News

ଅମର ରହିବ "ରେବତୀ " ...

ଓଡିଶା ଗଳ୍ପ ସାହିତ୍ୟ ଜଣକ ତଥା କଥାସମରତ ଭାବେ ପରିଚିତ ବ୍ୟାସ କବି ଫକୀରମୋହନ ସେନାପତି ଙ୍କୁ ଆଜି ସମଗ୍ର ଓଡିଶା ଦେଇଛି ଶ୍ରଦ୍ଧାଞ୍ଜଳି |୧୮୪୩ ମସିହାରେ ରେ ମକର ସଂକ୍ରାନ୍ତି ଦିନ ବାଲେଶ୍ୱର ଜିଲ୍ଲା ରେ ଜନ୍ମଗ୍ରହଣ କରିଥିଲେ ବ୍ୟାସକବି|ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ର ଗଳ୍ପ "ରେବତୀ "ର ଲେଖକ | ଓଡ଼ିଆ ଭାଷା ଆନ୍ଦୋଳନ ର ପୁରୋଧା ଭାବେ ଓଡ଼ିଆ ଭାଷା ଙ୍କୁ ବିଦେଶୀ ମାନଙ୍କ କବଳରୁ ବଞ୍ଚିବା ପାଇଁ ଲଢ଼ିଥିଲେ ସେ |

14 January, 2019 11:37 AM IST By: KJ Staff

ଓଡିଶା ଗଳ୍ପ ସାହିତ୍ୟ ଜଣକ ତଥା କଥାସମରତ ଭାବେ ପରିଚିତ ବ୍ୟାସ କବି ଫକୀରମୋହନ ସେନାପତି ଙ୍କୁ ଆଜି ସମଗ୍ର ଓଡିଶା ଦେଇଛି ଶ୍ରଦ୍ଧାଞ୍ଜଳି |୧୮୪୩ ମସିହାରେ ରେ ମକର ସଂକ୍ରାନ୍ତି ଦିନ ବାଲେଶ୍ୱର ଜିଲ୍ଲା ରେ ଜନ୍ମଗ୍ରହଣ କରିଥିଲେ ବ୍ୟାସକବି|ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ର ଗଳ୍ପ "ରେବତୀ "ର ଲେଖକ |


ଓଡ଼ିଆ ଭାଷା ଆନ୍ଦୋଳନ ର ପୁରୋଧା ଭାବେ ଓଡ଼ିଆ ଭାଷା କୁ ବିଦେଶୀ ମାନଙ୍କ କବଳରୁ ବଞ୍ଚିବା ପାଇଁ ଲଢ଼ିଥିଲେ ସେ |

୧୮୬୮ ମସିହାରେ ନିଜସ୍ୱ ପ୍ରଚେଷ୍ଟା ବଳରେ ଫକୀରମୋହନ ବାଲେଶ୍ୱର ରେ "ଉତ୍କଳ ପ୍ରେସ "ନାମରେ ଏକ ଛାପାଖାନା ,ଯାହା ଓଡ଼ିଶାରେ ଦ୍ଵିତୀୟ ଛାପାଖାନା |


ଏହିଠାରୁ ସେ "ବୋଧଦାୟିନୀ ","ନବ ସମ୍ବାଦ " ଏବଂ "ସମ୍ବାଦ ବାହିକା" ଆଦି ବିଭିନ୍ନ ପତ୍ର ପତ୍ରିକା ସମ୍ପାଦନା ଓ ପ୍ରକାଶନ କରିଥିଲେ |"ଛ ମାଣ ଆଠ ଗୁଣ୍ଠ","ପେଟେଣ୍ଟ ମେଡିସିନେ ","ଡାକ ମୁନ୍ସୀ "ପରି ଅମର ସୁପରିଚିତ ଏବଂ ହୃଦୟସ୍ପର୍ଶୀ ରଚନା ଲାଗି ସେ ସୁସ୍ମରଣୀୟ |

୧୯୧୫ ମସିହା ରେ ସତ୍ୟବାଦୀ ବନବିଦ୍ୟାଳୟ କୁ ଯାଇ ସେଠାରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ କାର୍ଯ୍ୟ ଦେଖି ଭାବବିହ୍ୱଳ ହୋଇପଡିଥିଲେ |ନୀଳଗିରି,ତମପଡା,ଦେଖଣାଳ ଆଦି ସ୍ଥାନରେ ଦେୱାନ ଭାବେ ଦାୟିତ୍ୱ ତୁଲାଇବା ପରେ କଟକ ରେ କିଛି ବର୍ଷ ଏବଂ ଶେଷ ଜୀବନ ବାଲେଶ୍ୱର ଅତିବାହିତ କରିଥିଲେ ବ୍ୟାସକବି ଫକୀରମୋହନ |

ସେଠାରେ ୧୯୧୮ ଜୁନ ୧୪ ତାରିଖ ରାଜା ସଂକ୍ରାନ୍ତି ଦିନ ତାଙ୍କର ପରଲୋକ ହୋଇଥିଲା |ସଂକ୍ରାନ୍ତି ତିଥି ରେ ତାଙ୍କର ଆବିର୍ଭାବ ଏବଂ ତିରୋଧାନ ଘଟିଥିବାରୁ ତାଙ୍କୁ ସଂକ୍ରାନ୍ତି ପୁରୁଷ ମଧ୍ୟ କୁହାଯାଏ |


ଏହି ଅବସରରେ ମୁଖ୍ୟମନ୍ତ୍ରୀ ଟ୍ୱିର୍ଟର ମାଧ୍ୟମ ରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି …

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)