News

କୃଷି ବ୍ୟବସାୟର ବିକାଶ ନିମନ୍ତେ ପୁଞ୍ଜିନିବେଶ ଯୋଜନା

କୃଷି ଓ ସମବାୟ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ‘କ୍ଷୁଦ୍ର ଚାଷୀମାନଙ୍କ କୃଷି ବ୍ୟବସାୟ ସଂଘ ‘ ଏକ ପଞ୍ଜୀକୃତ ସମିତି, ଯାହାର ଲକ୍ଷ ହେଉଛି କୃଷି ବ୍ୟବସାୟ ପ୍ରକଳ୍ପ ପ୍ରତିଷ୍ଠା କରିବାରେ ଘରୋଇ ପୁଞ୍ଜିନିବେଶ କୁ ତ୍ୱରାନ୍ୱିତ କରି ଗ୍ରାମାଞ୍ଚଳରେ ଆୟ ଓ ନିଯୁକ୍ତିର ବିକାଶ କରିବା ।

30 October, 2021 5:17 PM IST By: KJ Staff

କୃଷି ଓ ସମବାୟ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ‘କ୍ଷୁଦ୍ର ଚାଷୀମାନଙ୍କ କୃଷି ବ୍ୟବସାୟ ସଂଘ ‘ ଏକ ପଞ୍ଜୀକୃତ ସମିତି, ଯାହାର ଲକ୍ଷ ହେଉଛି କୃଷି ବ୍ୟବସାୟ ପ୍ରକଳ୍ପ ପ୍ରତିଷ୍ଠା କରିବାରେ ଘରୋଇ ପୁଞ୍ଜିନିବେଶ କୁ ତ୍ୱରାନ୍ୱିତ କରି ଗ୍ରାମାଞ୍ଚଳରେ ଆୟ ଓ ନିଯୁକ୍ତିର ବିକାଶ କରିବା ।କୃଷି ବ୍ୟବସାୟର ଉନ୍ନତି ପାଇଁ ଉଦ୍ଦିଷ୍ଟ ‘କ୍ଷୁଦ୍ର ଚାଷୀ ମାନଙ୍କ କୃଷି ବ୍ୟବସାୟ ସଂଘ ଯୋଜନା’ ବ୍ୟକ୍ତି ବିଶେଷ, ଉତ୍ପାଦକ ଗୋଷ୍ଠୀ ତଥା ବିଭିନ୍ନ ସଂସ୍ଥା ମାନଙ୍କୁ ପ୍ରକଳ୍ପ ବିବରଣୀ ପ୍ରସ୍ତୁତ କରୁଥିବା ସଂଗଠନ ମାନଙ୍କୁ କୃଷି ବ୍ୟବସାୟ ପ୍ରକଳ୍ପ ପ୍ରତିଷ୍ଠା କରିବା ଓ ପ୍ରକଳ୍ପ ଉନ୍ନୟନ ସୁଯୋଗ ସୃଷ୍ଟି କରିବା ପାଇଁ ‘ଉଦ୍ୟୋଗ ପୁଞ୍ଜୀ ଋଣ ସହାୟତା ପ୍ରଦାନ କରିଥାଏ ।

ଏହି ଯୋଜନାର ମୂଳ ଲକ୍ଷ ହେଲା ଯେପରି ହିତାଧିକାରୀ ମାନେ ଗୋଟିଏ ସ୍ଥାନରୁ ବ୍ୟବସାୟିକ ପୁଞ୍ଜୀ, ବ୍ୟାଙ୍କର ମିଆଦି ଋଣ ଓ କାର୍ଯ୍ୟକାରୀ ମୂଳଧନ ପାଇପାରିବେ । ଜାତୀୟକରଣ ବ୍ୟାଙ୍କ/ଭାରତୀୟ ଷ୍ଟେଟ ବ୍ୟାଙ୍କ ଓ ଏହାର ସହକାରୀ ବ୍ୟାଙ୍କ / ଆଇ․ଡି ․ବି․ଆଇ/ ଏସ․ଆଇ․ଡି ․ବି․ଆଇ/ ନାବାର୍ଡ/ ଏନ ସି ଡି ସି/ ଏନ ଇ ଡି ଏଫ ଆଇ/ଏକ୍ସିସ ବ୍ୟାଙ୍କ/ଆର ଆର ବି ଓ ରାଜ୍ୟ ଅର୍ଥ ନିଗମ ମାନଙ୍କର ଘନିଷ୍ଠ ସହଯୋଗରେ ‘କ୍ଷୁଦ୍ର ଚାଷୀ ମାନଙ୍କ କୃଷି ବ୍ୟବସାୟ ସଂଘ’ ଏହି ଯୋଜନାକୁ କାର୍ଯ୍ୟକାରୀ କରିବାର ଦୁରଦୃଷ୍ଟି ପୋଷଣ କରେ । କୃଷି ବ୍ୟବସାୟ ପ୍ରତିଷ୍ଠା କରଣରେ ଘରୋଇ ପୁଞ୍ଜୀ ବିନିଯୋଗକୁ ତ୍ଵରାନିତ କରି ଉତ୍ପାଦନ ମାନଙ୍କୁ ନିଶ୍ଚିତ ବିକ୍ରି-ବଟାର ସୁଯୋଗ ଯୋଗାଇ ଦେବା ଓ ତଦ୍ୱାରା ଗ୍ରାମାଞ୍ଚଳରେ ରୋଜଗାର ଓ ନିଯୁକ୍ତି ବୃଦ୍ଧି କରିବା । କୃଷିଭିତ୍ତିକ ବ୍ୟବସାୟ ସହିତ ସମ୍ପର୍କ ରଖିବା ଓ ପ୍ରକଳ୍ପ ସହିତ ଉତ୍ପାଦନକାରୀ ମାନଙ୍କ ସଂପର୍କକୁ ଦୃଢ କରିବା । ପ୍ରକଳ୍ପ ଉନ୍ନୟନ ସୁଯୋଗ ଦ୍ଵାରା କୃଷକ/ ଉତ୍ପାଦଙ୍କାରି ଗୋଷ୍ଠୀ, କମ୍ପାନୀ ଏବଂ  କୃଷି ସ୍ନାତକ ମାନଙ୍କୁ ଏହି ମୂଲ୍ୟ ଶୃଙ୍ଖଳରେ ଅଧିକ ରୁ ଅଧିକ ଯୋଗଦାନ କରାଇ ସହାୟତା ପ୍ରଦାନ କରାଯିବ । ଯୋଜନାର ପ୍ରମୁଖ ରୂପରେଖ ଯୋଗ୍ୟ ବ୍ୟକ୍ତି : ଏହି ଯୋଜନା ମାଧ୍ୟମରେ ବ୍ୟକ୍ତି ବିଶେଷ, କୃଷକ, କୃଷକ ଉତ୍ପାଦକ କମ୍ପାନୀ/ କୃଷକ ଉତ୍ପାଦକ ସଂଗଠନ, ସତ୍ତ୍ଵାଧିକାରୀ ଫାର୍ମ, ସ୍ଵୟଂ ସହାୟକ ଗୋଷ୍ଠୀ, କମ୍ପାନୀ, କୃଷି ଉଦ୍ୟୋଗୀ, କୃଷି ରପ୍ତାନି ଇଲାକାରେ ଥିବା ଉଦ୍ୟୋଗ ଏବଂ କୃଷି ସ୍ନାତକ ମାନଙ୍କୁ, ବ୍ୟକ୍ତି ବିଶେଷ କିମ୍ବା ଗୋଷ୍ଠୀଗତ ଭାବେ ଏହି ସୁବିଧା ଉପଲବ୍ଧ ହୋଇପାରିବ । ବୃତିଗତ ପରିଚାଳନା ଓ ଦାୟିତ୍ଵବୋଧ ନିମନ୍ତେ ଏଇ ଗୋଷ୍ଠୀ ଗୁଡିକ ଆଇନ ସମ୍ମତ କମ୍ପାନୀ କିମ୍ବା ଉତ୍ପାଦକ କମ୍ପାନୀ ଗଠନ କରିପାରିବେ । ଯୋଗ୍ୟ ବିବେଚିତ ପ୍ରକଳ୍ପ  କୃଷି କିମ୍ବା ଏହାର ଆନୁଷଙ୍ଗିକ କୃଷି ସମ୍ବନ୍ଧୀୟ ଅଥବା କୃଷି ସେବା ସମ୍ପର୍କିତ ହେବା ଉଚିତ । କୁକୁଡା ଓ ଗୋ-ପାଳନ ପ୍ରକଳ୍ପ ଗୁଡିକ ମଧ୍ୟ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବ। କୃଷକ/ଉତ୍ପାଦକ ଗୋଷ୍ଠୀ ମାନଙ୍କୁ ଏହି ପ୍ରକଳ୍ପ ନିଶ୍ଚିତ ବିକ୍ରିବଟାର ସୁଯୋଗ ପ୍ରଦାନ କରିବା ଆବଶ୍ୟକ । ଉଚ୍ଚମାନର ଅଧିକ ଅର୍ଥ ପ୍ରଦାନକାରୀ ଫସଲ ଉତ୍ପାଦନ କରି ଆୟ ବଢାଇବା ପାଇଁ ପ୍ରକଳ୍ପଟି କୃଷକମାନଙ୍କୁ ଉତ୍ସାହିତ କରିବା ଆବଶ୍ୟକ । ପ୍ରକଳ୍ପଟି ବ୍ୟାଙ୍କ  ଅର୍ଥ ଯୋଗାଣକାରୀ ଅନୁଷ୍ଠାନମାନଙ୍କ ଦ୍ଵାରା ଅନୁମୋଦିତ ହୋଇ ମିଆଦି ଋଣ ମଞ୍ଜୁରୀ ପାଇଁ ଗୃହିତ ହେବା ଆବଶ୍ୟକ ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)