News

୨୪ ଘଣ୍ଟାରେ ୧୬ ଜିଲ୍ଲାରେ ବର୍ଷା, ୟେଲୋ ଆଲର୍ଟ ଜାରି

୨୪ ଘଣ୍ଟା ମଧ୍ୟରେ ୧୬ ଜିଲ୍ଲାରେ ପ୍ରଚଣ୍ଡ ଘଡଘଡି ବିଜୁଳି ସହ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । ଉପକୂଳ ସମେତ ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାକୁ ସତର୍କ କରାଯାଇଥିବା ବେଳେ ବର୍ଷା ସମୟରେ ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ପବନ ବୋହିବ ବୋଲି ପାଣିପାଗ କେନ୍ଦ୍ର କହିଛି ।

27 May, 2022 10:35 AM IST By: Sudesna Nayak

୨୪ ଘଣ୍ଟା ମଧ୍ୟରେ ୧୬ ଜିଲ୍ଲାରେ ପ୍ରଚଣ୍ଡ ଘଡଘଡି ବିଜୁଳି ସହ ବର୍ଷା (Rain) ପାଇଁ ୟେଲୋ ଆଲର୍ଟ (Yellow Warning) ଜାରି କରାଯାଇଛି । ଉପକୂଳ ସମେତ ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାକୁ ସତର୍କ କରାଯାଇଥିବା ବେଳେ ବର୍ଷା (Rain) ସମୟରେ ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ପବନ ବୋହିବ ବୋଲି ପାଣିପାଗ କେନ୍ଦ୍ର (IMD)କହିଛି ।

ସୂଚନା ଅନୁଯାୟୀ, ରାଜ୍ୟରେ କମିଛି ପ୍ରାକ୍ ମୌସୁମୀ (Monsoon)ବର୍ଷା । ୧ ମାର୍ଚ୍ଚ ରୁ ୨୫ ମେ ମଧ୍ୟରେ ସ୍ବାଭାବିକ ଠାରୁ ୨୮ ପ୍ରତିଶତ କମିଛି ବର୍ଷା (Rain) । ପାଗ ବିଗାଡି ଦେଇଛି ଘନଘନ ଘୂର୍ଣ୍ଣିବଳୟ । ବାରମ୍ବାର ମୌସୁମୀ ପ୍ରକ୍ରିୟା ପାଇଁ ସୃଷ୍ଟି ହୋଇଛି ପ୍ରତିକୂଳ ପାଗ ।

୨୭ ତାରିଖରେ ଆଜି ଶୁକ୍ରବାର (Friday)କେରଳ ଛୁଇଁନପାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ବଡ କାଳବୈଶାଖୀ (Thunderstorms)କିମ୍ବା ଲଘୁଚାପ ସୃଷ୍ଟି ସମ୍ଭାବନା ନଥିବାରୁ ବିଳମ୍ବ ନେଇ ଆକଳନ କରାଯାଇଛି । ୬ ତାରିଖ ପର୍ଯ୍ୟନ୍ତ ଓଡ଼ିଶା (Odisha)ରେ ବଡଧରଣର ବର୍ଷା ସମ୍ଭାବନା ନାହିଁ । ଚଳିତ ବର୍ଷ ଓଡ଼ିଶାକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଛୁଇଁବାରେ ବିଳମ୍ବ ହୋଇପାରେ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ ଶରତ ସାହୁ ।

କେତେବେଳେ ପାଗ ଅନୁକୂଳ ରହୁଛି ତ କେତେବେଳେ ପୁଣି ସୃଷ୍ଟି ହେଉଛି ପ୍ରତିକୂଳ ପାଗ । ଏଭଳି ସ୍ଥିତି ପାଇଁ ଏବେ ମୌସୁମୀ ବିଳମ୍ବ ହେବା ଆଶଙ୍କା ଦେଖାଦେଇଛି । ସେପଟେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ (Thunderstorms) ନେଇ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର (IMD)

ଅନ୍ୟପଟେ ମୌସୁମୀ (Monsoon)କେରଳ ଛୁଇଁବା ପରେ ତାମିଲନାଡୁ, ରୟାଲସୀମା, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ଛୁଇଁଥାଏ । କିନ୍ତୁ, ଚଳିତ ବର୍ଷ ଏପରି ସମ୍ଭାବନା ଦେଖାଯାଉନି । କାରଣ ପ୍ରାକ୍ ମୌସୁମୀ (Monsoon) ବା କାଳବୈଶାଖୀ (Thunderstorms) ବର୍ଷା ଶକ୍ତ ହେଉନାହିଁ । ଓଡ଼ିଶାରେ ମଧ୍ୟ ଟ୍ରପ୍ଲାଇନ୍ ପ୍ରଭାବରେ କାଳବୈଶାଖୀ ବର୍ଷା (Rain) ହେଉଛି । କିନ୍ତୁ, ମୌସୁମୀକୁ ସକ୍ରିୟ କଲାଭଳି ବର୍ଷା ଜୁନ୍ ୬ ତାରିଖ ପର୍ଯ୍ୟନ୍ତ ନାହିଁ । ସେପଟେ ଆସନ୍ତା ଦୁଇ ଦିନ ପାଇଁ ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ (Thunderstorms) ନେଇ ବିଭାଗ ସତର୍କ କରାଇଛି ।

ପ୍ରକାଶ ଥାଉ ଯେ, ୨୪ ଘଣ୍ଟା ମଧ୍ୟରେ ୧୬ ଜିଲ୍ଲାରେ ପ୍ରଚଣ୍ଡ ଘଡଘଡି ବିଜୁଳି ସହ ବର୍ଷା (Rain) ପାଇଁ ୟେଲୋ ଆଲର୍ଟ (Yellow Warning) ଜାରି କରାଯାଇଛି । ଉପକୂଳ ସମେତ ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାକୁ ସତର୍କ କରାଯାଇଥିବା ବେଳେ ବର୍ଷା ସମୟରେ ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ପବନ ବୋହିବ ବୋଲି ପାଣିପାଗ କେନ୍ଦ୍ର କହିଛି । ତେବେ ଆସନ୍ତା ୩ ଦିନ ମଧ୍ୟରେ କାଳବୈଶାଖୀ (Thunderstorms)ର ପ୍ରଭାବ କମିବା ସହ ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ତାପମାତ୍ରା ବଢିବ । ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବା ସହ ଉପକୂଳ ଓଡ଼ିଶାରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେବ ।

ମେ’ ୩୦ ଯାଏଁ ଓଡ଼ିଶାରେ ଜାରି ରହିବ କାଳବୈଶାଖୀ, ୟେଲୋ ୱାର୍ଣ୍ଣିଂ ଜାରି

ଭିଜାଇବ କାଳବୈଶାଖୀ ବର୍ଷା,କେଉଁ ଜିଲ୍ଲାରେ ବର୍ଷିବ?

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)