News

ରପ୍ତାନୀ ନିୟମ ଉଲ୍ଲଂଘନ କଲେ ହେବ କାର୍ଯ୍ୟାନୁଷ୍ଠାନ

ଯେଉଁମାନେ ପୁରୁଣା ତାରିଖର ଆବେଦନପତ୍ର ତଥା ନକଲି ଦସ୍ତାବିଜ ଦେଖାଇ ରପ୍ତାନୀ କରିବାକୁ ପ୍ରୟାସ କରିବେ, ସେମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ।

06 June, 2022 12:57 PM IST By: Shuvanshu Kar

ପ୍ରଥମେ ତୁର୍କୀ ଓ ପରେ ମିଶ୍ର, ଗୋଟିଏ ପକ୍ଷେ ଅନେକ ଦେଶ ଭାରତର ଗହମ ନେବାକୁ ମନା କରିଦେଇଥିବାବେଳେ ଅନ୍ୟପକ୍ଷେ ଲକ୍ଷ ଲକ୍ଷ ଟନ ଗହମର ରପ୍ତାନୀ(wheat export) ଅର୍ଡର ଉପରେ ରୋକ ଲଗାଇ ଦେଇଛନ୍ତି କେନ୍ଦ୍ର ସରକାର । ରପ୍ତାନୀ ନେଇ ପଠାଯାଇଥଇବା ସମସ୍ତ ଆବେଦନପତ୍ରକୁ ଖାରଜ କରିଦେଇଛି କେନ୍ଦ୍ର ।

ବୈଦେଶିକ ବାଣିଜ୍ୟ ନିର୍ଦ୍ଦେଶାଳୟ (DGFT) 1.5 ମିଲିୟନ୍ ଟନ୍ ଗହମ ରପ୍ତାନି ପାଇଁ ଆବେଦନକୁ ଖାରଜ କରିଛି । ଗହମ ରପ୍ତାନି ପାଇଁ ସରକାର ଲେଟର୍ସ ଅଫ୍ କ୍ରେଡିଟ୍ (LCs) ଜାରି ପ୍ରକ୍ରିୟାକୁ କଡାକଡି କରିଛନ୍ତି । ଏଥିପାଇଁ ଏକ ବହୁ ପର୍ଯ୍ୟାୟ ଯାଞ୍ଚ ପ୍ରକ୍ରିୟା କାର୍ଯ୍ୟକାରୀ କରାଯାଇଛି, ଯାହା ଦ୍ବାରା କେବଳ ସେହି ରପ୍ତାନି ନିର୍ଦ୍ଦେଶ ପାଇଁ LCs ପ୍ରଦାନ କରାଯାଇପାରିବ, ଯାହା ମେ ମାସରେ ଗହମ ରପ୍ତାନି(wheat export) ଉପରେ ସରକାରଙ୍କ ପ୍ରତିବନ୍ଧକ ନିୟମର ଅନୁକୂଳ ।

ଖବର ଅନୁଯୟୀ ଅର୍ଡର ପ୍ରକ୍ରିୟାର ତଦାରଖ କରୁଥିବା ଦୁଇ ସଂସଦୀୟ ଆଭ୍ୟନ୍ତରୀଣ କମିଟିକୁ ସହଯୋଗ ପାଇଁ ଜଣେ ବିଶେଷଜ୍ଞଙ୍କୁ ନିଯୁକ୍ତ କରିଛନ୍ତି । ଏହା ଦ୍ବାରା ପ୍ରକ୍ରିୟାକୁ ଆହୁରି କଡାକଡି କରାଯାଇପାରିବ ।

ବର୍ତ୍ତମାନସୁଦ୍ଧା ଦେଶରେ 14 ଲକ୍ଷ ଟନ ଗହମ ରପ୍ତାନୀ ପାଇଁ ଅର୍ଡର ପାସ ହୋଇଛି । ଅନ୍ୟପକ୍ଷେ ଖାରଜ ହୋଇଥିବା ଅର୍ଡର ସଂଖ୍ୟା ଅଧିକ ରହିଛି । କେବଳ ସେତିକି ନୁହେଁ, ଅର୍ଡର ଆବେଦନ ତଦାରଖ ପ୍ରକ୍ରିୟାରେ ରହିଛି । ବାଣିଜ୍ୟ ଓ ଉଦ୍ୟେଗ ମନ୍ତ୍ରୀ ପିୟୁଷ ଗୋୟଲ କହିଛନ୍ତି ଯେଉଁମାନେ ପୁରୁଣା ତାରିଖର ଆବେଦନପତ୍ର ତଥା ନକଲି ଦସ୍ତାବିଜ ଦେଖାଇ ରପ୍ତାନୀ କରିବାକୁ ପ୍ରୟାସ କରିବେ, ସେମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଗହମ ରପ୍ତାନି ଉପରେ ସରକାରଙ୍କ କଡା ନିୟମ ମଧ୍ୟରେ ଅନେକ ଦେଶ ଭାରତର ଗହମ ନେବାକୁ ମନା କରି ଦେଇଛନ୍ତି । ଭାରତୀୟ ଗହମରେ ରୁବେଲା ଜୀବାଣୁ ଅଭିଯୋଗ ହେତୁ ତୁର୍କୀ ଏହାକୁ ଫେରାଇ ଦେଇଥଇଲା । ଏହି ଗହମ ପ୍ରଥମେ ଭାରତରୁ ନେଦରଲ୍ୟାଣ୍ଡ ଏବଂ ସେଠାରୁ ତୁର୍କୀକୁ ପଠାଯାଇଥିଲା । ପରେ, ଇଜିପ୍ଟ ଏହି ଗହମର ପ୍ରାୟ 55,000 ଟନ୍ ଆମଦାନୀ ବିଷୟରେ କଥାବାର୍ତ୍ତା କରିଥିଲା, କିନ୍ତୁ ଶେଷରେ ଏହାକୁ ନେବାକ ମନା କରିଦେଇଛି ।

ଗହମ ରପ୍ତାନିରେ ଭାରତର ବ୍ରେକ, ବିଶ୍ବରେ ହଇଚଇ

ବିଶ୍ବରେ ବଢିଲା ଗହମ ଦର! ଅନେକ ଦେଶରେ ଖାଦ୍ୟ ସଙ୍କଟର କଳା ବାଦଲ

ସରକାର ବର୍ତ୍ତମାନ ଦେଶରୁ ଗହମ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହି ନିଷେଧାଦେଶର କାରଣ ହେଉଛି ଘରୋଇ ଆବଶ୍ୟକତା ପୂରଣ କରିବା, ବଢୁଥିବା ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବା ଏବଂ ପଡୋଶୀ ତଥା ଅଭାବୀ ଦେଶକୁ ସାହାଯ୍ୟ କରିବା । ବର୍ତ୍ତମାନ କେବଳ ସେହି ରପ୍ତାନି ନିର୍ଦ୍ଦେଶଗୁଡିକ ସରକାରଙ୍କ ଦ୍ୱାରା ପୂରଣ ହେବାକୁ ଅନୁମତି ଦିଆଯାଇଛି ଯେଉଁଥି ପାଇଁ ମେ 13 ପୂର୍ବରୁ ଲେଟର୍ସ ଅଫ୍ କ୍ରେଡିଟ୍ (LC) ଜାରି କରାଯାଇଛି । ବାକି ପଡୋଶୀ ତଥା ଅଭାବୀ ଦେଶକୁ ଗହମ ରପ୍ତାନି ସରକାରୀ ଚୁକ୍ତିନାମା (ସରକାରୀ ଡିଲ୍) ମାଧ୍ୟମରେ କରାଯିବ । ଏହି ପ୍ରତିବନ୍ଧକ ବଳବତ୍ତର ରହିବ ବୋଲି ନିକଟରେ ଡାଭୋସରେ ପୀୟୁଷ ଗୋୟଲ ଏକ ସାକ୍ଷାତକାରରେ ସ୍ପଷ୍ଟ କରିଛନ୍ତି ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)