News

Utkal Divas 2022: ଭାରତ ମାନଚିତ୍ରରେ ଓଡିଶା ପାଇଥିଲା ପରିଚୟ,ଐତିହ୍ୟ ଭୂମିକୁ ଅଭିନନ୍ଦନ

1936 ଏପ୍ରିଲ 1 । ଓଡିଶା ପାଇଁ ଆଜିର ଦିନ ଅବିସ୍ମରଣୀୟ । ଭାଷା ଭିତ୍ତିରେ ଆମ 'ଓଡ଼ିଶା'କୁ ମିଳିଥିଲା ସ୍ବତନ୍ତ୍ର ପ୍ରଦେଶର ମାନ୍ୟତା । ଆମେ ପାଇଥିଲେ ସ୍ବତନ୍ତ୍ର ପରିଚୟ ।

01 April, 2022 11:24 AM IST By: Sudesna Nayak

1936 ଏପ୍ରିଲ 1 । ଓଡିଶା ପାଇଁ ଆଜିର ଦିନ ଅବିସ୍ମରଣୀୟ । ଭାଷା ଭିତ୍ତିରେ ଆମ 'ଓଡ଼ିଶା'କୁ ମିଳିଥିଲା ସ୍ବତନ୍ତ୍ର ପ୍ରଦେଶର ମାନ୍ୟତା । ଆମେ ପାଇଥିଲେ ସ୍ବତନ୍ତ୍ର ପରିଚୟ

ଖଣ୍ଡ ବିଖଣ୍ଡିତ ହୋଇ ବିକ୍ଷିପ୍ତ ଅବସ୍ଥାରେ ଥିବା ଓଡ଼ିଶା ଏହାର ପରିଚୟ ସମ୍ପୂର୍ଣ୍ଣ ହରାଇବାକୁ ବସିଥିଲା । ୧୫୬୮ରେ ଶେଷ ହିନ୍ଦୁ ରାଜା ମୁକୁନ୍ଦ ଦେବଙ୍କ ଦେହାନ୍ତ ପରେ, ବ୍ରିଟିଶ ଶାସନରୁ ଅଲଗା ହୋଇ ଓଡ଼ିଶାକୁ ଏକ ଅଲଗା ରାଜ୍ୟ କରିବା ପାଇଁ ମଧୂସୁଦନ ଦାସ, ଫକୀର ମୋହନ ସେନାପତି, ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗଙ୍ଗାଧର ମେହେର, ରାଧାନାଥ ମେହେର, ରାଧାନଥ ରାୟ, ବାସୁଦେବ ସୁଢ଼ଳ ଦେବ ଓ କୃଷ୍ଣଚନ୍ଦ୍ର ଗଜପତିଙ୍କ ଚେଷ୍ଟାରେ ହିଁ ଆନ୍ଦୋଳନ ତେଜିଥିଲା ।

ପ୍ରଥମେ 6 ଟି ଜିଲ୍ଲାକୁ ନେଇ ଗଠନ ହୋଇଥିବା 'ଓଡ଼ିଶା' ଆଜିର ଦିନରେ ନିଜର ପରିଚୟ ପାଇଥିଲା । ଏପ୍ରିଲ ୧, ୧୯୩୬ ମସିହାରେ ଅସ୍ତିତ୍ବ ପାଇଥିବା ଓଡିଶାର ଏହି ପବିତ୍ର ଦିବସକୁ ମନେ ପକାଇଛନ୍ତି ସମସ୍ତେ ।

ଆଜି ହେଉଛି ୮୬ ତମ ଉତ୍କଳ ଦିବସ । 1936 ମସିହା ଆଜିର ଦିନରେ ନୂଆ ପରିଚୟ ପାଇଥିଲା ଓଡିଶା । ନବଗଠିତ ରାଜ୍ୟ ଭାବେ ଦେଶର ମାନଚିତ୍ରରେ ଶୋଭା ପାଇଥିଲା ଉତ୍କଳ ପ୍ରଦେଶ । ଏହି ସ୍ମୃତିରେ ପ୍ରତିବର୍ଷ ଆଜିର ଦିନକୁ ଉତ୍କଳ ଦିବସ ରୂପେ ପାଳନ କରାଯାଇଥାଏ । ଭାଷା ଭିତ୍ତିରେ ରାଜ୍ୟଗଠନ ହେବାରେ ଓଡିଶା ଭାରତର ପ୍ରଥମ ରାଜ୍ୟ । ଚଳିତ ବର୍ଷ ମହା ଆଡମ୍ବରରେ ପାଳନ ହେବ ଉତ୍କଳ ଦିବସ (Utkal Divas) ।

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପବିତ୍ର ଉତ୍କଳ ଦିବସ (Utkal Divas 2022)ରେ ଓଡିଶାର ପ୍ରତିଟି ଜନସାଧାରଣଙ୍କୁ ଶୁଭେଛା ଜଣାଇଛନ୍ତି ।

ଓଡିଶାକୁ ଏକ ସ୍ବତନ୍ତ୍ର ପ୍ରଦେଶ ଭାବେ ଗଠନ କିରବା ପାଇଁ ମହାପୁରୁଷମାନେ ବଳିଦାନ ଦେଇଥିଲେ । ଏହି ଦିନ ଅବସରରେ ଜାତିର ଉନ୍ନତି ପାଇଁ ଛାତ୍ର ସମାଜ, ଯୁବଗୋଷ୍ଠୀ ସଂକଳ୍ପ ନେବା ଉଚିତ । ଆଉ ଆମେ ଓଡିଆ ବୋଲି କହିବାକୁ ଯେପରି କୁଣ୍ଠାବୋଧ ନ କରୁ । ଗର୍ବର ସହ କହିବା ଏ ମାଟି ଓଡିଆ ଏ ଜାତି ଓଡିଆ ।

ସେଞ୍ଚୁରିୟାନ ବିଶ୍ୱ ବିଦ୍ୟାଳୟରେ ଦୁଇଦିନିଆ ଉତ୍କଳ କୃଷି ମେଳା ୨୦୨୨

ଏହି ବ୍ୟବସାୟ କଲେ ରୋଜଗାର କରିବେ ଲକ୍ଷ ଲକ୍ଷ ଟଙ୍କା, ହେବେ ଲାଭବାନ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)