News

MFOI ୨୦୨୪ ପୁରସ୍କାରରେ ସାମିଲ ହେବାକୁ VISITOR PASS !

ଏହି ଉତ୍ସବରେ କୃଷକଙ୍କ ପରିବର୍ତ୍ତନଶୀଳ ଭୂମିକା ଏବଂ ଭାରତର କୃଷି ଦୃଶ୍ୟପଟ୍ଟରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ଆଲୋକିତ କରାଯିବ l ଯାହାଦ୍ୱାରା ସେମାନେ ଅନ୍ୟ ଚାଷୀଙ୍କ ପାଖରେ ନିଜର କୃଷି କୌଶଳ ପରିବେଷଣ କରିପାରିବେ l

19 November, 2024 12:08 PM IST By: Tanushree Mahapatra

ହଜାର ହଜାର ସଫଳ ଚାଷୀଙ୍କ ହେବ ସମାହାର l ମଞ୍ଚ ଉପରେ ନିଜ ସଫଳ କାହାଣୀ ବଖାଣିବେ ଚାଷୀ l ଚାଷୀ ପାଇବେ ଶ୍ରେଷ୍ଠ କୃଷି ସମ୍ମାନ l ନୂଆ ନୂଆ ଚାଷ ପ୍ରଣାଳୀ ସହିତ ପରିଚୟ ହେବେ ଅନ୍ୟ ଚାଷୀ l ଶିଖିବେ ନୂଆ ନୂଆ ଚାଷକାର୍ଯ୍ୟ l ନୂତନ କୃଷି ଯନ୍ତ୍ରପାତି ସହ ଜାଣିବେ ଅଳ୍ପ ସମୟରେ ଅଧିକ ଫସଲ ଅମଳ କିପରି ହୁଏ ? କାରଣ ଆସନ୍ତା ଡିସେମ୍ବର ମାସରେ ହେବାକୁ ଯାଉଛି ଭାରତୀୟ କୃଷି ମହାକୁମ୍ଭ ୨୦୨୪ ( MFOI 2024 ) l

ଡିସେମ୍ବର ମାସ ୧  ରୁ ୩ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ l ୩ ଦିନ ଧରି ଆୟୋଜିତ ହେବାକୁ ଥିବା ଏହି ଇଭେଣ୍ଟରେ କେବଳ ଚାଷୀ ଯୋଗ ଦେବେ ତାହା ନୁହଁ ବରଂ ଏହି କୃଷି ମହା ସମ୍ମିଳନୀରେ ଅନେକ ବଡ ବଡ ଶିଳ୍ପପତି ଠାରୁ ଆରମ୍ଭ କରି ଅନେକ ଶିଳ୍ପାନୁଷ୍ଠାନମାନ ଯୋଗଦେବେ l

MFOI ପୁରସ୍କାର 2024 ସେହି ବ୍ୟକ୍ତିବିଶେଷଙ୍କୁ ପରିଚୟ ଦେବା ପାଇଁ ଲକ୍ଷ୍ୟ ରଖିଛି ଯେଉଁମାନେ ଭାରତୀୟ କୃଷିରେ ଅତୁଳନୀୟ ଅବଦାନ ରଖିଛନ୍ତି ଏବଂ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି l ବିଭିନ୍ନ ବର୍ଗ ଏବଂ ଉପ-ବର୍ଗ ସହିତ, ଇଭେଣ୍ଟ ବିଭିନ୍ନ କ୍ଷେତ୍ରର କୃଷକମାନଙ୍କୁ ସମ୍ମାନିତ କରିବା ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିବ l ପ୍ରତ୍ୟେକ ଫସଲ, ଅଞ୍ଚଳ, ଏବଂ କୃଷି ପୃଷ୍ଠଭୂମିରୁ ଆସିଥିବା ବ୍ୟକ୍ତିମାନେ ସମ୍ମାନିତ କରାଯିବ l ଏହି ଉତ୍ସବରେ କୃଷକଙ୍କ ପରିବର୍ତ୍ତନଶୀଳ ଭୂମିକା ଏବଂ ଭାରତର କୃଷି ଦୃଶ୍ୟପଟ୍ଟରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ଆଲୋକିତ କରାଯିବ l ଯାହାଦ୍ୱାରା ସେମାନେ ଅନ୍ୟ ଚାଷୀଙ୍କ ପାଖରେ ନିଜର କୃଷି କୌଶଳ ପରିବେଷଣ କରିପାରିବେ l

ତେବେ ଏହି MFOI  ନାମକ ଇଭେଣ୍ଟଟି ପୁସା ମେଳା ପଡ଼ିଆରେ ଆୟୋଜନ ହେବାକୁ ଯାଉଛି l ତେବେ ଆପଣ ମଧ୍ୟ ଏଥିରେ ସାମିଲ ହୋଇପାରିବେ l କିନ୍ତୁ ଏଥିପାଇଁ ଆପଣଙ୍କୁ ଆବଶ୍ୟକ VISITOR PASS l ଆଉ ଏହି ପାସ ପାଇବାକୁ ହେଲେ ଆର୍ଟିକଲ ତଳେ ଦିଆଯାଇଥିବା ନିମ୍ନ ଲିଙ୍କକୁ ଯାଆନ୍ତୁ l ଆମ ସହିତ ମିଶି ଏହି କୃଷି ମହା ସମ୍ମିଳନୀକୁ ସଫଳ କରିବା ପାଇଁ ନିଜର ସହଯୋଗ ଦିଅନ୍ତୁ l

MFOI REGISTRATION  AND VISITOR PASS LINK - https://millionairefarmer.in/get-visitor-pass/