News

Odia Festival: ଆଜି ପହିଲି ରଜ

ଆଜି ପହିଲି ରଜ ଥିବାବେଳେ ଆସନ୍ତାକାଲିକୁ ରଜ ସଂକ୍ରାନ୍ତି ବୋଲି କୁହାଯାଏ ।

14 June, 2024 1:55 PM IST By: Tanushree Mahapatra

ଆଜି ହେଉଛି ପହିଲି ରଜ । ଓଡ଼ିଶା ମାଟିର ଗଣ ପର୍ବ । ଗାଁ ରୁ ଆରମ୍ଭ କରି ସହର ସବୁଠି ପିଠା ର ମହକ l ଏ ହେଉଛି ଏକ କୃଷିଭିତ୍ତିକ ଯାହା ପାଇଁ ଉତ୍ସବମୁଖର ହୋଇଛି ଗାଁ ଠୁ ସହର । ଜ୍ୟେଷ୍ଠ ମାସ ଶେଷ ଏବଂ ଆଷାଢ଼ର ପହିଲି ପୁଲକରେ ଆସିଛି ଆଜିର ଏହି ମୁଖ୍ୟ ରଜ ପର୍ବ । ଆଜିଭଳି ଦିନରେ କୃଷିକର୍ମ ନିଷେଧ କରାଯାଇଛି ରାଜ୍ୟରେ ।

୫ ଦିନ ଧରି ପାଳିତ ହେବାକୁ ଥିବା ଏହି ରଜ ପର୍ବର ଗତକାଲି ଯାଇଛି ସଜବାଜ ଯେଉଁଥିରେ କୁମାରୀମାନେ ଅଳତା, କୁଙ୍କୁମ ଲଗାଇ ନିଜକୁ ପ୍ରସ୍ତୁତ କରିଛନ୍ତି ଆଜି ଭଳି ଦିନ ଖୁସିରେ ପାଳନ କରିବା ପାଇଁ ।

ଆଜି ପହିଲି ରଜ ଥିବାବେଳେ ଆସନ୍ତାକାଲିକୁ ରଜ ସଂକ୍ରାନ୍ତି ବୋଲି କୁହାଯାଏ । ଭୂମି ଦହନ ପରେ ବସୁମତି ସ୍ନାନ କରିବାର ନୀତି ରହିଛି । ଉତ୍କଳୀୟ ସଂସ୍କୃତି ଏବଂ ପରମ୍ପରାରେ ରଜର ମହତ୍ତ୍ବ ଖୁବ ଅନନ୍ୟ । ରଜ ପର୍ବରେ କୁଆଁରୀ ଝିଅଙ୍କ ସହିତ ଘରର ବୋହୂମାକୁ ଆଦର ସମ୍ମାନ ଦିଆଯାଇଥାଏ । ତେଣୁ ଏହି ୫ ଦିନ ପର୍ଯ୍ୟନ୍ତ ସେମାନ କୌଣସି କାମ କରିବାକୁ ବାରଣ କରାଯାଇଥାଏ । ରଜରେ ପାରମ୍ପରିକ ପିଠା ପ୍ରସ୍ତୁତ କରି ଖାଇଥାନ୍ତି ଏବଂ ଏହା ସହିତ ଦୋଳିରେ ଝୁଲନ୍ତି କୁମାରୀ ଝିଅମାନେ । ଗାଁ ଗାଁରେ ରଜଗୀତ ଗାଇବା ସହିତ ରଜ ପାନରେ ମହକୁଛି ଗାଁ ପରିବେଶ ।

ଓଡ଼ିଶାର ଗଣପର୍ବ ରଜରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ । ପହିଲି ରଜରେ ପ୍ରଥମେ ଟ୍ବିଟର ଜରିଆରେ ତେବେ ଏହି ଗଣ ପର୍ବରେ ରାଜ୍ୟବାସୀଙ୍କୁ ଜଣାଇଲେ ଶୁଭେଚ୍ଛା ମୁଖ୍ୟମନ୍ତ୍ରୀ ମୋହନ ମାଝି । ରଜ ଉପଲ୍ଲଖେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନିଜେ ଟ୍ବିଟ୍ କରି ଏ ନେଇ ଶୁଭେଚ୍ଛା ଜଣାଇଛନ୍ତି l ଆଜି ପହିଲି ରଜ ଉପଲକ୍ଷେ ସାରା ଓଡ଼ିଶା ବାସୀଙ୍କୁ ଅନେକ ଶୁଭେଚ୍ଛା ଓ ସାଦର ଅଭିନନ୍ଦନ ଦେଇଛନ୍ତି ସେ । ଓଡ଼ିଆ ସଂସ୍କୃତି ଏବଂ ପରମ୍ପରାର ଏହା ହେଉଛି ଅନନ୍ୟ ଗଣ ପର୍ବ ଯାହା ସମସ୍ତଙ୍କ ଜୀବନରେ ଆନନ୍ଦ ଓ ଉଲ୍ଲାସ ଆଣିଦେଉ ବୋଲି ମୁଖ୍ୟମନ୍ତ୍ରୀ ଭଗବାନଙ୍କ ନିକଟରେ କାମନା କରିଛନ୍ତି ।

ଅଧିକ ପଢ଼ନ୍ତୁ

BIG UPDATE: ଧାନର MSP ପ୍ରାୟ ୧୦୦୦ଟଙ୍କା ବୃଦ୍ଧି

Free Gas Connection: ମିଳିବ ମାଗଣା ଗ୍ୟାସ୍‌ ସିଲିଣ୍ଡର !

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)