News

weather in odisha :୧୯ରୁ ବଦଳିବ ପାଗ,୨୩ରୁ ବଢିବ ବର୍ଷା

ଆସନ୍ତା ୧୯ ତାରିଖରୁ ରାଜ୍ୟ odishaରେ ପାଗ ବଦଳିବ । ସନ୍ଧ୍ୟା ପରେ ରାଜ୍ୟକୁ ଉତ୍ତରା ପବନ ବଦଳରେ ବଙ୍ଗୋପସାଗରୀୟ ପବନ ବହିବ । ଏହାର ପ୍ରଭାବରେ କିଛି ସ୍ଥାନରେ ଛେଚିବ ବର୍ଷା (Rain) ।

17 February, 2022 10:27 AM IST By: Sudesna Nayak

ଆସନ୍ତା ୧୯ ତାରିଖରୁ ରାଜ୍ୟ odishaରେ ପାଗ ବଦଳିବ । ସନ୍ଧ୍ୟା ପରେ ରାଜ୍ୟକୁ ଉତ୍ତରା ପବନ ବଦଳରେ ବଙ୍ଗୋପସାଗରୀୟ ପବନ ବହିବ । ଏହାର ପ୍ରଭାବରେ କିଛି ସ୍ଥାନରେ ଛେଚିବ ବର୍ଷା (Rain) ।

ସୂଚନା ମୁତାବକ, ୨୦ ତାରିଖ, ୨୧ ତାରିଖ ଓ ୨୨ ତାରିଖରେ ଛେଚିବ ବର୍ଷା (Rain)ହୋଇପାରେ । ୨୩ ତାରିଖରୁ ବର୍ଷା (Rain) ବଢ଼ିପାରେ । ୨୫ ତାରିଖ ଯାଏଁ ଭିନ୍ନ ଭିନ୍ନ ସ୍ଥାନରେ ବର୍ଷା (Rain) ଜାରି ରହିବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ।

୧୯ ତାରିଖରେ ଆଭ୍ୟନ୍ତରୀଣ ଓଡିଶାରେ ପାଗ ମେଘୁଆ ରହିବା ସହ ବୁନ୍ଦା ବର୍ଷା (Rain)ର ଆଶଙ୍କା ରହିଛି । ୨୦ ତାରିଖ ଓ ୨୧ ତାରିଖରେ ଉତ୍ତର ଉପକୂଳ ଓ ସଂଲଗ୍ନ ଜିଲ୍ଲା ସମେତ ଉତ୍ତର ଆଭ୍ୟନ୍ତରୀଣ କିଛି ବର୍ଷା (Rain) ହୋଇପାରେ ।

ଭଦ୍ରକ ଜିଲ୍ଲା, ବାଲେଶ୍ୱର ଜିଲ୍ଲା ଓ ମୟୂରଭଞ୍ଜ ଜିଲ୍ଲାରେ ୧୦ ମିଲିମିଟରରୁ କମ୍‌ ବର୍ଷା (Rain)ହୋଇପାରେ । ୨୨ ତାରିଖ ଓ ୨୩ ତାରିଖରେ ବାଲେଶ୍ୱର ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲା, କେନ୍ଦୁଝର ଜିଲ୍ଲା ଓ ସୁନ୍ଦରଗଡ଼ ଜିଲ୍ଲାରେ ବୁନ୍ଦାରୁ ହାଲୁକା ବର୍ଷା (Rain)ହୋଇପାରେ । ଖୋର୍ଦ୍ଧା ଜିଲ୍ଲା ଓ ସଂଲଗ୍ନ ଜିଲ୍ଲାରେ ବୁନ୍ଦା ବର୍ଷା (Rain) ହୋଇପାରେ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି ।

ସେହିଭଳି ୨୩ ତାରିଖ ରାତିରୁ ରାଜ୍ୟରେ ବର୍ଷା (Rain)ବଢ଼ିବ । ୨୪ ତାରିଖ ଓ ୨୫ ତାରିଖରେ ଅଧିକ ଅଞ୍ଚଳରେ ବର୍ଷା (Rain)ହୋଇପାରେ ।

ଇସିଏମ୍‌ଡବ୍ଲୁଏଫ୍‌ ମଡେଲ ଅନୁସାରେ ୨୪ ତାରିଖ ଓ ୨୫ ତାରିଖରେ ଉତ୍ତର ଉପକୂଳ ଓ ଏହାର ସଂଲଗ୍ନ ଆଭ୍ୟନ୍ତରୀଣ ଅଞ୍ଚଳରେ ୧୫ ମିମି ପର୍ଯ୍ୟନ୍ତ ବର୍ଷା (Rain)ହୋଇପାରେ । ହେଲେ ଜିଏଫଏସ୍‌ ମଡେଲ କହୁଛି, ୨୪ ତାରିଖ ଓ ୨୫ ତାରିଖରେ ସାରା ରାଜ୍ୟରେ ବର୍ଷା (Rain)ହେବ । କେନ୍ଦ୍ରାପଡ଼ା ଜିଲ୍ଲା, ଯାଜପୁର ଜିଲ୍ଲା, ଭଦ୍ରକ ଜିଲ୍ଲା, ବାଲେଶ୍ୱର ଜିଲ୍ଲାରେ ହାରାହାରି ୩୫ ମିମି ବର୍ଷା (Rain) ହେବ ।

ଗଞ୍ଜାମ ଜିଲ୍ଲାରୁ ଜଗତସିଂହପୁର ଜିଲ୍ଲା ପର୍ଯ୍ୟନ୍ତ ଅଧିକ ବର୍ଷା (Rain)ରହିଛି । ଏହା ସମେତ କନ୍ଧମାଳ ଜିଲ୍ଲା, ବୌଦ୍ଧ ଜିଲ୍ଲା, ଢେଙ୍କାନାଳ ଜିଲ୍ଲା, ଅନୁଗୁଳ ଜିଲ୍ଲା, ନୟାଗଡ଼ ଜିଲ୍ଲା ଓ କେନ୍ଦୁଝର ଜିଲ୍ଲାରେ ହାହାହାରି ୨୫ରୁ ୩୦ ମିଲିମିଟର ବର୍ଷା (Rain)ହୋଇପାରେ । ତେବେ ୨୦ ତାରିଖ ବେଳକୁ ସମ୍ଭାବ୍ୟ ଚିତ୍ର ଅଧିକ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି ।

ପ୍ରକାଶ ଥାଉ ଯେ, ତେବେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ବାରମ୍ବାର ବଦଳିପାରେ । ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଏହା କ୍ରମଶଃ ବଢିବ । ୧୯ ତାରିଖ ସୁଦ୍ଧା ପ୍ରାୟ ୩ ଡିଗ୍ରୀ ବଢ଼ିବ । ୨୦ ତାରିଖରୁ ରାଜ୍ୟରେ ୩ ଦିନ ଯାଏଁ ପୁଣି ତାପମାତ୍ରା କମିବ । ୨୪ ତାରିଖରୁ ପୁଣି ରାତି ତାପମାତ୍ରା ବଢ଼ିବ ବୋଲି ସେ କହିଛନ୍ତି । ସେପଟେ ପାଣିପାଗ ବିଭାଗର ଆକଳନ ଅନୁସାରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ବଢ଼ିବା ଆରମ୍ଭ ହୋଇଛି । ଅଧିକାଂଶ ଜିଲ୍ଲାର ରାତି ତାପମାତ୍ରା ୧୩-୧୪ଡିଗ୍ରୀ ଉପରେ ରହିଛି । ଫୁଲବାଣୀ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ଥିବାବେଳେ ଦାରିଙ୍ଗିବାଡ଼ିରେ ୧୦.୫, କୋରାପୁଟ ଜିଲ୍ଲାରେ ୧୧.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ଡରାଉଛି ପଶ୍ଚିମା ଝଡ଼, ୧୮ ରୁ ପୁଣି ଭିଜିବ ଓଡ଼ିଶା

୧୬ରୁ ପଶ୍ଚିମା ଝଡ଼ ପ୍ରଭାବ, ଓଡ଼ିଶାରେ ଘଡଘଡ଼ି ବିଜୁଳି ସହ ବର୍ଷା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)