News

ଓଡ଼ିଶାର ର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଜୟନ୍ତୀ ରେ ପ୍ରତିମୁର୍ତି ରେ ମାଲ୍ୟାର୍ପଣ

ଓଡ଼ିଶାର ର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଜୟନ୍ତୀ ରେ ପ୍ରତିମୁର୍ତି ରେ ମାଲ୍ୟାର୍ପଣ

11 June, 2019 11:29 AM IST By: KJ Staff

ନନ୍ଦିନୀ ଦେବୀଙ୍କ ପ୍ରଶାସନିକ ଦକ୍ଷତା ଓ ନେତୃତ୍ୱ ନୂଆପିଢୀ ପାଇଁ ପ୍ରେରଣା ବୋଲି ଓଡ଼ିଶାର ପ୍ରଥମ ତଥା ଏକ ମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ୮୮ ତମ ଜୟନ୍ତୀ ଅବସରରେ ଭୁବନେଶ୍ୱର ସ୍ଥିତ ଥିବା ପ୍ରତିମୂର୍ତୀରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଦେବା ପରେ କହିଛନ୍ତି କେନ୍ଦ୍ର ପିଟ୍ରୋଲିଅମ ,ପ୍ରାକୃତିକ ଗ୍ୟାସ ,ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ|

ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଶାର ଗୌରବ ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଦେବୀ ଓଡିଶା ରାଜନୀତି ଇତିହାସରେ ତଥା ଭାରତୀୟ ରାଜନୀତିରେ ଓଡ଼ିଶାର ନାଁ ବଢ଼ିଥିବା ଜଣେ ବ୍ୟକ୍ତିତ୍ୱ |ଲମ୍ବା ସମୟର ପ୍ରତିନିଧି ଭାବେ ରାଜ୍ୟ ଓ ଦେଶକୁ ନେତୃତ୍ୱ କରୁଥିବାର ବ୍ୟକ୍ତିତ୍ୱ ଥିଲେ ଶ୍ରୀମତୀ ଶତପଥୀ |ଆଜିର ଦିନରେ ମଧ୍ୟ ଟଙ୍କା ଅଂଚଳରେ ବୁଲିଲେ କିମ୍ବା ରାଜ୍ୟରେ ବିଶେଷ କିଛି ଘଟଣାକୁ ମନେପକାଇଲେ ନନ୍ଦିନୀ ଦେବୀଙ୍କର ପ୍ରଶାସନିକ ଦକ୍ଷତାକୁ ମନେପକାଇବା ପାଇଁ ସମସ୍ତେ ବାଧ୍ୟ ହୁଅନ୍ତି |

ଶ୍ରୀମତୀ ନନ୍ଦିନୀ ଦେବୀଙ୍କ ଆଦର୍ଶ ସମସ୍ତଙ୍କ ପାଇଁ ସାମାଜିକ କାମରେ ପ୍ରେରଣା ଦେଉ ,ଏହା ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ କାମନା କରିବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ନୂଆ ରାଜନୀତି ଓ ସାମାଜିକ ଜୀବନରେ କାମ କରୁଥିବା ନୂଆପିଢୀର ଲୋକମାନଙ୍କ ପାଇଁ ନନ୍ଦିନୀ ଦେବୀଙ୍କ ଆଦର୍ଶ ପ୍ରେରଣା ହୋଇପାରିବ |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)