News

ବନ୍ଦ ହୋଇଯିବ ମାଗଣା ଯୋଜନା!

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବରିଷ୍ଠ ଅଧିକାରୀଙ୍କ ସହ ବୈଠକରେ କିଛି ଅଧିକାରୀ ବିଭିନ୍ନ ରାଜ୍ୟ ଘୋଷଣା କରିଥିବା ଜନପ୍ରିୟ ଯୋଜନାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ଏଭଳି ପରିସ୍ଥିତି ରହିଲେ ଏହା ଆର୍ଥିକ ଦୃଷ୍ଟିରୁ ଶ୍ରୀଲଙ୍କା ଭଳି ଆର୍ଥିକ ସଙ୍କଟ ଦେଖାଦେବ ବୋଲି କହିଛନ୍ତି ।

07 April, 2022 3:09 PM IST By: Sudesna Nayak

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi)ଙ୍କ ବରିଷ୍ଠ ଅଧିକାରୀଙ୍କ ସହ ବୈଠକରେ କିଛି ଅଧିକାରୀ ବିଭିନ୍ନ ରାଜ୍ୟ ଘୋଷଣା କରିଥିବା ଜନପ୍ରିୟ ଯୋଜନାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ଏଭଳି ପରିସ୍ଥିତି ରହିଲେ ଏହା ଆର୍ଥିକ ଦୃଷ୍ଟିରୁ ଶ୍ରୀଲଙ୍କା ଭଳି ଆର୍ଥିକ ସଙ୍କଟ ଦେଖାଦେବ ବୋଲି କହିଛନ୍ତି ।

ସୂଚନା ଅନୁଯାୟୀ, ଭାରତର ପଡ଼ୋଶୀ ଦେଶ ଶ୍ରୀଲଙ୍କା (Sri Lanka)ର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି । ପରିସ୍ଥିତି ଏତେ ଖରାପ ହୋଇଯାଇଛି ଯେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଛି । ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ବରିଷ୍ଠ ଅଧିକାରୀଙ୍କ ସହ ଏକ ବୈଠକରେ କରିଛନ୍ତି । ଏହି ବୈଠକରେ କିଛି ଅଧିକାରୀ ବିଭିନ୍ନ ରାଜ୍ୟ ଘୋଷଣା କରିଥିବା ଜନପ୍ରିୟ ଯୋଜନାକୁ ନେଇ ଉଦ୍ୱେଗ ପ୍ରକାଶ କରିଛନ୍ତି । ସେମାନେ କହିଛନ୍ତି ଯେ ଆର୍ଥିକ ଦୃଷ୍ଟିରୁ ଏହା ବ୍ୟବହାରିକ ନୁହେଁ ଓ ଏହା ଯୋଗୁଁ ଶ୍ରୀଲଙ୍କା ପରି ସ୍ଥିତି ଉତ୍ପନ୍ନ ହୋଇପାରେ ।

ଶନିବାର ଦିନ ଲୋକ କଲ୍ୟାଣ ମାର୍ଗରେ ନିଜ ବାସଭବନରେ ପ୍ରଧାନମନ୍ତ୍ରୀ ମୋଦି (PM Modi) ସମସ୍ତ ବିଭାଗର ସଚିବମାନଙ୍କ ସହ ଚାରି ଘଣ୍ଟାର ଏକ ଲମ୍ୱା ବୈଠକ କରିଛନ୍ତି । ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ (National Security Advisor Ajit Doval), ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ସଚିବ ପି.କେ ମିଶ୍ରା (Principal Secretary to the Prime Minister PK Mishra) ଏବଂ କ୍ୟାବିନେଟ ସଚିବ ରାଜୀବ ଗୌବା (Cabinet Secretary Rajiv Gauba) ଙ୍କ ବ୍ୟତୀତ କେନ୍ଦ୍ର ସରକାରଙ୍କ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ମଧ୍ୟ ଯୋଗ ଦେଇଛନ୍ତି ।

ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦି (PM Modi)ନିର୍ଦ୍ଦିଷ୍ଟ ଭାବରେ ଅଧିକାରୀମାନଙ୍କୁ କହିଛନ୍ତି ଯେ, ଆପଣମାନେ କମିର ପରିଚାଳନା କରିବାର ମାନସିକତାରୁ ବାହାରି ଅତିରିକ୍ତ ପରିଚାଳନା ପାଇଁ ନୂତନ ଆହ୍ୱାନର ସାମ୍ନା କରନ୍ତୁ । ପ୍ରମୁଖ ବିକାଶମୂଳକ ପ୍ରକଳ୍ପ ଗ୍ରହଣ ନକରିବାର ବାହାନା ଭାବେ ଦାରିଦ୍ର୍ୟର ଉଦାହରଣ ଦେଇ ପୁରୁଣା କାହାଣୀ ଛାଡ଼ିବା ଓ ସେଥିରୁ ଏକ ବଡ଼ ଦୃଷ୍ଟିକୋଣ ଆପଣାଇବାକୁ କୁହାଯାଇଛି ।

ପ୍ରକାଶ ଥାଉ ଯେ, କୋରୋନା (COVID-19) ମହାମାରୀ ସମୟରେ ସଚିବମାନେ ଏକ ଦଳ ଭାବରେ କିପରି ଭାବରେ କାର୍ଯ୍ୟ କରିଥିଲେ ସେ ସମ୍ପର୍କରେ ମୋଦି (PM Modi) କହିଛନ୍ତି ଯେ ସେମାନେ ଭାରତ ସରକାରଙ୍କ ସଚିବ ଭାବରେ କାର୍ଯ୍ୟ କରିବା ଉଚିତ, ନା କି କେବଳ ନିଜ ବିଭାଗର ସଚିବ । ସେମାନଙ୍କୁ ଏକ ଦଳ ଭାବରେ କାର୍ଯ୍ୟ କରିବା ଉଚିତ । ସେ ମଧ୍ୟ ସଚିବମାନଙ୍କୁ ମତାମତ ଦେବାକୁ ଓ ସରକାରଙ୍କ ନୀତିରେ ତ୍ରୁଟି ଉପରେ ପରାମର୍ଶ ଦେବା ପାଇଁ ମଧ୍ୟ କହିଛନ୍ତି ।

ବନ୍ଦ ହୋଇଯିବ ମାଗଣା ସ୍କିମ! PMଙ୍କୁ ଦିଆଗଲା ଅପଡେଟ୍

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଗୁଡନ୍ୟୁଜ; ଦରମା ସହ ଖାତାକୁ ଆସିବ ଏତିକି ଟଙ୍କା,ଜାଣନ୍ତୁ...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)