News

Har Ghar Tiranga: ପ୍ରଧାନମନ୍ତ୍ରୀଙ୍କ 'ହରଘର ତ୍ରିରଙ୍ଗା' ଅଭିଯାନରେ ସାମିଲ ହେଲା କୃଷି ଜାଗରଣ

'ହରଘର ତ୍ରିରଙ୍ଗା' ଅଭିଯାନକୁ ଆଗକୁ ବଢାଇବା ପାଇଁ କୃଷି ଜାଗରଣ ପରିବାର ପକ୍ଷରୁ ରାଷ୍ଟ୍ରୀୟ ଧ୍ବଜା ସମାରୋହ ପାଳନ ହୋଇଛି ।

03 August, 2022 11:56 AM IST By: Shuvanshu Kar

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(PM Narendra Modi)ଙ୍କ ଆହ୍ବାନ କ୍ରମେ ଆରମ୍ଭ ହୋଇଥିବା ହର ଘର ତ୍ରିରଙ୍ଗା(Har Ghar Tiranga) ଅଭିଯାନରେ ସାମିଲ ହୋଇଛି କୃଷି ଜାଗରଣ(Krishi Jagran) । ଏହି ଅଭିଯାନକୁ ଆଗକୁ ବଢାଇବା ପାଇଁ କୃଷି ଜାଗରଣ ପରିବାର ପକ୍ଷରୁ ରାଷ୍ଟ୍ରୀୟ ଧ୍ବଜା ସମାରୋହ ପାଳନ ହୋଇଛି । ଏଥିରେ କୃଷି ଜାଗରଣ ଟିମର ବିଭିନ୍ନ ବିଭିନ୍ନ ଭାଷାଭାଷୀ ସଦସ୍ୟ ଆସନ୍ତା ଅଗଷ୍ଟ 15 ସ୍ବାଧୀନତା ଦିବସ ଉପଲକ୍ଷେ ନିଜ ନିଜ ମାତୃଭାଷାରେ ଶୁଭେଚ୍ଛା ଜଣାଇବା ସହିତ ତ୍ରିରଙ୍ଗା ଉଡାଇଛନ୍ତି ।

ଚଳିତ ଥର ଆମ ଦେଶ ସ୍ବାଧୀନତାର 75 ତମ ବର୍ଷ ପୁରଣ କରୁଛି । ସ୍ବାଧୀନତାର ଅମୃତ ମୋହତ୍ସବ ଅବସରରେ ହର ଘର ତ୍ରିରଙ୍ଗା ଅଭିଯାନ ପାଇଁ ଦେଶବାସୀଙ୍କୁ ଆହ୍ବାନ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମସ୍ତେ ନିଜ ନିଜ ଘରେ 'ତ୍ରିରଙ୍ଗା' ଉଡାଇବାକୁ ପ୍ରଧାନମନ୍ତ୍ରୀ ଅପିଲ କରିଛନ୍ତି ।

କୃଷି ଜାଗରଣ ପରିବାର ମଧ୍ୟ ଏହି ଅଭିଯାନରେ ସାମିଲ ହୋଇ ଏହାକୁ ଆଗେଇ ନେବାକୁ ସଙ୍କଳ୍ପ ନେଇଛି । ଏନେଇ କୃଷି ଜାଗରଣ କନଫରେନ୍ସ ହଲରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ସମସ୍ତେ ସାମିଲ ହୋଇ ତ୍ରିରଙ୍ଗା ଉଡାଇଥିଲେ । କାର୍ଯ୍ୟକ୍ରମରେ କୃଷି ଜାଗରଣର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଏମ ସି ଡୋମିନିକ ଉପସ୍ଥିତ ରହିଥିଲେ ।

ଅନ୍ୟପକ୍ଷେ ଜାତୀୟ ପତାକା 'ତ୍ରିରଙ୍ଗା' ନିର୍ମାତା ପିଙ୍ଗଳି ଭେଙ୍କେୟାଙ୍କ ଜନ୍ମ ଜୟନ୍ତୀ ଅବସରରେ ତାଙ୍କ ସ୍ମୃତି ପାଇଁ ଅଗଷ୍ଟ 2ରୁ 15 ଯାଏଁ ସମସ୍ତ ସୋସିଆଲ ମିଡିଆ ଡିସପ୍ଲେ ଫଟୋରେ ତ୍ରିରଙ୍ଗା ରଖିବାକୁ ଦେଶବାସୀଙ୍କୁ ଖାସ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ଏହି ଅପିଲ ପରେ କୋଟି କୋଟି ଦେଶବାସୀ ନିଜ ସୋସିଆଲ ମିଡିଆ ଡିପି ତ୍ରିରଙ୍ଗା ରଖିଛନ୍ତି ।

ଭାରତ ସ୍ବାଧୀନ ହେବାର 75 ବର୍ଷ ପୁରଣ ହେବାକୁ ଯାଉଛି । ଅର୍ଥାତ ସ୍ବାଧୀନତାର 76 ବର୍ଷରେ ପାଦ ଥାପିବ ଭାରତ । ଏଥିପାଇଁ ସାରା ଦେଶରେ ସ୍ବାଧୀନତାର ଅମୃତ ମୋହତ୍ସବ ପାଳନ ହେଉଛି । ଏହା ଅନ୍ତର୍ଗତ ଅନେକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ ହୋଇଛି ।

Azadi Ka Amrit Mohtsav: ଆସନ୍ତାକାଲି ଦେଶବ୍ୟାପୀ ହେବ ବୃକ୍ଷରୋପଣ

ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାକୁ ଚହୁଞ୍ଚନ୍ତି କି ? ଡିଜିଟାଲ ଜ୍ୟୋତିରେ ଜଳାନ୍ତୁ ଆଲୋକ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)