News

ଗୁଡ ନ୍ୟୁଜ ; ଚାଷୀଙ୍କ ପାଇଁ ବଡ଼ ଘୋଷଣା କଲା BJP, ଜାଣନ୍ତୁ ପାଇଦା...

ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ କୃଷକଙ୍କ ସମର୍ଥନ ହାସଲ କରିବାକୁ ସେମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛି ଶାସକ ବିଜେପି ।

30 January, 2022 3:02 PM IST By: Sudesna Nayak

ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ କୃଷକ (Farmers)ଙ୍କ ସମର୍ଥନ ହାସଲ କରିବାକୁ ସେମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛି ଶାସକ ବିଜେପି । ଆଉ ଏହି ପ୍ରତିଶୃତି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହ (union minister amit shah)।

ସୂଚନା ଅନୁଯାୟୀ, ଶନିବାର (Saturday)ରାଜ୍ୟର ମୁଜାଫରନଗର ଜିଲ୍ଲାରେ ଦଳୀୟ ପ୍ରଚାର କରିବା ଅବସରରେ ବିଜେପି ତାରକା ପ୍ରଚାରକ ତଥା କେନ୍ଦ୍ରମନ୍ତ୍ରୀ ଅମିତ ଶାହ (union minister amit shah)ରାଜ୍ୟର କୃଷକ (Farmers)ଙ୍କ ଉଦ୍ଦେଶ୍ୟରେ ଆଶ୍ୱସନା ଦେଇ କହିଛନ୍ତି, ଆଖୁ ଫସଲ କ୍ରୟ କରିବାରେ ବିଳମ୍ବ ହେଲେ ଚାଷୀଙ୍କୁ ସୁଧ ସହିତ ଟଙ୍କା ମଧ୍ୟ ଦିଆଯିବ । ମିଲ ମାଲିକଙ୍କ ଠାରୁ ଏହି ଟଙ୍କା ଚିନ ମିଲ ମାଲିକଙ୍କ ଠାରୁ ଆଦାୟ କରି ଆଖୁ ଚାଷୀ (sugarcane farmers)ଙ୍କୁ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି ।

ଆହୁରି ମଧ୍ଯ କହିଛନ୍ତି ଯେ, ମୋର ଏହି ପ୍ରତିଶ୍ରୁତି ଦଳର ନିର୍ବାଚନୀ ଇସ୍ତାହାରର ଏକ ଅଂଶବିଶେଷ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହ (union minister amit shah)। ମୁଜାଫରନଗର ଠାର ଲୋକମାନଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଆମେ ବିଜେପି (BJP)ନିର୍ବାଚନୀ ଇସ୍ତାହାରରେ ଏହାକୁ ଅନ୍ତର୍ଭୂକ୍ତ କରିବାକୁ ଯାଉଛୁ । ଯଦି ଆଖୁ ଚାଷୀ (sugarcane farmers)ଙ୍କ ଦେୟ ପ୍ରଦାନ ବିଳମ୍ବ ହୁଏ ଚିନି କାରଖାନାରୁ ସୁଧ ଆଦାୟ କରାଯିବ ଏବଂ ଚାଷୀ (Farmers)ଙ୍କୁ ସେମାନଙ୍କ ଦେୟ ଅର୍ଥାତ ଫସଲର ମୂଲ୍ୟ ସୁଧ ସହିତ ପ୍ରଦାନ କରାଯିବ ।

ପ୍ରଚାର କରିବା ଅବସରରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ (union minister amit shah)କହିଥିଲେ ରାଜ୍ୟର ବିଭିନ୍ନ ଅଞ୍ଚଳର ଆଖୁ ଚାଷୀ (sugarcane farmers)ସେମାନଙ୍କ ସମସ୍ୟା ବାବଦରେ ଜଣାଇଥିଲେ । ଯାହା ମଧ୍ୟରେ ବଡ଼ ସମସ୍ୟା ରହିଥିଲା ଫସଲ ବିକ୍ରିୟ ମୂଲ୍ୟ ପ୍ରଦାନରେ ବିଳମ୍ବ ହେବା । ଏ ପ୍ରସଙ୍ଗରେ ମୁଁ ଦଳର କେନ୍ଦ୍ରୀୟ ନେତୃତ୍ୱଙ୍କ ସହ କଥାବାର୍ତ୍ତା କରିବା ପରେ ଆଖୁ ଚାଷୀ (sugarcane farmers)ଙ୍କୁ ଦଳ ପକ୍ଷରୁ କରାଯାଇଥିବା ଘୋଷଣାକୁ କାର୍ଯ୍ୟକାରୀ କରିବାକୁ ଏକ ପ୍ରସ୍ତାବ ପ୍ରସ୍ତୁତ କରିଛି । ଯାହା ବର୍ତ୍ତମାନ ଦଳର ନିର୍ବାଚନୀ ଇସ୍ତାହାରର ଏକ ଅଂଶବିଶେଷ ହେବ ।

ପ୍ରକାଶ ଥାଉ ଯେ, ଆଖୁ ଚାଷୀ (sugarcane farmers)ଙ୍କ ସମସ୍ୟା ପ୍ରସଙ୍ଗରେ ବିରୋଧିଙ୍କୁ ଟାର୍ଗେଟ କରି କେନ୍ଦ୍ରମନ୍ତ୍ରୀ ଅମିତ ଶାହ (union minister amit shah) କହିଛନ୍ତି ଯେ, ରାଜ୍ୟରେ ସମାଜବାଦୀ ଏବଂ ବହୁଜନ ସମାଜ ପାର୍ଟି ସରକାର କ୍ଷମତାସୀନ ଥିବା ବେଳେ ପ୍ରାୟ ୨୧ ଚିନି କଳ ବନ୍ଦ ହୋଇଯାଇଥିଲା । ଆଖୁ ଉତ୍ପାଦନରେ ଉତ୍ତର ପ୍ରଦେଶ ଦେଶରେ ଏକ ଅଗ୍ରଣୀ ସ୍ଥାନ ହାସଲ କରିଛି । ରାଜ୍ୟର ପଶ୍ଚିମାଞ୍ଚଳ ଆଖୁ (sugarcane farming) ଚାଷ ପାଇଁ ସମଗ୍ର ଦେଶରେ ଜଣାଶୁଣା ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହ ।

Budget 2022: ଜାନୁଆରୀ ୩୧ରୁ ଆରମ୍ଭ ହେବ ବଜେଟ୍ ଅଧିବେଶନ, କୃଷକଙ୍କୁ ମିଳିବ ବଡ ଉପହାର

ଚାଷୀଙ୍କ ପାଇଁ ଜରୁରୀ ଖବର; PM Kisanର ହିତାଧିକାରୀମାନେ ଏହି କାର୍ଯ୍ୟର ସମାଧାନ ଶୀଘ୍ର କରିବା ଉଚିତ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)