News

କୃଷି ଜାଗରଣରେ ପରିସରରେ OUAT କୂଳପତି, କାର୍ଯ୍ୟକର୍ତ୍ତାଙ୍କୁ କଲେ ଉତ୍ସାହିତ...

ଆଜି(ସୋମବାର) କୃଷି ଜାଗରଣ(Krishi Jagran) ପାଇଁ ଏକ ବିଶେଷ ଦିନ । କାରଣ ନୂଆ ଦିଲ୍ଲୀ ସ୍ଥିତ କୃଷି ଜାଗରଣ କାର୍ଯ୍ୟାଳୟ ପରିସରରେ ଆଜି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର(OUAT) କୂଳପତି ପ୍ରଫେସର ଡ଼ଃ ପ୍ରଭାତ କୁମାର ରାଉଳ(Pravat Ku. Roul) ଏକ ଗସ୍ତରେ ଆସିଥିଲେ । ସେ କୃଷି ଜାଗରଣର ସମ୍ପୂର୍ଣ୍ଣ ପରିସର ବୁଲି ଦେଖିବା ସହ ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ସହ କଥାବାର୍ତ୍ତା ମଧ୍ୟ ହୋଇଥିଲେ ।

06 March, 2023 6:09 PM IST By: Priyambada Rana

ଆଜି(ସୋମବାର) କୃଷି ଜାଗରଣ(Krishi Jagran) ପାଇଁ ଏକ ବିଶେଷ ଦିନ । କାରଣ ନୂଆ ଦିଲ୍ଲୀ ସ୍ଥିତ କୃଷି ଜାଗରଣ କାର୍ଯ୍ୟାଳୟ ପରିସରରେ ଆଜି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର(OUAT) କୂଳପତି ପ୍ରଫେସର ଡ଼ଃ ପ୍ରଭାତ କୁମାର ରାଉଳ(Pravat Ku. Roul) ଏକ ଗସ୍ତରେ ଆସିଥିଲେ । ସେ କୃଷି ଜାଗରଣର ସମ୍ପୂର୍ଣ୍ଣ ପରିସର ବୁଲି ଦେଖିବା ସହ ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ସହ କଥାବାର୍ତ୍ତା ମଧ୍ୟ ହୋଇଥିଲେ ।

ଦେଶର କୃଷି ଓ କୃଷକଙ୍କ ପାଇଁ ସର୍ବଦା ଚେଷ୍ଟିତ ଥିବା କୃଷି ଜାଗରଣର ସଂସ୍ଥା ଏବଂ ସମ୍ପାଦକ ଏମ.ସି ଡୋମିନିକିଙ୍କ ପ୍ରୟାସକୁ ସେ ଭୂରି ଭୂରି ପ୍ରଶଂସା କରିଥିଲେ । କୃଷି ଜାଗରଣ ଚୌପାଲର ପରିସରରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ସଭାରେ ଡ଼ଃ ପ୍ରଭାତ କୁମାର ରାଉଳ ଯୋଗ ଦେଇ କୃଷି ଜାଗରଣର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଉତ୍ସାହିତ କରିଥିଲେ ।

ଡ଼ଃ ପ୍ରଭାତ କୁମାର ରାଉଳ, ଜଣେ କୃଷି ବିଶ୍ୱବିଦ୍ୟାଳୟର ପ୍ରଧ୍ୟାପକ ଭାବରେ ସର୍ବଦା କୃଷି କ୍ଷେତ୍ରର ଉନ୍ନତି ପାଇଁ ନିଜର ପ୍ରୟାସ ଚଳାଇ ଆସିଛନ୍ତି ।ବିଶ୍ୱ ବିଦ୍ୟାଳୟ ପରିସରରେ କୃଷି ଓ କୃଷକଙ୍କ ବିକାଶ ପାଇଁ ବିଭିନ୍ନ ଅନୁସନ୍ଧାନମୂଳକ କାର୍ଯ୍ୟ ଜରିଆରେ ନିଜର ଅବଦାନ ସେ ଅକ୍ଷୁର୍ଣ୍ଣ ରଖିଥିବା ଦେଖିବାକୁ ମିଳିଛି ।ନିକଟରେ ଓୟୁଏଟି ପରିସରରେ ଡ଼ଃ ରାଉଳଙ୍କ ଦ୍ୱାରା ଆୟୋଜିତ ହୋଇଥିବା ‘କୃଷକ ମେଳା-୨୦୨୩’ (ଯାହାର ମିଡିଆ ପାର୍ଟନର ଭାବେ ଯୋଗ ଦେଇଥିଲା କୃଷି ଜାଗରଣ) ଖୁବ୍ ପ୍ରଶଂସା ସାଉଣ୍ଟି ସଫଳତାର ସହ ଶେଷ ହୋଇଥିବା ଦେଖିବାକୁ ମିଳିଥିଲା ।

ପ୍ରଫେସର ଡ଼ଃ ପ୍ରଭାତ କୁମାର ରାଉଳ କହିଛନ୍ତି ଯେ ‘କୃଷି କ୍ଷେତ୍ରରେ କୃଷି ଜାଗରଣ ସଂସ୍ଥା ତରଫରୁ ନିଆଯାଇଥିବା ବିଭିନ୍ନ ଉଦ୍ୟମ ମତେ ଖୁବ୍ ପସନ୍ଦ ଆସିଛି, ସେଥିପାଇଁ ମୁଁ ଏହାର ସମ୍ପାଦକ ଏମ.ସି ଡୋମିନିକଙ୍କୁ ଧନ୍ୟବାଦ ଜଣାଇବାକୁ ଚାହିଁବି ।ଏଥିସହ ଓଡ଼ିଶାରେ କୃଷିର ଉନ୍ନତି ପାଇଁ କୃଷି ଜାଗରଣ ସଂସ୍ଥା ଦ୍ୱାରା ନିଆଯାଉଥିବା ବିଭିନ୍ନ ଉଦ୍ୟମ ବା ପଦକ୍ଷେପରେ ଯଥା ସମ୍ଭବ ମୁଁ ମୋର ସହଯୋଗ ଯୋଗାଇବାକୁ ଚେଷ୍ଟା କରିବି।

ଏଥି ସହ କୃଷି ଜାଗରଣ ଚୌପାଲ ପରିସରରେ ଡ଼ଃ ରାଉଳଙ୍କ ଦ୍ୱାରା ଦିଆଯାଇଥିବା ବକ୍ତବ୍ୟ ସମସ୍ତ ସଦସ୍ୟଙ୍କୁ ଉତ୍ସାହ ଯୋଗାଇଥିବା ଦେଖିବାକୁ ମିଳିଥିଲା ।

କୃଷି ଜାଗରଣ ଚୌପାଲରେ ଯୋଗଦେବେ ଓୟୁଏଟି କୁଳପତି

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)