News

ପ୍ରତିଷ୍ଠା ହେବ ବାଉଁଶ ଗବେଷଣା କେନ୍ଦ୍ର

ପ୍ରତିଷ୍ଠା ହେବ ବାଉଁଶ ଗବେଷଣା କେନ୍ଦ୍ର

23 March, 2019 11:12 AM IST By: KJ Staff

ଟ୍ରି ଟୁ ଗ୍ରାସ ର ରାଜ୍ୟସ୍ତରୀୟ କର୍ମଶାଳା

ରାଜଧାନୀ ଭୁବନେଶ୍ୱର ରେ ପ୍ରତିଷ୍ଠା ହେବ ବାଉଁଶ ଗବେଷଣା କେନ୍ଦ୍ର|ଓଡ଼ିଶାରେ ଜାତୀୟ ବାଉଁଶ ମିଶନ କର୍ମଶାଳାରେ ଘୋଷଣା କରାଯାଇଛି |ନାବାର୍ଡ ଓ ସ୍ପର୍ଶ ଫାଉଣ୍ଡେସନ ର ମିଳିତ ସହଯୋଗ ରେ ଆୟୋଜିତ କର୍ମଶାଳା ରେ ବାଉଁଶ ଉପରେ ଗବେଷଣା କରୁଥିବା ବହୁ ବିଶେଷଜ୍ଞନ ଯୋଗ ଦେଇଥିଲେ | ବାଉଁଶ ଉପରେ ଗବେଷଣା କରୁଥିବା ,ଉଦ୍ୟୋଗ କରୁଥିବା ,ଏବଂ ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ଠାରୁ ଜ୍ଞାନ ଆହରଣ କରି ଏହାକୁ ଓଡ଼ିଶାରେ ପ୍ରୟୋଗ କରିବା କର୍ମଶାଳାର ମୁଖ୍ୟ ଉଦେଶ୍ୟ ଥିଲା |

ନାବାର୍ଡ ମୁଖ୍ୟ ସାଧାରଣ ପରିଚାଳକ ଏ.ଚନ୍ଦ୍ରଶେଖର ମୁଖ୍ୟଅତିଥି ଭାବେ ଯୋଗ ଦେଇ ବାଉଁଶ ଚାଷ କରିବାକୁ ଇଛା ରଖିଥିବା ଚାଷୀଙ୍କୁ ଅଧିକ ରୁ ଅଧିକ ପ୍ରୋତ୍ସାହନ ଦେବା ସହ ଏହାର ବ୍ୟବସାୟିକ ଉପଯୋଗୀତା ଉପରେ ଗୁରୁତ୍ୱାରୋପ କରିଥିଲେ |

ନାବାର୍ଡ ର ଉପମୁଖ୍ୟ ପି .କେ ମହାପାତ୍ର କର୍ମଶାଳାରୁ ମିଳିଥିବା ନୂତନ ଚିନ୍ତାଧାରାକୁ ଓଡ଼ିଶାରେ ଲାଗୁ କରିବାକୁ ପରାମର୍ଶ ଦେଇଥିଲେ |ଅନ୍ୟମାନଙ୍କ ମଧ୍ୟରେ ଡଃ ବି ଏନ ମହାନ୍ତି ,ଜେକେ ଗ୍ରୁପ ସି.ଏସ .ଆର  ପ୍ରମୁଖ କପିଲ କୌଲ ଯୋଗାଇଦେଇ ନିଜ ମତ ଉପସ୍ଥାପନ କରିଥିଲେ |
କମଳାକାନ୍ତ ଦାସ ମଞ୍ଚ ଉପସ୍ଥାପନ କରିଥିଲା ବେଳେ ଆୟୋଜକ ମୁଖ୍ୟ ପ୍ରଫେସର ପ୍ରଫୁଲ୍ଲ ଧଳ ଧନ୍ୟବାଦ ଜ୍ଞାପନ କରିଥିଲେ |


ଜାଣନ୍ତୁ ବାଉଁଶ ର କିଛି ଅଦ୍ଭୁତ କଥା ..ଏଠାରେ କ୍ଲିକ କରନ୍ତୁ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)