍ଷେତ୍ରରେ ମଧ୍ୟ ବ୍ୟବହୃତ ହୋଇପାରେ | ମୃତ୍ତିକା ପରୀକ୍ଷଣ ଏବଂ କ୍ଷେତ୍ର ବିଶ୍ଳେଷଣ ଠାରୁ ଆରମ୍ଭ କରି ଫସଲ ମନିଟରିଂ, ପଶୁପାଳନ ପରିଚାଳନା, ଫସଲ ସ୍ୱାସ୍ଥ୍ୟ ଯାଞ୍ଚ, ଜିଓଫେନ୍ସିଙ୍ଗ୍ ପର୍ଯ୍ୟନ୍ତ କୃଷିକାର୍ଯ୍ୟକୁ ଡ୍ରୋନ କମ ସମୟରେ ସୁଚାରୁରୂପେ କିପରି ସମ୍ପାଦନା କରିପାରିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା l

 

ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟରେ ଜି-20ର ସ୍ୱତନ୍ତ୍ର କର୍ମଶାଳା ,ପ୍ରଯୁକ୍ତି ବିଦ୍ୟାକୁ ଗୁରୁତ୍ୱ

ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟରେ ଜି-20ର ସ୍ୱତନ୍ତ୍ର କର୍ମଶାଳା,ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶକୁ ଗୁରୁତ୍ୱ

 

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)