News

Mann Ki Baat: ମହୁ ଚାଷ ବିଷୟରେ କଣ କହିଲେ ମୋଦି ? ପଢନ୍ତୁ...

ହୁର ମିଠା ଆମର ଚାଷୀମାନଙ୍କର ଜୀବନକୁ ମଧ୍ୟ ବଦଳାଇଦେଉଛି, ସେମାନଙ୍କର ଆୟ ମଧ୍ୟ ବଢ଼ୁଥିବା ମୋଦି କହିଛନ୍ତି ।

31 July, 2022 4:48 PM IST By: Shuvanshu Kar

ମନ୍ କି ବାତ କାର୍ଯ୍ୟକ୍ରମରେ କୃଷି ଓ କୃଷକଙ୍କ ସମ୍ପର୍କରେ ଅନେକ କଥା କହିଛନ୍ତି ପ୍ରଧାନମନ୍ତ୍ରୀ(pm modi) । ଆମର କୃଷକ ଆଜିକାଲି ମହୁ ଉତ୍ପାଦନ(honey production)ରେ ଏପରି ହିଁ ଚମତ୍କାରିତା ଦେଖାଉଛନ୍ତି । ମହୁର ମିଠା ଆମର ଚାଷୀମାନଙ୍କର ଜୀବନକୁ ମଧ୍ୟ ବଦଳାଇଦେଉଛି, ସେମାନଙ୍କର ଆୟ ମଧ୍ୟ ବଢ଼ୁଥିବା ମୋଦି କହିଛନ୍ତି ।

ହରିୟାଣାର ଯମୁନାନଗରରେ, ଜଣେ ମହୁମାଛି ପାଳକ ବନ୍ଧୁ ସୁଭାଷ କମ୍ବୋଜ ଜୀଙ୍କ ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ସୁଭାଷ ବୈଜ୍ଞାନିକ ପଦ୍ଧତିରେ ମହୁମାଛି ପାଳନର ପ୍ରଶିକ୍ଷଣ ନେଲେ । ଏହାପରେ ସେ କେବଳ ଛଅଟି ବାକ୍ସରୁ ନିଜର କାମ ଆରମ୍ଭ କରିଥିଲେ । ଆଜି ସେ ପ୍ରାୟ ଦୁଇ ହଜାର ବାକ୍ସରେ ମହୁମାଛି ପାଳନ କରୁଛନ୍ତି । ତାଙ୍କର ମହୁ ଅନେକ ରାଜ୍ୟକୁ ଯୋଗାଣ ହୋଇଥାଏ ।

ସେହିପରି ଜାମ୍ମୁର ପଲ୍ଲୀ ଗାଁରେ ବିନୋଦ କୁମାର ମଧ୍ୟ ଦେଢ଼ ହଜାରରୁ ଅଧିକ କଲୋନିରେ ମହୁମାଛି ପାଳନ କରୁଛନ୍ତି । ସେ ଗତବର୍ଷ ରାଣୀ ମହୁମାଛି ପାଳନର ପ୍ରଶିକ୍ଷଣ ନେଇଛନ୍ତି । ଏହି କାମରେ ସେ ପ୍ରତିବର୍ଷ ୧୫ରୁ ୨୦ ଲକ୍ଷ ଟଙ୍କା ରୋଜଗାର କରୁଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।

କର୍ଣ୍ଣାଟକରେ ଆଉ ଜଣେ ଚାଷୀ ଅଛନ୍ତି, ମଧୁକେଶ୍ୱର ହେଗଡେ । ମଧୁକେଶ୍ୱର କହନ୍ତି ଯେ ସେ ଭାରତ ସରକାରଙ୍କଠାରୁ ୫୦ ମହୁମାଛି କଲୋନି ପାଇଁ ରିଆତି ଟଙ୍କା ନେଇଥିଲେ । ଆଜି ତାଙ୍କ ପାଖରେ ୮୦୦ରୁ ଅଧିକ କଲୋନୀ ଅଛି ଏବଂ ସେ ଅନେକ ଟନ୍ ମହୁ ବିକ୍ରି କରନ୍ତି । ସେ ନିଜ କାମରେ ନୂତନତା ଆଣିଛନ୍ତି ଏବଂ ସେ ଜାମୁକୋଳି ପ୍ରସ୍ତୁତ ମହୁ, ତୁଳସୀ ମହୁ, ଅଁଳା ମହୁ ଭଳି ଉଦ୍ଭିଦଯୁକ୍ତ ମହୁ ଉତ୍ପାଦନ କରୁଛନ୍ତି । ମଧୁକେଶ୍ୱର ମହୁ ଉତ୍ପାଦନରେ ଆପଣଙ୍କ ସୃଜନଶୀଳତା ଏବଂ ସଫଳତା, ଆପଣଙ୍କ ନାମକୁ ମଧ୍ୟ ସାର୍ଥକ କରୁଥିବା ମୋଦି କହିଛନ୍ତି ।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଆମର ପାରମ୍ପରିକ ସ୍ୱାସ୍ଥ୍ୟ ବିଜ୍ଞାନରେ ମହୁକୁ କେତେ ଗୁରୁତ୍ୱ ଦିଆଯାଇଛି । ଆୟୁର୍ବେଦ ଗ୍ରନ୍ଥରେ ତ ମହୁକୁ ଅମୃତ ବୋଲି କୁହାଯାଇଛି । ମହୁ, କେବଳ ଆମକୁ ସୁସ୍ୱାଦ ଦିଏ ନାହିଁ, ବରଂ ଆରୋଗ୍ୟ ମଧ୍ୟ କରିଥାଏ । ମହୁ ଉତ୍ପାଦନରେ ଆଜି ଏତେ ଅଧିକ ସମ୍ଭାବନା ରହିଛି ଯେ ପେସାଦାର ଶିକ୍ଷା ଗ୍ରହଣକାରୀ ଯୁବଗୋଷ୍ଠୀ ମଧ୍ୟ ଏହାକୁ ସ୍ୱରୋଜଗାର ପନ୍ଥା କରୁଛନ୍ତି । ଏପରି ଜଣେ ଯୁବକ ହେଲେ ୟୁପିର ଗୋରଖପୁର ନିମିତ ସିଂହ । ନିମିତ ବି.ଟେକ୍ କରିଛନ୍ତି । ତାଙ୍କ ବାପା ମଧ୍ୟ ଜଣେ ଡାକ୍ତର, କିନ୍ତୁ ପାଠପଢ଼ା ପରେ ଚାକିରି ପରିବର୍ତ୍ତେ ନିମିତ୍ ସ୍ୱରୋଜଗାରର ନିଷ୍ପତି ନେଲେ । ସେ ମହୁ ଉତ୍ପାଦନ କାମ ଆରମ୍ଭ କଲେ । ମାନ ପରୀକ୍ଷା ପାଇଁ ଲକ୍ଷ୍ନୌରେ ନିଜର ଏକ ପରୀକ୍ଷାଗାର ମଧ୍ୟ ପ୍ରତିଷ୍ଠା କଲେ ।

ନିମିତ ଏବେ ମହୁ ଓ ମହୁମାଛି ମହମରୁ ବହୁତ ଭଲ ରୋଜଗାର କରୁଛନ୍ତି ଏବଂ ବିଭିନ୍ନ ରାଜ୍ୟକୁ ଯାଇ ଚାଷୀମାନଙ୍କୁ ତାଲିମ ମଧ୍ୟ ଦେଉଛନ୍ତି । ଏପରି ଯୁବକମାନଙ୍କ ପରିଶ୍ରମ ଦ୍ୱାରା ହିଁ ଆଜି ଦେଶ ଏତେ ବଡ଼ ମହୁ ଉତ୍ପାଦକ ହୋଇପାରୁଛି । ଆପଣଙ୍କୁ ଜାଣି ଖୁସି ଲାଗିବ ଯେ ଦେଶରେ ମହୁର ରପ୍ତାନି ମଧ୍ୟ ବଢ଼ିଯାଇଛି । ଦେଶ ନେସନାଲ୍ ବୀ କିପିଂ ଆଣ୍ଡ୍ ହନି ମିସନ ଭଳି ଅଭିଯାନ ଚଳାଇଲା, ଚାଷୀମାନେ ବହୁତ ପରିଶ୍ରମ କଲେ ଏବଂ ଆମ ମହୁର ମିଠା ସାରା ଦୁନିଆରେ ପହଂଚିବାରେ ଲାଗିଲା । ବର୍ତ୍ତମାନ ଏ କ୍ଷେତ୍ରରେ ଆହୁରି ବଡ଼ ସମ୍ଭାବନା ରହିଛି । ଆମର ଯୁବଗୋଷ୍ଠୀ ଏହି ସୁଯୋଗ ସହିତ ଯୋଡ଼ିହୋଇ ତା'ର ଲାଭ ଉଠାନ୍ତୁ ଏବଂ ନୂଆ ସମ୍ଭାବନାକୁ ସାକାର କରନ୍ତୁ ବୋଲି କହିଛନ୍ତି ମୋଦି ।

ଭର୍ଚୁଆଲ୍ ହର୍ବାରିଅମ୍ କଣ ? ମାଗଣାରେ ପାଆନ୍ତୁ ବୈଜ୍ଞାନିକ ସୂଚନା

ଏହି ଜିଲ୍ଲାରେ ଦିଆଯାଉଛି ମହୁ ଚାଷ ତାଲିମ୍, ଆପଣ ବି ଉଠାନ୍ତୁ ଲାଭ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)