News

ଉତ୍ସବମୁଖର ପଶ୍ଚିମଓଡ଼ିଶା: ପାଳନ କରୁଛି ସମ୍ବଲପୁରୀ ଦିବସ

ପ୍ରତିବର୍ଷ ଆଜି ଅର୍ଥାତ ଅଗଷ୍ଟ ୧ ତାରିଖ କୁ ସମ୍ବଲପୁରୀ ଦିବସ ଭାବେ ପାଳନ କରାଯାଇଥାଏ । ସମ୍ବଲପୁରୀ ଭାଷା ସାହିତ୍ୟର ଜନକ ସ୍ୱର୍ଗତଃ କବି ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନକୁ ସମ୍ବଲପୁରୀ ଦିବସ ଭାବେ ଏହିଂ ଦିନ ପାଳନ କରାଯାଏ l

01 August, 2023 3:34 PM IST By: Tanushree Mahapatra

ପ୍ରତିବର୍ଷ ଆଜି ଅର୍ଥାତ ଅଗଷ୍ଟ ୧ ତାରିଖ କୁ ସମ୍ବଲପୁରୀ ଦିବସ ଭାବେ ପାଳନ କରାଯାଇଥାଏ । ସମ୍ବଲପୁରୀ ଭାଷା ସାହିତ୍ୟର ଜନକ ସ୍ୱର୍ଗତଃ କବି ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନକୁ ସମ୍ବଲପୁରୀ ଦିବସ ଭାବେ ଏହିଂ ଦିନ ପାଳନ କରାଯାଏ l ଏଥିପାଇଁ ଏହିଦିନ ଏହି ଜିଲ୍ଲାରେ ବିଭିନ୍ନ ସ୍ଥାନରେ ସାଂସ୍କୃତିକ ଅନୁଷ୍ଠାନ ଗୁଡ଼ିକ ତରଫରୁ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥାଏ । ସବୁଠାରୁ ବଡ କଥା ହେଲା ଆଜି ଏହି ସୁନ୍ଦର ଦିନରେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଜିଲ୍ଲାର ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କୁ ସମ୍ବଲପୁରୀ ବସ୍ତ୍ର ପିନ୍ଧିବାକୁ କହିଛନ୍ତି । 

ପ୍ରତିବର୍ଷ ଏହି ଦିନ ଅବସରରେ ପୂରା ପଶ୍ଚିମାଞ୍ଚଳ ଉତ୍ସବମୁଖର ହୋଇପଡ଼େ । ସମ୍ବଲପୁରିଆ ଭାବେ ଗର୍ବ କରୁଥିବା ପ୍ରତ୍ୟେକ ଲୋକ ଏହିଦିନ ସମ୍ବଲପୁରୀ ବସ୍ତ୍ର ପରିଧାନ କରିବା ସହିତ ଏବଂ ସମ୍ବଲପୁରୀ ଖାଦ୍ୟ ଗ୍ରହଣ କରି ଏହି ଦିବସକୁ ପାଳନ କରିଥାନ୍ତି । ଏହି ଦିନ ଜିଲ୍ଲାର ଜାଗା ଜାଗାରେ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଥାଏ । ସମ୍ବଲପୁରୀ ଭାଷା, ସଂସ୍କୃତି, କଳା ଏବଂ ଐତିହ୍ୟ ସ୍ୱତନ୍ତ୍ର ଜିଲ୍ଲା ଏହା । ଏହାକୁ ଆହୁରି ପ୍ରଚାର ପ୍ରସାର କରି ଆଗେଇନେବା ହେଉଛି  ଏହି ଦିବସର ଉଦ୍ଦେଶ୍ୟ । ବିଶେଷ କରି ସମ୍ବଲପୁରୀ ନୃତ୍ୟର ଆଦର ଖୁବ୍‌ ବେଶୀ ରହିଛି ଜିଲ୍ଲାରେ , ରାଜ୍ୟରେ ଦେଶରେ ଏବଂ ବିଦେଶରେ ମଧ୍ୟ । ଦେଶ ବିଦେଶରେ ଏହା ପରିଚିତ ଖୁବ ଅଧିକ । ସମ୍ବଲପୁରୀ ଲୋକଗୀତ କାନରେ ପଡ଼ିଲା ମାତ୍ରେ ମତୁଆଲା ହୋଇଥାନ୍ତି ସମସ୍ତେ । ଏହି ସମ୍ବଲପୁରୀ ଗୀତରେ ତାଳେ ତାଳେ ନାଚି ଉଠେ ପାଦ । ଏହି ଦିବସରେ ଜିଲ୍ଲାର ସ୍ଥାନେ ସ୍ଥାନେ ଲୋକ ସମ୍ବଲପୁରୀ ନୃତ୍ୟ କରିଥାନ୍ତି ।

ସମ୍ବଲପୁରୀ ସଙ୍ଗୀତରେ ଢୋଲ ,ମାଦଳ , ନିସାନ, ତାସା, ପାଖୋଜ, ବଂଶୀ, ବୀର, କାହାଳି, ଗିନି, ଏକତାରା, ମହୁରୀ, ଘୁଲଗୁଲା, ଘୁଙ୍ଗୁର, ଝାଞ୍ଜ ଇତ୍ୟାଦି ବାଦ୍ୟଯନ୍ତ୍ର ବ୍ୟବହାର ହୋଇଥାଏ ଯାହା ଶୁଣିବା ପିଅନ ବହୁତ ସୁନ୍ଦର । ତେଣୁ ଏଠାକାର ସଙ୍ଗୀତର ସ୍ୱତନ୍ତ୍ରତା ବାରି ହୋଇଯାଏ । କେବଳ ଏତିକି ନୁହେଁ ସମ୍ବଲପୁର ରେ ପ୍ରଚଳିତ ଭାଷା ମଧ୍ୟ ମଧୁର । ରାଜ୍ୟରେ ଲୋକେ ସମ୍ବଲପୁରୀ ଭାଷାକୁ ଖୁବ ଆଦର କରିଥାନ୍ତି । ଏଠିକାର ପ୍ରତି ପର୍ବ ସବୁଠୁ ନିଆରା ହୋଇଥାଏ । ସମ୍ବଲପୁରର ବଡ଼ ପର୍ବ ଶୀତଲ ଷଷ୍ଠୀ, ନୂଆଖାଇ, ଭାଇଜୋଊତିଆ, ପୁଅଜୋଊତିଆ  । ଏହି ପର୍ବକୁ ଖୁବ ଧୁମଧାମରେ ପାଳନ କରିଥାନ୍ତି ସମ୍ବଲପୁରବାସୀ । 

ଏହାଛଡ଼ା ସମ୍ବଲପୁରୀ ଶାଢ଼ିର ବି ସାରାଦେଶରେ ଖୁବ ଆଦର ରହିଛି । ନାରୀମାନଙ୍କ ପ୍ରଥମ ପସନ୍ଦ ସମ୍ବଲପୁରୀ ଶାଢ଼ି । ବହୁ ପୁରାତନ ସମୟରୁ ସମ୍ବଲପୁରୀ ଶାଢ଼ିର ଚାହିଦା  ରହିଛି l ତେବେ ଆଜି ସମ୍ବଲପୁରୀ ଦିବସ ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।  ବିଶିଷ୍ଟ ସାହିତ୍ୟିକ ସ୍ୱର୍ଗତ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନ ଅବସରରେ ଶ୍ରଦ୍ଧାଞ୍ଜଳି ମଧ୍ୟ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହିତ ରାଜ୍ୟର ସମସ୍ତଙ୍କର ସୁଖ ସମୃଦ୍ଧି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)