News

ଓଡ଼ିଶାର ୭ ଜିଲ୍ଲାରେ ଆଜି ବର୍ଷା ସମ୍ଭାବନା

ଆଜି ଶନିବାର ଓଡ଼ିଶାର କିଛି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ରହିଛି । ମାଲକାନଗିରି ଜିଲ୍ଲା, କୋରାପୁଟ ଜିଲ୍ଲା, ନବରଙ୍ଗପୁର ଜିଲ୍ଲା, ରାୟଗଡ଼ା ଜିଲ୍ଲା, ଗଜପତି ଜିଲ୍ଲା, କଳାହାଣ୍ଡି ଜିଲ୍ଲା ଏବଂ କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ ।

10 December, 2022 11:20 AM IST By: Sudesna Nayak

ଆଜି ଶନିବାର (Saturday) ଓଡ଼ିଶା (Odisha)ର କିଛି ସ୍ଥାନରେ ହାଲୁକା ବର୍ଷା (Rain) ସମ୍ଭାବନା ରହିଛି । ମାଲକାନଗିରି ଜିଲ୍ଲା, କୋରାପୁଟ ଜିଲ୍ଲା, ନବରଙ୍ଗପୁର ଜିଲ୍ଲା, ରାୟଗଡ଼ା ଜିଲ୍ଲା, ଗଜପତି ଜିଲ୍ଲା, କଳାହାଣ୍ଡି ଜିଲ୍ଲା ଏବଂ କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପ ବର୍ଷା (Rain) ହୋଇପାରେ । ବାକି ଅଞ୍ଚଳରେ ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ସୂଚନା ଅନୁଯାୟୀ, ଜାଡରେ ଥରୁଛି ଓଡିଶା, ୧୦ ଡିଗ୍ରୀ ତଳେ ୭ ସହର ତାପମାତ୍ରା । ଜାଣିରଖନ୍ତୁ ଯେ,ଭୀଷଣ ବାତ୍ୟା (Cyclone)ମାଣ୍ଡୋସ୍‌ର ଯଦିଓ ସିଧାସଳଖ ପ୍ରଭାବ ଓଡ଼ିଶା (Odisha) ଉପରେ ରହିବ ନାହିଁ, କିନ୍ତୁ ଏହାଦ୍ବାରା ରାଜ୍ୟରେ ୩ ଦିନ ଶୀତ (Cold wave) କମିଯିବ । ମେଘୁଆ ପାଗ ଓ ବର୍ଷା (Rain) ଯୋଗୁଁ ରାଜ୍ୟରେ ରାତି ତାପମାତ୍ରା ବଢ଼ିବ ।

ଆଜି ଶନିବାର (Saturday) ରାତିରୁ ଶୀତ (Cold)ର ପ୍ରକୋପ ଧୀରେ ଧୀ‌‌‌ରେ କମିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ସାମୁଦ୍ରିକ ଝଡ ମାଣ୍ଡୋସ୍‌ର ସ୍ଥଳଭାଗ ଛୁଇଁବା ପରେ ଧିରେ ଧିରେ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଛି । ଏହାର ପ୍ରଭାବରେ ତିରୁଭାଲୁର, ଚେନ୍ନାଇ, ଚେଙ୍ଗଲାପାଟୁ, କାଂଚିପୁରମ ଜିଲ୍ଲାରେ ଭୀଷଣ ବର୍ଷା (Rain) ସହ ଜୋରରେ ପବନ ବୋହୁଛି । ପ୍ରଶାସନ ପକ୍ଷରୁ ବାତ୍ୟା ଦୁର୍ବଳ ନହେବା ଯାଏଁ ଲୋକଙ୍କୁ ଘରୁ ନାବାହାରିବା ପାଇଁ ହିଁ ଦିଆଯାଇଛି ପରାମର୍ଶ ।

ପ୍ରକାଶ ଥାଉ ଯେ, ଓଡିଶା ରାଜ୍ୟରେ ଜାରି ରହିଛି ଶୀତ ଲହରୀ ( cold wave ) । ଥଣ୍ଡା ରେ ଘରୁ ବାହାରିବା କଷ୍ଟ ହୋଇ ପଡିଛି । ତେବେ ଉପାନ୍ତ ଅଂଚଳରେ ଲୋକେ ଶୀତ ବଢିବା ଯୋଗୁଁ ହଇରାଣ ହେଉଛନ୍ତି । ତାମିଲନାଡୁରେ ଲ୍ୟାଣ୍ଡଫଲ କଲା ସାମୁଦ୍ରିକ ବାତ୍ୟା (Cyclone)ମାଣ୍ଡୋସ୍‌ । ତାମିଲନାଡୁର କିଛି ଅଞ୍ଚଳରେ ତାଣ୍ଡବ ରଚିଛି ବାତ୍ୟା । ଲ୍ୟାଣ୍ଡଫଲ ପରେ ପ୍ରବଳ ବର୍ଷା (Rain)ପବନ ହେଉଥିବା ଜଣାପଡ଼ିଛି ।

ରାଜ୍ୟରେ ଆଜି ରାତିରୁ ଥଣ୍ଡା ପଡ଼ିବ

୫ ଦିନ ଜାରି ରହିବ ଶୀତ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)