News

ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ୱାନ ରେ ଭୁବନେଶ୍ୱର ରେ ତିନି ଘଣ୍ଟିଆ ରେଳରୋକ ଆନ୍ଦୋଳନ

ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ଆହୁତ ଦେଶବ୍ୟାପୀ 6 ଘଣ୍ଟିଆ ଶାନ୍ତିପୂର୍ଣ୍ଣ ରେଳରୋକ ଆନ୍ଦୋଳନ ଜନ ସାଧାରଣଙ୍କ ସମର୍ଥନ ଏବଂ ସହଯୋଗ ରେ ବିଭିନ୍ନ ସ୍ଥାନ ରେ ବର୍ତ୍ତମାନ ସୁଦ୍ଧା ଅବ୍ୟାହତ ରହିଛି l

21 October, 2021 2:12 PM IST By: KJ Staff

ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ଆହୁତ  ଦେଶବ୍ୟାପୀ 6 ଘଣ୍ଟିଆ ଶାନ୍ତିପୂର୍ଣ୍ଣ  ରେଳରୋକ ଆନ୍ଦୋଳନ ଜନ ସାଧାରଣଙ୍କ ସମର୍ଥନ ଏବଂ ସହଯୋଗ ରେ ବିଭିନ୍ନ ସ୍ଥାନ ରେ ବର୍ତ୍ତମାନ ସୁଦ୍ଧା ଅବ୍ୟାହତ ରହିଛି  l ଭୁବନେଶ୍ୱର ରେଳ ଷ୍ଟେସନ ରେ ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ  ଆହୁତ ଏହି ଆନ୍ଦୋଳନ ଦିନ 10 ଘଣ୍ଟା ଠାରୁ ଅପରାହ୍ନ 1 ଘଣ୍ଟା ପର୍ଯ୍ୟନ୍ତ   ଚାଲିଥିଲା l ଏହା ପରେ ସଂଯୁକ୍ତ କିଷାନ ମୋର୍ଚ୍ଚା ର ଶତାଧିକ କର୍ମୀ ଗିରଫ ହୋଇଥିଲେ l କେନ୍ଦ୍ର ସରକାର ସମସ୍ତ ଦାବିଗୁଡିକୁ ପୂରଣ କରିବା ପର୍ଯ୍ୟନ୍ତ ସଂଯୁକ୍ତ କିଷାନ ମୋର୍ଚ୍ଚା ର ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଅବ୍ୟାହତ ରହିବ ବୋଲି ଘୋଷଣା କରାଯାଇଛି l ଦେଶବ୍ୟାପୀ ଏବଂ ଓଡିଶା ରାଜ୍ୟରେ ଶାନ୍ତିପୂର୍ଣ୍ଣ ଭାବେ ରେଳରୋକ ଆନ୍ଦୋଳନ ଜନ ସାଧାରଣଙ୍କ ସମର୍ଥନ ଏବଂ ସହଯୋଗ ରେ ସଂଗଠିତ ହୋଇଛି l

ଉତ୍ତର ପ୍ରଦେଶ ଲକ୍ଷ୍ମୀପୁର ଖେରୀ କୃଷକ ଗଣହତ୍ୟା ଘଟଣା ରେ ତଦନ୍ତର ନିରପେକ୍ଷତା ପାଇଁ ସ୍ଵରାଷ୍ଟ୍ର ବିଭାଗର ରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କୁ ବରଖାସ୍ତ କରାଯାଉ,ଏହି ଘଟଣା ରେ ଅପରାଧୀ ମାନଙ୍କୁ ଦୃଷ୍ଟାନ୍ତ ମୂଳକ ଦଣ୍ଡ ଦିଆଯାଉ, କୃଷକ ବିରୋଧୀ ତିନି କୃଷି ଆଇନ ରଦ୍ଦ କରାଯାଉ ଏବଂ ସମସ୍ତ କୃଷିଜାତ ଦ୍ରବ୍ୟ ର ସର୍ବନିମ୍ନ ସହାୟକ ମୂଲ୍ୟ (MSP )ପ୍ରଦାନ ପାଇଁ ଆଇନ ଗତ ବ୍ୟବସ୍ଥା କରାଯାଉ ଇତ୍ୟାଦି ଦାବିରେ ଏହି ଆନ୍ଦୋଳନ କରାଯାଇଛି l

ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ସର୍ବଶ୍ରୀ ସୁରେଶ ପାଣିଗ୍ରାହୀ,ଜଗନ୍ନାଥ ମିଶ୍ର,ମହେନ୍ଦ୍ର ପରିଡା, ପୂର୍ଣଚନ୍ଦ୍ର ପାଢ଼ୀ, ନିରଞ୍ଜନ ମହାନ୍ତି,ଶ୍ରୀକାନ୍ତ ମହାନ୍ତି,ସଙ୍କର ସାହୁ,କୈଳାଷ ପୁହାଣ,ଅଭିରାମ ବେହେରା,ଅମୀୟ କୁମାର ପଟ୍ଟନାୟକ, ସୁଦର୍ଶନ ପ୍ରଧାନ,ରାଜେନ୍ଦ୍ର ବର୍ମା,ପ୍ରମୋଦିନୀ ସାହୁ, ପ୍ରମିଳା ବେହେରା, ହେନା ବାରିକ,  ବିଜୟ ଲକ୍ଷ୍ମୀ ପାତ୍ର, ଜାନକୀ ରାଓ,ଲିଙ୍ଗରାଜ ଚୌଧୁରୀ, ସଙ୍କର ନାଏକ,ବଂଶୀଧର ପରିଡା,ସତ୍ୟାନନ୍ଦ ବେହେରା,ପ୍ରଦୀପ୍ତ ନାୟକ, ପ୍ରଭାତ ପାଣିଗ୍ରାହୀ,ସତୀଶ ମିଶ୍ର,ରଞ୍ଜନ ମିଶ୍ର,ପ୍ରଶାନ୍ତ ପାଇକରାୟ,ବସନ୍ତ ସାହୁ, ଭାଗିରଥି ପ୍ରଧାନ,ପ୍ରମୁଖ ବହୁ ନେତୃବୃନ୍ଦ ଅଂଶ ଗ୍ରହଣ କରିଥିଲେ ଏବଂ ନେତୃତ୍ୱ ନେଇ  ଗିରଫ ହୋଇଥିଲେ ବୋଲି ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ କୁହାଯାଇଛି।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)