୨୦୨୨ ମସିହା ନିମନ୍ତେ ଅନୁସନ୍ଧାନରେ ଉତ୍କର୍ଷ ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ପଦକ(Union Home Minister’s Medal for Excellence) । ଓଡିଶାରୁ ଇନ୍ସିପେକ୍ଟର ଆଶିଷ ଚନ୍ଦ୍ର ଜେନା, ଶ୍ରୀମତୀ ଅନୁସୂୟା ନାୟକ, ରମେଶ କୁମାର ପ୍ରଧାନ ଏବଂ ଡିଏସ୍ପି ସୁମିତ୍ରା ଜେନା ସାମ୍ମାନିତ ।
ଅନୁସନ୍ଧାନରେ ଉତ୍କର୍ଷ ପାଇଁ ଚଳିତ ବର୍ଷ ୧୫୧ଜଣ ପୁଲିସ କର୍ମଚାରୀଙ୍କୁ ପ୍ରଦାନ କରାଯାଇଛି କେନ୍ଦ୍ର ଗୃହମନ୍ତ୍ରୀଙ୍କ ପଦକ । ଅପରାଧ ଅନୁସନ୍ଧାନରେ ପେଶାଗତ ଉତ୍କର୍ଷ ପ୍ରତିପାଦନ ପାଇଁ ୨୦୧୮ ମସିହାରେ ଏହି ପଦକ ସୃଷ୍ଟି କରାଯାଇଥିଲା ।
ପଦକ ପାଇଥିବା କର୍ମଚାରୀଙ୍କ ମଧ୍ୟରେ ୧୫ଜଣ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ହୋଇଥିବାବେଳେ ମହାରାଷ୍ଟ୍ର ପୁଲିସରୁ ଏଗାର ଜଣ, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶ ପୁଲିସରୁ ୧୦ଜଣ ଲେଖାଏଁ, କେରଳ, ରାଜସ୍ଥାନ ଓ ପଶ୍ଚିମବଙ୍ଗ ପୁଲିସରୁ ଆଠଜଣ ଲେଖାଏଁ ଓ ଅନ୍ୟମାନେ ଅନ୍ୟାନ୍ୟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଓ ସଂଗଠନରୁ ଅଟନ୍ତି । ସେମାନଙ୍କ ମଧ୍ୟରେ ୨୮ଜଣ ମହିଳା ପୁଲିସ ଅଧିକାରୀ ଅଛନ୍ତି ।
ଓଡିଶାରୁ ଦୁଇଜଣ ମହିଳା ପୁଲିସ ଅଧିକାରୀଙ୍କ ସମେତ ମୋଟ ଚାରିଜଣ ଏହି ପଦକ ପାଇଛନ୍ତି । ସେମାନେ ହେଲେ ଇନ୍ସିପେକ୍ଟର ଶ୍ରୀ ଆଶୀଷ ଚନ୍ଦ୍ର ଜେନା , ଶ୍ରୀମତୀ ଅନୁସୂୟା ନାୟକ, ରମେଶ କୁମାର ପ୍ରଧାନ ଏବଂ ଡିଏସ୍ପି ଶ୍ରୀମତୀ ସୁମିତ୍ରା ଜେନା ।
World Elephant Day:ଗତ ୮ ବର୍ଷ ମଧ୍ୟରେ ବୃଦ୍ଧି ପାଇଛି ହସ୍ତୀ ଅଭୟାରଣ୍ୟ