News

ଲଗାଣ ବର୍ଷାକୁ ନେଇ କ'ଣ କହିଲେ ବିଭାଗୀୟ ଅଧିକାରୀ ?

ବର୍ତ୍ତମାନ ରାଜ୍ୟରେ ଲଘୁଚାପ ପ୍ରଭାବରେ ଲଗାଣିଆ ବର୍ଷା ଜାରି ରହିଛି ଯାହାଦ୍ୱାରା ରାଜ୍ୟବାସୀ ହନ୍ତସନ୍ତ ହୋଇଗଲେଣି । ବର୍ଷା ପ୍ରଭାବ ଅଧିକ ଥିବାରୁ ଘରୁ ବାହାରିବା, ଯାତାୟତ କରିବାବାଧାପ୍ରାପ୍ତ ହୋଇଛି । ଜଳବନ୍ଦୀରେ ରହିଛନ୍ତି କିଛି ପରିବାର l କିଛି ଲୋକ ନିଜ ବାସସ୍ଥାନ ଛାଡ଼ି ଅନ୍ୟତ୍ର ଗଲେଣି l

02 August, 2023 1:56 PM IST By: Tanushree Mahapatra

ବର୍ତ୍ତମାନ ରାଜ୍ୟରେ ଲଘୁଚାପ ପ୍ରଭାବରେ ଲଗାଣିଆ ବର୍ଷା ଜାରି ରହିଛି ଯାହାଦ୍ୱାରା ରାଜ୍ୟବାସୀ ହନ୍ତସନ୍ତ ହୋଇଗଲେଣି । ବର୍ଷା ପ୍ରଭାବ ଅଧିକ ଥିବାରୁ ଘରୁ ବାହାରିବା,ଯାତାୟତ କରିବାବାଧାପ୍ରାପ୍ତ ହୋଇଛି । ଜଳବନ୍ଦୀରେ ରହିଛନ୍ତି କିଛି ପରିବାର l କିଛି ଲୋକ ନିଜ ବାସସ୍ଥାନ ଛାଡ଼ି ଅନ୍ୟତ୍ର ଗଲେଣି l ତେବେ ଏହାରି ମଧ୍ୟରେ ସର୍ବାଧିକ ବର୍ଷା ବୌଦ୍ଧ ଜିଲ୍ଲାରେ ରେକର୍ଡ କରାଯାଇଛି । 

ସେଠାରେ ୩୯୦.୬ ମିମିର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ସୂଚନା ଅନୁଯାୟୀ, ଅନ୍ୟପଟେ ପାଣିପାଗ ବିଭାଗ ୧୦ଟି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରିଛନ୍ତି ସତର୍କ ରହିବା ପାଇଁ  ସେଗୁଡିକ ହେଲା ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ବୌଦ୍ଧ, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର ଜିଲ୍ଲା । ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ବିଭାଗ  ।

ରାଜ୍ୟରେ ତୁହାକୁ ତୁହା ବର୍ଷା କାରଣରୁ ରାଜ୍ୟର ବିଭିନ୍ନ ନଦୀର ଜଳ ସ୍ତର ମଧ୍ୟ ବଢିବାରେ ଲାଗିଛି । ଏହାରି ସ୍ଥିତିରେ ଗଜପତି କାଶୀନଗର ଠାରେ ବିପଦ ସଂଙ୍କେତ ଟପିଛି ବଂଶଦାରା ନଦୀ  । ଅନ୍ୟପଟେ ଶ୍ରୀକାକୁଲମରେ ଥିବା ଗୋଟା ବ୍ୟାରେଜର ୧୭ଟି ଗେଟ୍ ଆନ୍ଧ୍ର ଖୋଲିବା ପରେ ଜଳସ୍ତର ମଧ୍ୟ ବୃଦ୍ଧି ପାଇଛି । ସେହିଭଳି ଅନ୍ୟପଟେ ଲଗାତାର ବର୍ଷା ପରେ ସୋନପୁର ଜିଲ୍ଲାର ବିରମହାରାଜପୁରରେ ବନ୍ୟା ପରି ପରିସ୍ଥିତି ଦେଖା ଯାଇଛି । ଲୋକ ବାସହୀନ ପରିସ୍ଥିତିରେ ରହିଛନ୍ତି l ବର୍ଷା ର ସ୍ଥିତି ଦେଖି ବିଭିନ୍ନ ଡ୍ୟାମର ଗେଟ ଗୁଡିକ ଖୋଲା ଯାଇଛି ଯେଉଁଥିପାଇଁ ରାଜ୍ୟରେ ଅନେକ ନଈ ବିପଦ ଅବସ୍ଥାରେ l

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେବା ପରେ ଏହି ଗଭୀର ଅବପାତ ସୃଷ୍ଟି ହୋଇଛି । ଯାହାଦ୍ୱାରା ବର୍ଷା ର ମାତ୍ରା ବଢିଛି l ତେବେ ଏହି ଲଘୁଚାପ ଉତ୍ତର-ବଙ୍ଗୋପସାଗର କେନ୍ଦ୍ରୀୟ ଅଂଚଳରେ କେନ୍ଦ୍ରୀଭୂତ ରହିଛି । ଏହାର ପ୍ରଭାବରେ ହିଁ ରାଜ୍ୟରେ ଲଗାଣିଆ ବର୍ଷା ଜାରି ରହିଛି । ଆଗାମୀ ୩ ଦିନ ପର୍ଯ୍ୟନ୍ତ ଏହିଭଳି ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ସୂଚନା ଅନୂଯାୟୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅତି ପ୍ରବଳ ବର୍ଷା ନେଇ ରାଜ୍ୟରେ ୧୦ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଅନ୍ୟ ୫ ଜିଲ୍ଲା ପାଇଁ ପାଇଁ ଅରେଞ୍ଜ୍‍ ୱାର୍ଣ୍ଣିଂ ଓ ୬ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ ।

ରାଜ୍ୟରେ ଜାରି ରହିଛି ଗତ ୨ରୁ ୩ ଦିନ ହେବ ଲଘୁଚାପ ପ୍ରଭାବରେ ଲଗାଣିଆ ବର୍ଷା । ଲଗାତାର ବର୍ଷା ଯୋଗୁଁ ଘରୁ ବାହାରି ହେଉନି । ଚାରିଆଡେ ପାଣିର ଲହରୀ ଭାଙ୍ଗୁଛି । ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l  ଆଜି ପ୍ରବଳ ବର୍ଷା ସମ୍ଭାବନା ଯୋଗୁଁ ରାଜ୍ୟ ସରକାର ରାଜ୍ୟର ୧୦ ଟି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରିଛନ୍ତି । ସେହି ଜିଲ୍ଲା ଗୁଡିକ ହେଲା କେନ୍ଦୁଝର, ବଲାଙ୍ଗିର, ନୂଆପଡା, କଳାହାଣ୍ଡି, ସୁବର୍ଣ୍ଣପୁର, ସମ୍ବଲପୁର, ଢେଙ୍କାନାଳ, ମୟୂରଭଞ୍ଜ, ଅନୁଗୁଳ, ବୌଦ୍ଧ । 

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)