News

ଜାଣନ୍ତୁ, କାହିଁକି ବଢ଼ି ଚାଲିଛି ପରିବା ଦର..

ଏବେ ରାଜ୍ୟରେ ଆକାଶ ଛୁଆଁ ହୋଇଛି ପରିବା ଦର। ଦିନ କେଇଟା ତଳେ ୪୦ରୁ ୫୦ ଟଙ୍କାରେ ପରିବା ବିକ୍ରି ହେଉଥିବା ବେଳେ ଏବେ ଏହା ଏବେ ପନିପରିବାରେ ହାତ ମାରିବାକୁ ଡରୁଛନ୍ତି ଖାଉଟି। ଏବେ ମାର୍କେଟରେ ବାଇଗଣ କିଲୋ ପିଛା ୮୦ଟଙ୍କା ଟଙ୍କାରେ ବିକ୍ରି ହେଉଛି । ସେହିପରି ପୋଟଳ ଦର ୮୦ଟଙ୍କାରେ ଉର୍ଦ୍ଧ୍ୱ ଟପିଛି ।

02 July, 2023 1:46 PM IST By: Priyambada Rana

ଏବେ ରାଜ୍ୟରେ ଆକାଶ ଛୁଆଁ ହୋଇଛି ପରିବା ଦର। ଦିନ କେଇଟା ତଳେ ୪୦ରୁ ୫୦ ଟଙ୍କାରେ ପରିବା ବିକ୍ରି ହେଉଥିବା ବେଳେ ଏବେ ଏହା ଏବେ ପନିପରିବାରେ ହାତ ମାରିବାକୁ ଡରୁଛନ୍ତି ଖାଉଟି। ଏବେ ମାର୍କେଟରେ ବାଇଗଣ କିଲୋ ପିଛା ୮୦ଟଙ୍କା ଟଙ୍କାରେ ବିକ୍ରି ହେଉଛି । ସେହିପରି ପୋଟଳ ଦର ୮୦ଟଙ୍କାରେ ଉର୍ଦ୍ଧ୍ୱ ଟପିଛି ।

ଏପରି ପରିସ୍ଥିତିରେ ବେପାରୀ ମାଲାମାଲ ହେଉଥିବା ବେଳେ, ଚାଷୀ ହତାଶ ହୋଇପଡ଼ିଛି। ୮୦ ଟଙ୍କା ତଳକୁ କୌଣସି ପରିବା ଆଉ ବଜାରରେ ମିଳୁନି । ସେପଟେ ପନିପରିବାର ଦରଦାମ ବୃଦ୍ଧି ହୋଇଥିଲେ ବି ଏହାର ପ୍ରକୃତ ଲାଭ ପାଉନି ଚାଷୀ। ପନିପରିବା ଚାଷ ଜମି ନିକଟରୁ ଅତି କମରେ ବେପାରୀ କିଣି ଆଣି ବଜାରରେ ଚଢ଼ା ଦରରେ ବିକ୍ରି କରୁଥିବା ଜଣାପଡ଼ିଛି ।

ନିମ୍ନ ମଧ୍ୟବିତ୍ତ ପରିବାରର ଲୋକେ ପରିବା କିଣିବାକୁ ଆଗରୁ ଦଶ ଥର ଭାବୁଛନ୍ତି। ରାଜ୍ୟରେ ଟମାଟୋ ଦର ୧୦୦ ଟଙ୍କାରେ ପହଞ୍ଚିଛି ।ଯେଉଁ ଟମାଟୋ ମାସକ ତଳେ ୨୦ ରୁ ୩୦ ଟଙ୍କାରେ ବିକ୍ରି ହେଉଥିଲା ହଠାତ୍ ତାହା ଏବେ ଏତେ ମାତ୍ରାରେ ବୃଦ୍ଧି ପାଇବା ଦ୍ୱାରା ଗରିବ ଖାଉଟି ଚିନ୍ତା ବଢ଼ି ଯାଇଛି।

ତେବେ କେବଳ ଟମାଟୋ ଦର ନୁହେଁ ଅନ୍ୟାନ୍ୟ ପନିପରିବା ଦର ମଧ୍ୟ ମାତ୍ରାଧିକ ବୃଦ୍ଧି ପାଇଛି । ଝୁଡଙ୍ଗ ଦର କିଲୋ ପିଛା ୧୬୦ ଟଙ୍କା ରହିଥିବା ବେଳେ ବିନ୍ସ ଦର କିଲୋ ପିଛା ୨୫୦ ଟଙ୍କା ବିକ୍ରି ହେଉଛି। ସେହିଭଳି ଭେଣ୍ଡି ୧୦୦ ଟଙ୍କା, ପୋଟଳ ୮୦ ଟଙ୍କା, କାକୁଡି ୮୦ ଟଙ୍କା, କଲରା ୮୦ଟଙ୍କା, ଗାଜର ୫୦ଟଙ୍କା, ଜହ୍ନି ୮୦ ଟଙ୍କାରେ ବିକ୍ରୀ ହେଉଥିବା ଦେଖାଯାଇଛି। ବଜାରରେ ଅଧିକାଂଶ ପରିବା ଦର ୮୦ରୁ ଅଧିକାରେ ପହଞ୍ଚିଛି । ମୌସୁମୀ ଓ ଲଘୁଚାପ ବର୍ଷା ପ୍ରଭାବରେ ଗଛରେ ବାଇଗଣ, ପୋଟଳ, ଭେଣ୍ଡି ଆଦି ପରିବା ନଷ୍ଟ ହୋଇଛି । ଗଛରୁ ଫୁଲ, ଫଳ ମଧ୍ୟ ଝଡ଼ି ପଡ଼ିଛି । ଅନ୍ୟପଟେ ବର୍ଷା ଯୋଗୁଁ ପରିବା ଅମଳ ହୋଇନଥିବାରୁ ବଜାରକୁ ପର୍ଯ୍ୟାପ୍ତ ପରିମାଣର ପରିବା ଆସିପାରିନାହିଁ । ଯାହା ଫଳରେ ପରିବା ବୃଦ୍ଧି ପାଉଥିବା କୁହାଯାଉଛି ।

ଏନେଇ ପରିବା ବ୍ୟବସାୟୀଙ୍କ କହିଛନ୍ତି ଯଏ ଓଡ଼ିଶାରେ ଏବେ ପରିବା ଚାଷ କମୁଛି । ବେଙ୍ଗାଲୁରୁ, ଆନ୍ଧ୍ରା, କଲିକତା, ନାସିକ, ରାୟପୁରରୁ ଓଡ଼ିଶାକୁ ପରିବା ଆମଦାନୀ କରାଯାଉଛି । ତେଣୁ ପନିପରିବା ଦର ଏତେ ମାତ୍ରାରେ ବୃଦ୍ଧି ହୋଇଛି। ଆଉ ୧ ମାସ ଭିତରେ ଦର କମିବ ବୋଲି ବ୍ୟବସାୟୀ କହିଛନ୍ତି।

ସୂଚନା ଅନୁସାରେ ଜଟଣୀ ଓ ଭୁବନେଶ୍ୱର ବଜାରକୁ ଏବେ ସ୍ଥାନୀୟ ଚାଷୀଙ୍କଠାରୁ ପରିବା ଆସିବା କମ୍ ହୋଇଯାଇଛି। ସାଧାରଣତଃ ଏହି ଦୁଇ ମାର୍କେଟକୁ ବାଙ୍କୀ, ଆଠଗଡ଼, ବାରଙ୍ଗ, ବାଲିଅନ୍ତା, ବାଲିପାଟଣା, ବଳଙ୍ଗା, ପିପିଲି, ଡେଲାଙ୍ଗ, ବଳଙ୍ଗା, ତେଇଶପୁର, କଣ୍ଟି, ସିକୋ, ରଣପୁର, କଳାପଥର, ବୈ‌‌ଦେଶ୍ବର, ନୟାଗଡ଼ ଆଦି ଅଞ୍ଚଳରୁ ପରିବା ଆସିଥାଏ। କିନ୍ତୁ ବର୍ତ୍ତମାନ ଏହି ଅଞ୍ଚଳର ଚାଷୀମାନେ ଖରିଫ୍ ଧାନ ଚାଷ ପାଇଁ ପ୍ରସ୍ତୁତ ହେଉଛନ୍ତି। ଫଳରେ ଅମଳ ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ।

ପନିପରିବା ଦର ଏବେ ଆକାଶ ଛୁଆଁ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)