କୃଷି ବିଜ୍ଞାନ କେନ୍ଦ୍ର ଖୋର୍ଦ୍ଧା ଓ ଆତ୍ମା ବାଲିଅନ୍ତା ର ମିଳିତ ଉଦ୍ୟମରେ ଆରମ୍ଭ ହୋଇଛି ବୈଜ୍ଞାନିକ ପଦ୍ଧତ୍ତି ରେ ମହୁ ଚାଷ ର ପ୍ରଶିକ୍ଷଣ |ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସିଫI ଅଧିନସ୍ତ କୃଷି ବିଜ୍ଞାନ କେନ୍ଦ୍ର ଖୋର୍ଦ୍ଧା ଠାରେ ନଭେମ୍ବର ୨୮ ରେ ଅନୁଷ୍ଠିତ ହୋଇଯାଇଛି |
ବାଲିଅନ୍ତା ବ୍ଲକ ଅଞ୍ଚଳରୁ ପ୍ରାୟେ ୩୦ ଜଣ ଅଗ୍ରଣୀ ଚାଷୀ ଯୁବକ ଓ ଯୁବତୀ ଏଥିପାଇଁ ପ୍ରଶିକ୍ଷଣ ନେଇଛନ୍ତି |ଭୁବନେଶ୍ୱର ସହକାରୀ ଉଦ୍ୟାନ ନିର୍ଦେଶକ ଶ୍ରୀଯୁକ୍ତ ପ୍ରଦୋଷ କୁମାର,ବାଲିଅନ୍ତା ସହକାରୀ କୃଷି ଅଧିକାରୀ ଶ୍ରୀଯୁକ୍ତ ମନୋରଞ୍ଜନ ରାଉଳ ଓ ମିସ ଶ୍ଵେତା, ମହୁ ପ୍ରଶିକ୍ଷଣ ଶ୍ରୀଯୁକ୍ତ ଦେବବ୍ରତ ସାହୁ ,ପ୍ରମୁଖ ପ୍ରଶିକ୍ଷକ ଭାବେ ଯୋଗଦାନ କରିଛନ୍ତି |
କୃଷି ବିଜ୍ଞାନ କେନ୍ଦ୍ର ,ଖୋର୍ଦ୍ଧା ର ବିଶେଷଜ୍ଞ ଶ୍ରୀଯୁକ୍ତ ଅଜୟ ଦାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ |କାର୍ଯ୍ୟକ୍ରମ ସମାପ୍ତି ରେ କୃଷକ ଓ ମହିଳା ମାନଙ୍କୁ ଉଦ୍ୟାନ ବିଭାଗ ଓ ଆତ୍ମା ବାଲିଅନ୍ତା ତରଫରୁ ରିହାତିରେ ମାଛିଯୁକ୍ତ ବାକ୍ସ ଯୋଗାଇ ଦେବାର ଯୋଜନା ରହିଛି |