News

ମଙ୍ଗଳବାର ୬ ଜିଲ୍ଲାରେ କାଚିବ ବର୍ଷା

ଏବେ ତ ରାଜ୍ୟରେ ଲଗାଣ ବର୍ଷା ଲାଗି ରହିଛି । ମଙ୍ଗଳବାର ୬ ଜିଲ୍ଲାରେ କାଚିବ ବର୍ଷା ।

26 July, 2022 10:54 AM IST By: Sudesna Nayak

ଏବେ ତ ରାଜ୍ୟରେ ଲଗାଣ ବର୍ଷା (RAIN)ଲାଗି ରହିଛି । ମଙ୍ଗଳବାର (Tuesday) ୬ ଜିଲ୍ଲାରେ କାଚିବ ବର୍ଷା (RAIN) ।

ସୂଚନା ଅନୁଯାୟୀ, ମଙ୍ଗଳବାର (Tuesday) ରାଜ୍ୟର ୬ ଜିଲ୍ଲାରେ ଅଧିକ ବର୍ଷା (RAIN) ହେବାର ସମ୍ଭାବନା ଅଛି । ଯାହାକୁ ନେଇ କୋରାପୁଟ ଜିଲ୍ଲା, ମାଲକାନଗିରି ଜିଲ୍ଲା, ନବରଙ୍ଗପୁର ଜିଲ୍ଲା, ନୂଆପଡ଼ା ଜିଲ୍ଲା, କଳାହାଣ୍ଡି ଜିଲ୍ଲା ଓ ବରଗଡ଼ ଜିଲ୍ଲାରେ ଅଧିକ ବର୍ଷା (RAIN) ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ଏବେ ରାଜ୍ୟରେ ବିଶେଷ ବର୍ଷା (RAIN) ନାହିଁ ।

ସୋମବାର (Monday)ଦିନ ନୂଆପଡ଼ା ଜିଲ୍ଲା, ବଲାଙ୍ଗୀର ଜିଲ୍ଲା, କଳାହାଣ୍ଡି ଜିଲ୍ଲା, କନ୍ଧମାଳ ଜିଲ୍ଲା, ଗଞ୍ଜାମ ଜିଲ୍ଲା, ଗଜପତି ଜିଲ୍ଲା, ରାୟଗଡ଼ା ଜିଲ୍ଲା, ନବରଙ୍ଗପୁର ଜିଲ୍ଲା, କୋରାପୁଟ ଜିଲ୍ଲା ଓ ମାଲକାନଗିରି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା (RAIN)ହେବାର ସମ୍ଭାବନା ଥିଲା ।

କିନ୍ତୁ ଦେଖିବାକୁ ଗଲେ, ସୋମବାର (Monday)ଦିନ ରାଜ୍ୟରେ ପାଗ ଶୁଖିଲା ରହିଛି । ଢେଙ୍କାନାଳ ଜିଲ୍ଲାରେ ୪୪.୭, କଟକ ଜିଲ୍ଲାରେ ୨୦.୨, ଭୁବନେଶ୍ୱର ଜିଲ୍ଲାରେ ୧୯, ଦାରିଙ୍ଗିବାଡିରେ ୭, କେନ୍ଦ୍ରାପଡା ଜିଲ୍ଲାରେ ୮.୩, ଅନୁଗୁଳ ଜିଲ୍ଲାରେ ୧୦.୬ ଓ ତାଳଚେରରେ ୧୦ମିଲିମିଟର ବର୍ଷା (RAIN)ହୋଇଛି ।

ପ୍ରକାଶ ଥାଉ ଯେ, ୨୭ ତାରିଖ, ୨୮ ତାରିଖ ଓ ୨୯ ତାରିଖରେ ପାଗ ଶୁଖିଲା ପଡ଼ିବ । କେଉଁଠି କେମିତି କାଁ ଭାଁ ବର୍ଷା (RAIN) ହୋଇପାରେ । କିନ୍ତୁ ଅଧିକ ବର୍ଷା (RAIN) ସମ୍ଭାବନା ନାହିଁ ।

ସୋମବାର ଛେଚିବ ବର୍ଷା

୨୬ପରେ ରାଜ୍ୟରେ ଶୁଖିଲା ପାଗ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)