News

Weather update: ଜାନୁଆରିରେ କମିବ କି ଥଣ୍ଡା ?

ରାଜ୍ୟରେ ସ୍ୱାଭାବିକ ଠାରୁ ରାତିର ତାପମାତ୍ରା ଅଧିକ ରହିବା ଯୋଗୁଁ ରାତିରେ ମଧ୍ୟ ଥଣ୍ଡା ଅନୁଭବ କମ ହୋଇପାରେ। ଆଉ ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରି ସୂଚନା ଦେଇଛି।

02 January, 2024 9:53 AM IST By: Tanushree Mahapatra

ରାଜ୍ୟରେ ସ୍ୱାଭାବିକ ଠାରୁ ରାତିର ତାପମାତ୍ରା ଅଧିକ ରହିବା ଯୋଗୁଁ ରାତିରେ ମଧ୍ୟ ଥଣ୍ଡା ଅନୁଭବ କମ ହୋଇପାରେ। ଆଉ ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରି ସୂଚନା ଦେଇଛି।

କିଛିଦିନ ହେବ ରାଜ୍ୟରେ ଜାରି ରହିଥିଲା ଶୀତ ପ୍ରକୋପ l ଯେଉଁଥିପାଇଁ ରାଜ୍ୟରେ କିଛିଦିନ ହେବ ଲାଗିରହିଥିଲା ଘନ କୁହୁଡି l ଯାହା ପାଇଁ ପାଣିପାଗ ବିଭାଗ ଜାରି କରିଥିଲା ଅନେକ ଗୁଡିଏ ସତର୍କ ସୂଚନା l ଆଉ ଆଗକୁ ଥଣ୍ଡା କମିବା ନେଇ ଆଶା କରାଯାଉଛି l ତେବେ ଜାନୁଆରିରେ ଶୀତର ପ୍ରଭାବ କମିପାରେ ବୋଲି କୁହାଯାଉଛି । ରାଜ୍ୟରେ ସ୍ୱାଭାବିକ ଠାରୁ ରାତିର ତାପମାତ୍ରା ଅଧିକ ରହିବା ଯୋଗୁଁ ରାତିରେ ମଧ୍ୟ ଥଣ୍ଡା ଅନୁଭବ କମ ହୋଇପାରେ।

ଆଉ ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରି ସୂଚନା ଦେଇଛି। ଜାନୁଆରୀ ୪ ଓ ୫ ତାରିଖରେ ରାଜ୍ୟର କିଛି କିଛି  ସ୍ଥାନରେ ହାଲୁକା ବର୍ଷା‌ ହେବାକୁ ଥିବା ବେଳେ ଜାନୁଆରୀ ୬ ଓ ୭ ତାରିଖଠାରୁ ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି କୁହାଯାଉଛି ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ବୁଲେଟିନ୍‌ ଅନୁସାରେ ଆଗାମୀ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ। ତେବେ ଜାନୁଆରୀ ୪ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା ଓ ମୟୂରଭଞ୍ଜ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ଅଳ୍ପ ପରିମାଣରେ ବର୍ଷା ହେବାର ସମ୍ଭାବନା ଥିବା କୁହାଯାଇଛି । ସେହିପରି ଜାନୁଆରୀ ୫ ତାରିଖରେ ସମ୍ୱଲପୁର, ଦେବଗଡ଼, କେନ୍ଦୁଝର, ବରଗଡ଼, ଝାରସୁଗୁଡ଼ା ଓ ମୟୂରଭଞ୍ଜ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାବୋଲି ସମ୍ଭାବନା ରହିଛି । ତେବେ ରାଜ୍ୟର ବାକିଥିବା ଅନ୍ୟାନ୍ୟ ଜିଲ୍ଲାରେ ପାଗ ଶୁଖିଲା ରହିବ ବୋଲି ଆକଳନ କରାଯାଉଛି ।

ତେବେ ରାଜ୍ୟରେ ପୁଣି କୁହୁଡ଼ିକୁ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ କିଛି ଜିଲ୍ଲା ପାଇଁ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି। ତେବେ ଆଜି ଅର୍ଥାତ ମଙ୍ଗଳବାର ୨ ତାରିଖରେ କନ୍ଧମାଳ, ରାୟଗଡ଼ା, ସୋନପୁର, କୋରାପୁଟ, ବଲାଙ୍ଗୀର, ବୌଦ୍ଧ, କଳାହାଣ୍ଡି, ଅନୁଗୋଳ, ଦେବଗଡ଼, ସୁନ୍ଦରଗଡ଼, କଟକ ଓ ଜଗତସିଂହପୁର ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି ଯାହାକୁ ନେଇ ସତର୍କ କରାଯାଇଛି ।‌ ତେବେ ଆସନ୍ତାକଲି ବୁଧବାର ୩ ତାରିଖ ସକାଳେ ନୟାଗଡ଼, କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ଅଛି । ତେବେ କେନ୍ଦ୍ର ପକ୍ଷରୁ ଜାନୁଆରୀ ମାସରେ ଶୀତ କମ ହେବା ନେଇ ଆକଳନ କରାଯାଉଛି l

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)