News

ଆଗାମୀ ୨ ଦିନ ଛେଚିବ ବର୍ଷା, ସତର୍କ କଲା ପାଣିପାଗ ବିଭାଗ

ଉତ୍ତର ଓଡ଼ିଶାରେ ସୃଷ୍ଟି ହୋଇଛି ଲଘୁଚାପ । ଯାହାର ପ୍ରଭାବରେ ଆସନ୍ତା ଦୁଇ ଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ।

15 July, 2022 10:13 AM IST By: Sudesna Nayak

ଉତ୍ତର ଓଡ଼ିଶା (Odisha)ରେ ସୃଷ୍ଟି ହୋଇଛି ଲଘୁଚାପ (Low Pressure)। ଯାହାର ପ୍ରଭାବରେ ଆସନ୍ତା ଦୁଇ ଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା (RAIN) ହେବ ।

ଶୁକ୍ରବାର (Friday)ସୁନ୍ଦରଗଡ ଜିଲ୍ଲା, ଦେବଗଡ଼ ଜିଲ୍ଲା, କେନ୍ଦୁଝର ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲା, ଯାଜପୁର ଜିଲ୍ଲା, ଭଦ୍ରକ ଜିଲ୍ଲା ଓ ବାଲେଶ୍ୱର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା (RAIN)ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର (IMD)ପୂର୍ବାନୁମାନ କରିଛି ।

ସେହିପରି ଶୁକ୍ରବାର (Friday)ଏହି ଜିଲ୍ଲା ଗୁଡିକର କିଛି ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ହେବା ଆଶଙ୍କା ରହିଛି । ତଳିଆ ଅଞ୍ଚଳରେ ଅସ୍ଥାୟୀ ଭାବରେ ଜଳ ଜମିବା ସହିତ କେନ୍ଦ୍ରାପଡା ଜିଲ୍ଲା, ଜଗତ୍ସିଂହପୁର ଜିଲ୍ଲା, କଟକ ଜିଲ୍ଲା, ଖୋର୍ଦ୍ଧା ଜିଲ୍ଲା, ପୁରୀ ଜିଲ୍ଲା, ଅନୁଗୁଳ ଜିଲ୍ଲା, ଢେଙ୍କାନାଳ ଜିଲ୍ଲା, ସମ୍ୱଲପୁର ଜିଲ୍ଲା, ଝାରସୁଗୁଡା ଜିଲ୍ଲା, ବରଗଡ ଜିଲ୍ଲା, ସୋନପୁର ଜିଲ୍ଲା ଓ ବୌଦ୍ଧ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା (RAIN) ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର (IMD) ପୂର୍ବାନୁମାନ କରିଛି ।

ଲଘୁଚାପ (Low Pressure) ପ୍ରଭାବରେ ରାଜ୍ୟରେ ଆସନ୍ତା ଦୁଇଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା (RAIN) ହେବ ବୋଲି କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ ବିଶ୍ୱାସ ପୂର୍ବାନୁମାନ କରିଛନ୍ତି । ଦୁଇ ଦିନ ପରେ ବର୍ଷା (RAIN)କମିବ ବୋଲି ସେ ଆକଳନ କରିଛନ୍ତି । ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି ଯେ ଶନିବାର (Saturday) ଠୁ ରାଜ୍ୟରେ ବର୍ଷା (RAIN)କମିବ । ଧୀରେ ଧୀରେ ବର୍ଷା (RAIN)କମିବା ସହିତ ଏବେ ରାଜ୍ୟରେ ବଡ ବର୍ଷା (RAIN)ର ସମ୍ଭାବନା ନାହିଁ ।

ପ୍ରକାଶ ଥାଉ ଯେ, ଗତ ୨୪ ଘଣ୍ଟା ମଧ୍ୟରେ ଚକାପାଦରେ ୧୩୯ ମିଲିମିଟର ବର୍ଷା (RAIN) ହୋଇଥିବା ବେଳେ ସମ୍ବଲପୁର ଜିଲ୍ଲାରେ ୧୦୩ ମିଲିମିଟର, କଳିଙ୍ଗାରେ ୧୦୨ ମିଲିମିଟର, ରାମପୁରରେ ୧୦୧ ମିଲିମିଟର, ଫିରିଙ୍ଗିଆରେ ୯୫ ମିଲିମିଟର, ବରଗାଁ ଓ ବାଟଗାଁରେ ୯୦ ମିଲିମିଟର, ବୁର୍ଲାରେ ୭୫ ମିଲିମିଟର ବର୍ଷା (RAIN)ହୋଇଥିବା ରାଜ୍ୟ ଜଳସମ୍ପଦ ବିଭାଗ ରେକର୍ଡ କରିଛି ।

ଲଘୁଚାପ ସକ୍ରିୟ,୧୭ ଯାଏଁ ଅତି ପ୍ରବଳ ବର୍ଷା

୧୪ ଓ ୧୫ରେ ପ୍ରବଳ ବର୍ଷା, ୟେଲୋ ୱାର୍ଣ୍ଣିଂ ଜାରି

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)