ଉତ୍ତର ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଥିବା ଘୂର୍ଣ୍ଣିବଳୟ ରୁ ପ୍ରଥମେ ଲଘୁଚାପ (low pressure) ଓ ପରେ ବର୍ଷା (Rain)ଓ ବାତ୍ୟା (cyclone)ଭୟ । ଆସନ୍ତା 18 ତାରିଖରେ ସୃଷ୍ଟି ହେବାକୁ ଥିବା ଏହି ଘୁର୍ଣ୍ଣିବଳୟ 20ରୁ ଲଘୁଚାପ (low pressure)ର ରୂପ ନେବ । ଏହାର ପ୍ରଭାବରେ ପ୍ରବଳ ବର୍ଷା (Rain) ର ସାମ୍ନା କରିବେ ରାଜ୍ୟବାସୀ ।
ସୂଚନା ଅନୁଯାୟୀ, ପାଗରେ ସାମାନ୍ୟ ପରିବର୍ତ୍ତନ ହେବ । ଆସନ୍ତା 18 ତାରିଖ ଯାଏଁ ପାଗ ଶୁଖିଲା ରହିବ । କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା (Rain) ହୋଇପାରେ । କିନ୍ତୁ ଆସନ୍ତା 18 ତାରିଖରେ ଉତ୍ତର ଆଣ୍ଡାମାନ ସାଗର ଓ ଏହାର ପାଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ହେବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
କହିବାକୁ ଗଲେ, ଆସୁଛି ଲଘୁଚାପ (low pressure),ଲୋକଙ୍କୁ ଘାରିଛି ବର୍ଷା (Rain) ଭୟ । ଉତ୍ତର ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ଘୁର୍ଣ୍ଣିବଳୟ । ବାତ୍ୟା (cyclone)ର ନିର୍ଦ୍ଦିଷ୍ଟ ସୂଚନା ନଥିଲେ ବି ଲଘୁଚାପ (low pressure) ପ୍ରଭାବରେ 20 ତାରିଖରୁ ପ୍ରବଳ ବର୍ଷା (Rain)ର ସମ୍ଭାବନା ଅଛି ।
ପ୍ରକାଶ ଥାଉ ଯେ, 18 ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ରହିଛି । ଏହା 20 ତାରିଖ ବେଳକୁ ଲଘୁଚାପ(low pressure)ରେ ପରିଣତ ହୋଇପାରେ ।