News

ସ୍ଥାୟୀ କୃଷି-ଖାଦ୍ୟ ପ୍ରଣାଳୀରେ ପରିବର୍ତ୍ତନ

ଅନ୍ତର୍ଜାତୀୟ କୃଷି ଅର୍ଥନୀତିଜ୍ଞ ସଂଘ ଦ୍ୱାରା ଆୟୋଜିତ ଏହି ତ୍ରିକୋଣୀୟ ସମ୍ମିଳନୀ ୨ରୁ ୭ ଅଗଷ୍ଟ ୨୦୨୪ ମଧ୍ୟରେ ଅନୁଷ୍ଠିତ ହେବ

03 August, 2024 1:35 PM IST By: Tanushree Mahapatra

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୩ ଅଗଷ୍ଟ ୨୦୨୪ରେ ସକାଳ ପ୍ରାୟ ୯:୩୦ ସମୟରେ ନୂଆଦିଲ୍ଲୀର ଜାତୀୟ କୃଷି ବିଜ୍ଞାନ କେନ୍ଦ୍ର (ଏନ୍‌ଏଏସ୍‌ସି) ପରିସରରେ ୩୨ତମ ଅନ୍ତର୍ଜାତୀୟ କୃଷି ଅର୍ଥନୀତିଜ୍ଞ ସମ୍ମିଳନୀ (ଆଇସିଏଇ)ର ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ଆୟୋଜିତ ସମାରୋହକୁ ମଧ୍ୟ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିଥିଲେ ।

ଅନ୍ତର୍ଜାତୀୟ କୃଷି ଅର୍ଥନୀତିଜ୍ଞ ସଂଘ ଦ୍ୱାରା ଆୟୋଜିତ ଏହି ତ୍ରିକୋଣୀୟ ସମ୍ମିଳନୀ ୨ରୁ ୭ ଅଗଷ୍ଟ ୨୦୨୪ ମଧ୍ୟରେ ଅନୁଷ୍ଠିତ ହେବ । ୬୫ ବର୍ଷ ପରେ ଭାରତରେ ଆଇସିଏଇ ଅନୁଷ୍ଠିତ ହେଉଛି ।

ଚଳିତ ବର୍ଷ ଏହି ସମ୍ମିଳନୀ ପାଇଁ ବିଷୟବସ୍ତୁ ହେଉଛି ‘ସ୍ଥାୟୀ କୃଷି-ଖାଦ୍ୟ ପ୍ରଣାଳୀରେ ପରିବର୍ତ୍ତନ’ । ଏହାର ଉଦ୍ଦେଶ୍ୟ ହେଉଛି ଜଳବାୟୁ ପରିବର୍ତ୍ତନ, ପ୍ରାକୃତିକ ସମ୍ପଦର ଅବନତି, ଉତ୍ପାଦନ ମୂଲ୍ୟ ବୃଦ୍ଧି ଏବଂ ଦ୍ୱନ୍ଦ ଭଳି ବିଶ୍ୱସ୍ତରୀୟ ଆହ୍ୱାନର ସମ୍ମୁଖୀନ ହୋଇ ନିରନ୍ତର କୃଷି ପାଇଁ ଏହାର ଆବଶ୍ୟକତାକୁ ମୁକାବିଲା କରିବା । ଏହି ସମ୍ମିଳନୀରେ ବିଶ୍ୱ କୃଷି ଆହ୍ୱାନ ପାଇଁ ଭାରତର ସକ୍ରିୟ ଆଭିମୁଖ୍ୟ ଉପରେ ଆଲୋକପାତ କରାଯିବା ସହ କୃଷି, ଅନୁସନ୍ଧାନ ଏବଂ ନୀତିରେ ଦେଶର ଅଗ୍ରଗତିର ପ୍ରଦର୍ଶନ କରାଯିବ ।

ଆଇସିଏଇ ୨୦୨୪ ଯୁବ ଅନୁସନ୍ଧାନକାରୀ ଏବଂ ଅଗ୍ରଣୀ ବୃତ୍ତିଗତମାନଙ୍କ ପାଇଁ ସେମାନଙ୍କର କାର୍ଯ୍ୟ ଓ ନେଟୱାର୍କକୁ ବିଶ୍ୱସ୍ତରୀୟ ସାଥୀମାନଙ୍କ ସହିତ ଉପସ୍ଥାପନ କରିବା ନିମନ୍ତେ ଏକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବ । ଏହାର ଲକ୍ଷ୍ୟ ହେଉଛି, ଗବେଷଣା ପ୍ରତିଷ୍ଠାନ ଓ ବିଶ୍ୱବିଦ୍ୟାଳୟଗୁଡିକ ମଧ୍ୟରେ ସହଭାଗିତାକୁ ମଜବୁତ କରିବା, ଉଭୟ ଜାତୀୟ ଏବଂ ବିଶ୍ୱସ୍ତରରେ ନିତି ନିର୍ଦ୍ଧାରଣକୁ ପ୍ରଭାବିତ କରିବା ତଥା ଡିଜିଟାଲ୍ କୃଷି ଏବଂ ସ୍ଥାୟୀ କୃଷି-ଖାଦ୍ୟ ପ୍ରଣାଳୀରେ ଅଗ୍ରଗତି ସହିତ ଭାରତୀୟ କୃଷି କ୍ଷେତ୍ରର ଅଗ୍ରଗତି ମଧ୍ୟ ପ୍ରଦର୍ଶନ କରିବା । ଏହି ସମ୍ମିଳନୀରେ ୭୫ଟି ଦେଶର ପ୍ରାୟ ୧୦୦୦ ପ୍ରତିନିଧି ଅଂଶଗ୍ରହଣ କରିବେ ।

ଅଧିକ ପଢ଼ନ୍ତୁ

Salary Hike: କର୍ମଚାରୀଙ୍କ ପାଇଁ ଖୁସି ଖବର!

RAIN ALERT: ୬ ତାରିଖ ପରେ ବଢ଼ିବ ବର୍ଷା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)