News

ଏହି ଜିଲ୍ଲାରେ ପ୍ରବଳ ଛେଚିବ

ରାଜ୍ୟରେ ଆହୁରି ୩ ଦିନ ବର୍ଷିବ ଘୂର୍ଣ୍ଣିବଳୟ ପ୍ରଭାବରେ । ପାଣିପାଗ କେନ୍ଦ୍ରର ମୁତାବକ, ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା (rain) ହେବାର ସମ୍ଭାବନା ରହିଛି ।

11 June, 2025 12:27 PM IST By: Sudesna Nayak

ରାଜ୍ୟରେ ଆହୁରି ୩ ଦିନ ବର୍ଷିବ ଘୂର୍ଣ୍ଣିବଳୟ ପ୍ରଭାବରେ । ପାଣିପାଗ କେନ୍ଦ୍ରର ମୁତାବକ, ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା (rain) ହେବାର ସମ୍ଭାବନା ରହିଛି ।

ସୂଚନା ଅନୁଯାୟୀ, ଆଜି ବୁଧବାର (wednesday)୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି
୬ଟି ଜିଲ୍ଲାରେ ପ୍ରବଳ ବର୍ଷା (rain) ହେବାର ସମ୍ଭାବନା ରହିଛି । ଏହି ଜିଲ୍ଲା ଗୁଡିକ ହେଲା ନୂଆପଡା ଜିଲ୍ଲା ,
ଗଜପତି ଜିଲ୍ଲା ,ନବରଙ୍ଗପୁର ଜିଲ୍ଲା ,ଗଞ୍ଜାମ ଜିଲ୍ଲା ,କଳାହାଣ୍ଡି ଜିଲ୍ଲା ,କନ୍ଧମାଳ ଜିଲ୍ଲା ।

ଉତ୍ତର ବଙ୍ଗୋପସାଗରରେ ୪୫-୬୫ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି, ପାଣିପାଗ ବିଭାଗ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନଯିବା ପାଇଁ ପରାମର୍ଶ ଦେଇଛି । ଚାଷୀ (farmers)ମାନଙ୍କୁ ଫସଲ ସୁରକ୍ଷା ପାଇଁ ଆଗୁଆ ସବୁ ପଦକ୍ଷେପ ନେବାକୁ ମଧ୍ଯ କୁହାଯାଇଛି । ଯଦି ଏହିଭଳି ପାଗ ଲାଗି ରହିବ ତେବେ ଏହା ଚାଷୀମାନଙ୍କ (farmers) ପାଇଁ ଏକ ବଡ଼ ଚିନ୍ତାର କାରଣ ହୋଇପାରେ ।

ପ୍ରକାଶ ଥାଉ ଯେ, ଏବେ କିଛି ଦିନ ହେବ ପ୍ରବଳ ଗୁଳୁଗୁଳି ଯୋଗୁଁ ଜନସାଧାରଣ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି । ଯାହାପଳରେ ଲୋକେ ଘରୁ ବାହାରିବା ମଧ୍ଯ ମୁସ୍କିଲ ହୋଇପଡ଼ୁଥିଲା । ଆଜି ବୁଧବାର (wednesday)୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । 

ଚାଷୀଙ୍କ ପଥମ ପସନ୍ଦ ମହିନ୍ଦ୍ରା ଟ୍ରାକ୍ଟର, ଜାଣନ୍ତୁ କାହିଁକି?

ମକା ଶରୀର ପାଇଁ ଉପକାରୀ