News

ଏହି ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା, ୟେଲୋ ୱାର୍ଣ୍ଣିଂ ଜାରି

ଆଜି କୋରାପୁଟ ଜିଲ୍ଲା ,ଗଞ୍ଜାମ ଜିଲ୍ଲା, ଗଜପତି ଜିଲ୍ଲା, ମାଲକାନଗିରି ଜିଲ୍ଲା,କଳାହାଣ୍ଡି ଜିଲ୍ଲା, ରାୟଗଡ଼ା ଜିଲ୍ଲା, କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା (heavy rainfall) ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ।

18 July, 2024 2:06 PM IST By: Sudesna Nayak

ଆସୁଛି ଦୁଇଟି ଲଘୁଚାପ । ଯାହା ଫଳରେ ସାରା ରାଜ୍ୟରେ ବର୍ଷା (rain)ଲାଗି ରହିବ। ପାଣିପାଗ ବିଭାଗର ସୂଚନା ମୁତାବକ ଆଜି (TODAY) କୋରାପୁଟ ଜିଲ୍ଲା ,ଗଞ୍ଜାମ ଜିଲ୍ଲା, ଗଜପତି ଜିଲ୍ଲା, ମାଲକାନଗିରି ଜିଲ୍ଲା,କଳାହାଣ୍ଡି ଜିଲ୍ଲା, ରାୟଗଡ଼ା ଜିଲ୍ଲା, କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା (heavy rainfall) ହେବା ନେଇ ୟେଲୋ ୱାର୍ଣ୍ଣିଂ (yellow warning)ଜାରି କରିଛି ।

ସୂଚନା ଅନଯାୟୀ, ଦୁଇଟି ଲଘୁଚାପ ଆସୁଛି । ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ସକ୍ରିୟ ରହିଛି । ଯାହାର ପ୍ରଭାବରେ 6 ରୁ 7 ଦିନ ଯାଏଁ ସାରା ରାଜ୍ୟରେ ବର୍ଷା (rain) ଲାଗି ରହିବ ।

୧୯ ତାରିଖରେ କଳାହାଣ୍ଡି ଜିଲ୍ଲା, କନ୍ଧମାଳ ଜିଲ୍ଲା ,କୋରାପୁଟ ଜିଲ୍ଲା, ରାୟଗଡ଼ା ଜିଲ୍ଲା,ଗଞ୍ଜାମ ଜିଲ୍ଲା ,ଗଜପତି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା (rain) ହେବ । ଏଥିସହିତ ୨୦ ତାରିଖରେ କୋରାପୁଟ ଜିଲ୍ଲା, ନବରଙ୍ଗପୁର ଜିଲ୍ଲା,ମାଲକାନଗିରି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା (rain) ହେବ ।

ପ୍ରକାଶ ଥାଉ ଯେ, ପାଣିପାଗ ବିଭାଗର ସୂଚନା ଅନୁଯାୟୀ ହିଁ ଆସନ୍ତା 2 ଦିନ ମଧ୍ୟରେ ଦିଲ୍ଲୀ, ପଞ୍ଜାବ, ଗୋଆ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କେରଳ,ମିଜୋରାମ, ତ୍ରିପୁରା,ରାଜସ୍ଥାନ, ଓଡିଶା (ODISHA),ତାମିଲନାଡୁ, ଇତ୍ୟାଦି ରାଜ୍ୟରେ ପ୍ରବଳ ବର୍ଷା (heavy rainfall) ହେବ ।

ମଧ୍ୟପ୍ରଦେଶ ରାଇସେନରେ ଆୟୋଜିତ ହେଲା ସମ୍ରିଦ୍ଧ କିସାନ ଉତ୍ସବ

ହରିୟାଣା କୁରୁକ୍ଷେତ୍ରରେ ଆୟୋଜିତ ହେଲା ସମ୍ରିଦ୍ଧ କିସାନ ଉତ୍ସବ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)