News

ଉତ୍କଳ ଦିବସ ର ସୂବେଚ୍ଛା

ଉତ୍କଳ ଦିବସ ର ସୂବେଚ୍ଛା

01 April, 2019 12:42 PM IST By: KJ Staff

୧ ଏପ୍ରିଲ ରେ ଉତ୍କଳ ବା ଓଡିଶା ସ୍ୱତନ୍ତ୍ର ରାଜ୍ୟ ଭାବେ ଜନ୍ମଗ୍ରହଣ କରିଥିବା ଆଜି ଦିନରେ ଉତ୍କଳ ଦିବସ ର ପାଳନ କରାଯାଏ |୧୫୬୮ରେ ଉତ୍କଳ ର ଶେଷ ସମ୍ରାଟ ମହାରାଜ ମୁକୁନ୍ଦ ଦେବ ଙ୍କର ପରାଜୟ ପରେ ଓଡିଶା ନିଜର ନାମ ସ୍ୱାଭିମାନ ଓ ସ୍ୱତନ୍ତ୍ରତା ହରାଇ ବସିଥିଲା

୩୦ ବର୍ଷ ର କଠିନ ସଂଗ୍ରାମ ଏବଂ ଓଡିଶା ର କେତୋଟି ବୀରପୁତ୍ର ଯେପରି ଉତ୍କଳ ଗୌରବ ମଧୁସୂଦନ ଦାସ ,ଉତ୍କଳ ମାନି ଗୋପବନ୍ଧୁ ଦାସ ,ମହାରାଜ କୃଷ୍ଣ ଚନ୍ଦ୍ର ଗଜପତି ,ଫକୀର ମୋହନ ସେନାପତି ,ଗଙ୍ଗାଧର ମେହେର ,ରାଧାନାଥ ରାୟ ଇତ୍ୟାଦି ଙ୍କର କଠିନ ପରିଶ୍ରମ ଏବଂ ଉତ୍କଳ ସମ୍ମିଳନୀ ର ଉପସ୍ଥାପନା ହେତୁ ;ଓଡ଼ିଆ ଭାଷା କୁ ସ୍ୱତନ୍ତ୍ର ବ୍ୟାଖ୍ୟା ଦେଇ ଇଂରେଜ ସରକାର ଏହି ଦିନ ଓଡିଶା କୁ ସ୍ୱତନ୍ତ୍ର ରାଜ୍ୟ ଭାବେ ୧୯୩୬ ମସିହା ରେ ଘୋଷଣା କରିଥିଲେ |

ନୂତନ ଓଡିଶା ରେ ଥିଲା ମାତ୍ର ୬ ଟି ଜିଲ୍ଲା ;ରାଜଧାନୀ କଟକ ସହ ପୁରୀ ,ବାଲେଶ୍ୱର ,ସମ୍ବଲପୁର କୋରାପୁଟ ଓ ଗଂଜାମ |ପ୍ରଥମ ଥର ରାଜ୍ୟ ପରିଚାଳନା ର ଦାୟିତ୍ୱ ଲାଗି ପଦସ୍ଥ ଥିଲେ ଜନ ଅଗଷ୍ଟିନ ହୁଵାକ|

ଏହି ଦିନ ର ପାଳନ ଲାଗି ଏପ୍ରିଲ ପହିଲା ରେ ସମସ୍ତ ସରକାରୀ ଦଫ୍ତର ତଥା ବିଦ୍ୟାଳୟ ଆଦି ବନ୍ଦ ରହିଥାଏ ଏବଂ ଓଡିଶା ର ଗୌରବ ଉନ୍ମୋଚନ ଲାଗି ; ଜାଗା ଜାଗା ରେ ପୁରୀ ଉଠିଥାଏ ଆଲୋକ ଓ ଆତଶବାଜି ର ପରିପାର୍ଶ୍ଵ |ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ର ଆୟୋଜନ ସହ ପାଳିତ ହୁଏ ୮୨ ବର୍ଷ ର ସ୍ୱତନ୍ତ୍ରତା |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)