News

ଆସୁଛି ଲଘୁଚାପ!

ରାଜ୍ୟରେ ଆଜି ମଙ୍ଗଳବାର ଠୁ ବର୍ଷାର ପରିମାଣ କମିବ । ଲଘୁଚାପ ମଧ୍ୟପ୍ରଦେଶ ମୁହାଁ ହେବା ପରେ କମିଲା ବର୍ଷାର ପ୍ରଭାବ । ଆଗାମୀ 2 ଦିନ ଯାଏଁ କିଛି କିଛି ସ୍ଥାନରେ ବର୍ଷା ହେବା ନେଇ ସମ୍ଭାବନା ରହିଛି । 8 ଟି ଜିଲ୍ଲାରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

13 September, 2022 12:24 PM IST By: Sudesna Nayak

ରାଜ୍ୟରେ ଆଜି ମଙ୍ଗଳବାର (Tuesday)ଠୁ ବର୍ଷା (Rain)ର ପରିମାଣ କମିବ । ଲଘୁଚାପ (low pressure) ମଧ୍ୟପ୍ରଦେଶ ମୁହାଁ ହେବା ପରେ କମିଲା ବର୍ଷା (Rain)ର ପ୍ରଭାବ । ଆଗାମୀ 2 ଦିନ ଯାଏଁ କିଛି କିଛି ସ୍ଥାନରେ ବର୍ଷା (Rain)ହେବା ନେଇ ସମ୍ଭାବନା ରହିଛି । 8 ଟି ଜିଲ୍ଲାରେ ବର୍ଷା (Rain) ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ସୂଚନା ଅନୁୟାୟୀ, ଆଜି ମଙ୍ଗଳବାର (Tuesday) ଝାରସୁଗୁଡ଼ା ଜିଲ୍ଲା, କେନ୍ଦୁଝର ଜିଲ୍ଲା, ସୁନ୍ଦରଗଡ଼ ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲା, ବାଲେଶ୍ୱର ଜିଲ୍ଲା, ଭଦ୍ରକ ଜିଲ୍ଲା, କେନ୍ଦ୍ରାପଡ଼ା ଜିଲ୍ଲା ଓ ଯାଜପୁର ଜିଲ୍ଲାରେ ପ୍ରବଳ ବର୍ଷା (Rain)ସମ୍ଭାବନା ଅଛି ।

ସେପଟେ ସେପ୍ଟମ୍ବର 18 ତାରିଖ ବେଳକୁ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ । ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବଢ଼ିବ ବର୍ଷା (Rain)ର ବିସ୍ତୃତି ଓ ପରିମାଣ । ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ସକ୍ରିୟ ମୌସୁମୀ ପ୍ରଭାବରେ ରାଜ୍ୟରେ ବର୍ଷା (Rain) ଜାରି ରହିବ ।

ପ୍ରକାଶ ଥାଉ ଯେ,ବୁଧବାର (Wednesday) ସେପ୍ଟମ୍ବର 14 ରେ କେନ୍ଦୁଝର ଜିଲ୍ଲା, ସୁନ୍ଦରଗଡ଼ ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲା, ବାଲେଶ୍ୱର ଜିଲ୍ଲା, ଭଦ୍ରକ ଜିଲ୍ଲା, କେନ୍ଦ୍ରାପଡ଼ା ଜିଲ୍ଲା, ଜଗତସିଂହପୁର ଜିଲ୍ଲା ଓ ଯାଜପୁର ଜିଲ୍ଲାରେ ପ୍ରବଳ ବର୍ଷା (Rain)ହୋଇପାରେ ବୋଲି ବିଭାଗ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ରାଜ୍ୟରେ ଆହୁରି ୨୪ ଘଣ୍ଟା ଛେଚିବ ବର୍ଷା

12 ଘଣ୍ଟାରେ ଦୁର୍ବଳ ହେବ ଅବପାତ! ୟେଲୋ ୱାର୍ଣ୍ଣିଂ ଜାରି

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)