News

ଶିକ୍ଷିତ ବେକାରୀଙ୍କୁ ମିଳିବ ଭତ୍ତା : ଗ୍ରାଜୁଏଟ୍ ଆବେଦନକାରୀଙ୍କୁ ୫ ହଜାର ଆର୍ଥିକ ସହାୟତା

ଚାକିରି କରି ନଥିବା ପିଲାଙ୍କୁ ଭତ୍ତା ଦେବେ ସରକାର । ଆସିଲା ଖୁସି ଖବର । ସରକାରଙ୍କ ଦ୍ୱାରା ଅନେକ ସ୍ୱତନ୍ତ୍ର ଯୋଜନା ପରିଚାଳିତ ହେଉଛି । ଶିକ୍ଷିତ ବେକାରୀଙ୍କୁ ମିଳିବ ଭତ୍ତା ।

27 April, 2022 2:03 PM IST By: Sudesna Nayak

ଚାକିରି କରି ନଥିବା ପିଲାଙ୍କୁ ଭତ୍ତା ଦେବେ ସରକାର । ଆସିଲା ଖୁସି ଖବର । ସରକାର (Government)ଙ୍କ ଦ୍ୱାରା ଅନେକ ସ୍ୱତନ୍ତ୍ର ଯୋଜନା (Central Government scheme) ପରିଚାଳିତ ହେଉଛି । ଶିକ୍ଷିତ ବେକାରୀଙ୍କୁ ମିଳିବ ଭତ୍ତା ।

ସୂଚନା ଅନୁଯାୟୀ, ଶିକ୍ଷିତ ବେକାରୀଙ୍କୁ ଭତ୍ତା ଦେବେ ଦିଲ୍ଲୀ ସରକାର (Delhi Government) । ଦିଲ୍ଲୀର ସମସ୍ତ ଶିକ୍ଷିତ ବେରୋଜଗାରଙ୍କୁ ମାସକୁ ୫ ହଜାର ଟଙ୍କା ଲେଖାଏଁ ଭତ୍ତା ପ୍ରଦାନ ନେଇ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ଗ୍ରାଜୁଏସନ କରି ବେକାର ଥିବା ଯୁବକଙ୍କୁ ୫ ହଜାର ଏବଂ ପୋଷ୍ଟ ଗ୍ରାଜୁଏଟଙ୍କୁ ୭ ହଜାର ୫ଶହ ଟଙ୍କା ଦେବା ପାଇଁ ବ୍ୟବସ୍ଥା କରାଯାଇଛି ।

କହିବାକୁ ଗଲେ, ଯେଉଁ ଶିକ୍ଷିତ ବେକାରୀ ଯୁବକ, ଯୁବତୀ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜରେ ନିଜ ନାମ ପଞ୍ଜୀକରଣ କରିଥିବେ, ସେମାନଙ୍କୁ ଆପ୍ ସରକାର ଏହି ଭତ୍ତା ପ୍ରଦାନ କରୁଛନ୍ତି । ଭତ୍ତା ସୁବିଧା ପାଇଁ ଦିଲ୍ଲୀର ଯୁବଗୋଷ୍ଠୀଙ୍କୁ ଏଥିପାଇଁ ଅନଲାଇନ୍ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ ।

ପ୍ରକାଶ ଥାଉ ୟେ, ଏଥିପାଇଁ ଆଧାର କାର୍ଡ, ପାନ୍ କାର୍ଡ, ରେସିଡେଣ୍ଟିଆଲ ସାର୍ଟିଫିକେଟ, ପରିଚୟ ପତ୍ର, ମୋବାଇଲ ନମ୍ବର, ଶିକ୍ଷାଗତ ପ୍ରମାଣ ପତ୍ର, ଏବଂ ପାସପୋର୍ଟ ସାଇଜ ଫୋଟଗ୍ରାଫ ଜରୁରୀ । ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ https://jobs.delhi.gov.inର ହୋମ୍ ପେଜକୁ ଯାଇ Job Seeker ର ଅପସନରେ କ୍ଲିକ୍ କରି ଆବେଦନ କରିପାରିବେ ।

ସରକାର ପ୍ରତି ମାସରେ ଦେବେ ୫୦୦୦ ଟଙ୍କା!

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଦଳିଲା ନିୟମ; ପରିବାରଙ୍କୁ ମିଳିବ ୧.୨୫ ଲକ୍ଷ ଟଙ୍କା ପେନସନ,ଜାଣନ୍ତୁ...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)