News

ଓଡ଼ିଶା ଯୁବପିଢିଙ୍କ ଆଇକନ୍ ସୂର୍ଯ୍ୟବଂଶୀ ସୁରଜ

ବିଧାନସଭା ନିର୍ବାଚନରେ ଜିତି ବାପାଙ୍କ ଗଡ ରକ୍ଷା କରିଛନ୍ତି । ଓଡ଼ିଶା ଯୁବପିଢିଙ୍କ ଆଇକନ୍ ସାଜିଛନ୍ତି ସୂର୍ଯ୍ୟବଂଶୀ ସୁରଜ l

24 June, 2024 1:45 PM IST By: Tanushree Mahapatra

ଚଳିତ ସାଧାରଣ ନିର୍ବାଚନ ୨୦୨୪ ଧାମନଗରରୁ ବିଜୟୀ ହେଲେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ । ତାଙ୍କ ବିପକ୍ଷରେ ବିଜେଡି ପ୍ରାର୍ଥୀ ସଞ୍ଜୟ ଦାସଙ୍କୁ ହରାଇଲେ । ସର୍ବମୋଟ ୭ ହଜାର ୯୩୧ ଭୋଟରେ ସଞ୍ଜୟ ଦାସଙ୍କୁ ହରାଇଲେ ସୂର୍ଯ୍ୟବଂଶୀ । ୨୦୧୯ରେ ଏହି ଆସନରୁ ବିଜୟୀ ହୋଇ ବିଧାୟକ ହୋଇଥିଲେ ସୂର୍ଯ୍ୟବଂଶୀ ସୁରଜଙ୍କ ବାପା ବିଷ୍ଣୁ ସେଠୀ । ହେଲେ ନିଜ ପିତା ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଉପ ନିର୍ବାଚନରେ ଭଦ୍ରକ ଧାମନଗରରୁ ବିଜୟୀ ହୋଇଥିଲେ । ଏବେ ବିଧାନସଭା ନିର୍ବାଚନରେ ଜିତି ବାପାଙ୍କ ଗଡ ରକ୍ଷା କରିଛନ୍ତି । ଓଡ଼ିଶା ଯୁବପିଢିଙ୍କ ଆଇକନ୍ ସାଜିଛନ୍ତି ସୂର୍ଯ୍ୟବଂଶୀ ସୁରଜ l

ସର୍ବକନିଷ୍ଠ ସ୍ବାଧୀନ ରାଷ୍ଟ୍ରମନ୍ରୀ ଭାବେ ସୂର୍ଯ୍ୟବଂଶୀ ସୁରଜ ସ୍ଥିତପ୍ରଜ୍ଞାଙ୍କୁ କ୍ରୀଡା, ଯୁବ ବ୍ୟାପାର ଓ ଗଣଶିକ୍ଷା ବିଭାଗ ପ୍ରଦାନ କରାଯାଇଛି ସରକାରଙ୍କ ତରଫରୁ । ଆଜିକୁ ପ୍ରାୟତଃ ଦୀର୍ଘ ୧୬ ବର୍ଷର ବ୍ୟବଧାନ ପରେ ଧାମନଗରକୁ ମିଳିଛି ମନ୍ରୀ ପଦ। ପିତାଙ୍କର ଅକାଳ ବିୟୋଗ ପରେ ୨୦୨୨ ମସିହା ନଭେମ୍ବର ମାସରେ ହୋଇଥିବା ଧାମନଗର ଉପନିର୍ବାଚନରେ ସୁରଜ ବିଜେପିର ପ୍ରାର୍ଥୀ ହୋଇଥିଲେ l ବିଜେଡିର ପ୍ରାର୍ଥୀନି ଅବନ୍ତୀ ଦାସଙ୍କୁ ସେତେବେଳେ ୯୮୮୧ ଭୋଟ୍ ବ୍ୟବଧାନରେ ପରାଜିତ କରିଥିଲେ l ବିଜୟୀଲାଭ କରି ଓଡ଼ିଶାରେ ଚର୍ଚ୍ଚର କେନ୍ଦ୍ରବିନ୍ଦୁ ପାଲଟିଥିଲେ।

ବିଧାନସଭାରେ ମାତ୍ର ୨୭ ବର୍ଷ ବୟସରେ ସର୍ବକନିଷ୍ଠ ବିଧାୟକ ଭାବେ ସେ ସାମିଲ ହୋଇଥିଲେ l ଶାସକ ଦଳର ବିଭିନ୍ନ ପ୍ରସଙ୍ଗ ଉପରେ ସେ ସମାଲୋଚନା ମୂଳକ ମନ୍ତବ୍ୟ ଦେଇ ଯୁବପିଢିଙ୍କ ଆଇକନ ସାଜିଥିଲେ। ସୂର୍ଯ୍ୟବଂଶୀଙ୍କର ଛାତ୍ର ଜୀବନ ଆରମ୍ଭ ହୋଇଥିଲା ଭଦ୍ରକ ନୂଆବଜାରସ୍ଥିତ ମଞ୍ଜୁଳ ମଞ୍ଜରୀ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରୁ। ଏହାପରେ ଭୁବନେଶ୍ବରସ୍ଥିତ ସୋଆ ବିଶ୍ବବିଦ୍ୟାଳୟରେ ନିଜ ବିଟେକ୍ ପଢ଼ା କରିବା ପରେ ଫକୀର ମୋହନ ବିଶ୍ବବିଦ୍ୟାଳୟ ଅଧୀନରେ ଆଇନ୍ ଶିକ୍ଷାରେ ସେ ସ୍ନାତକ ହାସଲ କରିଛନ୍ତି ।

ତାଙ୍କର ଏହି ମନ୍ରୀ ପଦ ମିଳିବା ଖୁସିରେ କେବଳ ଧାମନଗର ନୁହେଁ, ସମ୍ପୂର୍ଣ୍ଣ ଭଦ୍ରକ ଜିଲାର ବିଭିନ୍ନ ବିଜେପି ଶିବିରର ଯୁବଗୋଷ୍ଠୀଙ୍କ ମଧ୍ଯରେ ଏକ ଆନନ୍ଦର ଲହରୀ ଖେଳିଯାଇଛି । ଆଗାମୀ ଦିନରେ ସେ ନିଶ୍ଚିତ ଭାବେ ପିତାଙ୍କ ଭଳି ଜଣେ ସଫଳ ରାଜନୈତିଜ୍ଞ ହୋଇପାରିବେ ବୋଲି ସମସ୍ତଙ୍କର ଆଶା ଭରସା ରହିଛି ତାଙ୍କ ଉପରେ l  

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)