News

ପଦ୍ମପୁର ଉପନିର୍ବାଚନ ପ୍ରଚାରରେ ରାଜ୍ୟକୁ ଟାର୍ଗେଟ କଲେ କେନ୍ଦ୍ରକୃଷି ମନ୍ତ୍ରୀ

ଚାଷୀ ପ୍ରସଙ୍ଗକୁ ନେଇ ବଡ଼ ରାଜନୀତି ଚାଲିଥିବା ବେଳେ ଚାଷୀଙ୍କ ମନରେ ଉଠୁଥିବା ପ୍ରଶ୍ନର ଉତର ରଖିବା ପାଇଁ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ପଦ୍ମପୁରକୁ ଆସି ପ୍ରଚାର କାମ ରେ ଯୋଗ ଦେଇଛନ୍ତି । ସେପଟେ ବରଗଡ଼-ନୂଆପଡ଼ା ରେଳପ୍ରକଳ୍ପରେ ରାଜ୍ୟ ସରକାର କେନ୍ଦ୍ରକୁ ଟାର୍ଗେଟ କରୁଥିବା ବେଳେ ରେଳ ପ୍ରସଙ୍ଗ ଉପରେ କେନ୍ଦ୍ରର ଆଭିମୁଖ୍ୟ ସ୍ପଷ୍ଟ କରିବା ପାଇଁ ପଦ୍ମପୁର ରେ ପହଞ୍ଚିଥିଲେ ଅଶ୍ୱିନୀ ବୈଷ୍ଣବ ।

27 November, 2022 5:02 PM IST By: Tanushree Mahapatra

ଚାଷୀ ପ୍ରସଙ୍ଗକୁ ନେଇ ବଡ଼ ରାଜନୀତି ଚାଲିଥିବା ବେଳେ ଚାଷୀଙ୍କ ମନରେ ଉଠୁଥିବା ପ୍ରଶ୍ନର ଉତର ରଖିବା ପାଇଁ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ( Narendra singh tomar )  ପଦ୍ମପୁରକୁ ଆସି ପ୍ରଚାର କାମ ରେ ଯୋଗ ଦେଇଛନ୍ତି  । ସେପଟେ  ବରଗଡ଼-ନୂଆପଡ଼ା ରେଳପ୍ରକଳ୍ପରେ ରାଜ୍ୟ ସରକାର କେନ୍ଦ୍ରକୁ ଟାର୍ଗେଟ କରୁଥିବା ବେଳେ ରେଳ ପ୍ରସଙ୍ଗ ଉପରେ କେନ୍ଦ୍ରର ଆଭିମୁଖ୍ୟ ସ୍ପଷ୍ଟ କରିବା ପାଇଁ ପଦ୍ମପୁର ରେ ପହଞ୍ଚିଥିଲେ ଅଶ୍ୱିନୀ ବୈଷ୍ଣବ ( Ashwini baishnab )

ପଦ୍ମପୁର ଉପନିର୍ବାଚନ ପ୍ରଚାର ମୈଦାନକୁ ଓହ୍ଲାଇ ଆଜି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ଲାଗି ଭୋଟ୍ ମାଗିବା ବେଳେ ରାଜ୍ୟ ସରକାରଙ୍କୁ ସିଧା ସଳଖ ନିଶାନା କରିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ଗତକାଲି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ହମଲା ପରେ ଆଜି ପୁଣି ଠାରେ ପାଇକମାଳ ସଭାରେ ବିଜେଡି ସରକାର ଙ୍କ ଉପରେ ବର୍ଷିଛନ୍ତି ଉଭୟ କେନ୍ଦ୍ର ମନ୍ତ୍ରୀ ।

ପଦ୍ମପୁରକୁ ରେଳ ସଂଯୋଗ ପ୍ରସଙ୍ଗରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରାଜ୍ୟ ସରକାରଙ୍କୁ ଦେଇଛନ୍ତି ଖୋଲା  ଖୋଲି ଚ୍ୟାଲେଞ୍ଜ୍ । ବରଗଡ଼-ନୂଆପଡ଼ା ଭାୟା ପଦ୍ମପୁର ରେଳପଥ ନେଇ ପୂର୍ବରୁ ମନ୍ତ୍ରୀ ଟୁକୁନି ସାହୁ ରେଳମନ୍ତ୍ରୀଙ୍କୁ ଚିଠି ଲେଖିଥିବାରୁ ଏ ପ୍ରସଙ୍ଗ କୁ ଉଠାଇଥିଲେ କେନ୍ଦ୍ର ରେଳ ମନ୍ତ୍ରୀ  । କହିଥିଲେ ରାଜ୍ୟ ସରକାର ଯଦି କାଲି ଯାଗା ଦେବେ , ତା ପରଦିନ ରେଳ କାମ ଆରମ୍ଭ ହେବ । ଏହାସହିତ ଦାଦନ ପ୍ରସଙ୍ଗ ବି ଉଠାଇଥିଲେ କେନ୍ଦ୍ର ରେଳ ମନ୍ତ୍ରୀ ବୈଷ୍ଣବ ।

ସେପଟେ ଚାଷୀଙ୍କୁ ଫସଲ ବୀମା ଇସ୍ୟୁରେ ବିଜେଡି ସରକାରଙ୍କୁ ସିଧା ତୀର ମାରିଥିଲେ କେନ୍ଦ୍ର କୃଷିମନ୍ତ୍ରୀ ତୋମାର । ସେ କହିଥିଲେ, ଫସଲ ବୀମା ଯୋଜନା ଟଙ୍କା ରିଲିଜ୍ ହୋଇସରିଛି ,ହେଲେ ରାଜ୍ୟ ସରକାରଙ୍କ ମନ୍ଥରତା ଯୋଗୁଁ ଚାଷୀ ଟଙ୍କା ପାଇବାରେ ବିଳମ୍ବ ସମସ୍ୟା ସହିତ ହଇରାଣ ହେଉଛନ୍ତି । ସେ ଆହୁରି କହିଛନ୍ତି  ବୀମା ଟଙ୍କା ବାବଦରେ ବିଜେଡିର ନେତାମାନେ ଦୁଷ୍ପ୍ରଚାର କରୁଛନ୍ତି । ଅନ୍ୟପଟେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଶାଣିତ ଅଭିଯୋଗର ଜବାବ ରଖିଛନ୍ତି ବିଜେଡିର କିଛି ବରିଷ୍ଠ ନେତା ମାନେ ।

ଦୁଇ କେନ୍ଦ୍ରମନ୍ତ୍ରୀ ପାଇକମାଳ ସଭା ପରେ ପଦ୍ମପୁରରେ ଆୟୋଜିତ ବିଶାଳ ସଧାରଣ ସଭାରେ ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଥିଲେ । ଏହି ମଞ୍ଚରେ ରାଜ୍ୟ ବିଜେପିର ସବୁ ତୁଙ୍ଗ ନେତାଙ୍କୁ ଦେଖିବାକୁ ମିଳିଥିଲା । ସେପଟେ ବିଜେଡି ପାଇଁ ପ୍ରଚାରର ମଙ୍ଗ ଧରିଥିଲେ ପୂର୍ବତନ ସାଂସଦ କଳିକେଶ ସିଂଦେଓ, ପ୍ରଦୀପ ମାଝୀ, ସାରଦା ନାୟକ ଓ ଅନ୍ୟ ନେତା । ପ୍ରାର୍ଥୀ ବର୍ଷା ସିଂ ବରିହା ମଧ୍ୟ ପଦ୍ମପୁରରେ ଘର ଘର ବୁଲି ଭୋଟ୍ ମାଗିଥିଲେ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଖୁବଶୀଘ୍ର ମୈଦାନକୁ ଓହ୍ଲାଇବା ନେଇ ସଂକେତ ଦେଇଛନ୍ତି ପୂର୍ବତନ ସାଂସଦ କଳୀକେଶ ସିଂଦେଓ । ଏଣେ କଂଗ୍ରେସର ପ୍ରଚାର ସମ୍ଭାଳିଥିଲେ ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସହ୍ୟ ଅନ୍ୟ ନେତା ।

ତାତୁଛି ଚାଷୀ ରାଜନୀତି : ସମାଧାନ ହେଉନି, କଳି ବଢ଼ୁଛି

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)