News

୧୫ ଯାଏଁ ପ୍ରବଳ ବର୍ଷା ; ୧୬ ରୁ ଖସିବ ପାରଦ,ୟେଲୋ ୱାର୍ଣ୍ଣିଂ ଜାରି

ରାଜ୍ୟର ବିଭିନ୍ନ ସ୍ଥାନରେ ସୋମବାର ଠୁ ବର୍ଷା (Rain) ଆରମ୍ଭ ହୋଇଯାଇଛି । ପଶ୍ଚିମ ଓଡ଼ିଶା ଓ ସୀମାନ୍ତବର୍ତ୍ତୀ ଜିଲ୍ଲାରେ ମଙ୍ଗଳବାର ପ୍ରବଳ ବର୍ଷା ହୋଇଛି । ରାଜଧାନୀ ଭୁବନେଶ୍ବର(Bhubaneswar)ରେ ବି ବର୍ଷିଛି । ଆସନ୍ତା ୧୫ ତାରିଖ ଯାଏଁ ରାଜ୍ୟରେ ବର୍ଷା ଲାଗି ରହିବ ।

12 January, 2022 10:10 AM IST By: Sudesna Nayak

ରାଜ୍ୟର ବିଭିନ୍ନ ସ୍ଥାନରେ ସୋମବାର ଠୁ ବର୍ଷା (Rain) ଆରମ୍ଭ ହୋଇଯାଇଛି । ପଶ୍ଚିମ ଓଡ଼ିଶା ଓ ସୀମାନ୍ତବର୍ତ୍ତୀ ଜିଲ୍ଲାରେ ମଙ୍ଗଳବାର ପ୍ରବଳ ବର୍ଷା ହୋଇଛି । ରାଜଧାନୀ ଭୁବନେଶ୍ବର (Bhubaneswar)ରେ ବି ବର୍ଷିଛି । ଆସନ୍ତା ୧୫ ତାରିଖ ଯାଏଁ ରାଜ୍ୟରେ ବର୍ଷା ଲାଗି ରହିବ ।

ମଙ୍ଗଳବାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ବୁଧବାର ବି ବର୍ଷା (Rain) ଜାରି ରହିବ । ୧୩ ତାରିଖ ଓ ୧୪ ତାରିଖରେ ଭାରି ବର୍ଷା ହୋଇପାରେ । ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏହି ପୂର୍ବାନୁମାନ କରି କହିଛନ୍ତି ।

ମଙ୍ଗଳବାର ଠାରୁ ରାଜ୍ୟକୁ ବଙ୍ଗୋପସାଗରୀୟ ପବନ ବହିବା ଆରମ୍ଭ ହୋଇଛି । ୧୬ ତାରିଖରୁ ପୁଣି ଉତ୍ତରା ପବନ ବହିବ । ତାପମାତ୍ରା ବି କିଛି କମିପାରେ । ସାଟେଲାଇଟ୍ ଉତ୍ତୋଳନ କରିଥିବା ଛବିକୁ ବିଶ୍ଲେଷଣ କରି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ, ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ପଶ୍ଚିମ ସୀମାନ୍ତ ଜିଲ୍ଲାରେ ମେଘୁଆ ପାଗ ଆରମ୍ଭ ହୋଇଯାଇଛି ।

ସୂଚନା ଅନୁଯାୟୀ, ୧୨ ତାରିଖରୁ ୧୫ ତାରିଖ ଯାଏଁ ସାରା ରାଜ୍ୟରେ ପାଗ ମେଘୁଆ ରହିବ । ମଙ୍ଗଳବାର ରାତିରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ସଂଲଗ୍ନ ଜିଲ୍ଲାରେ ହାଲୁକା ବର୍ଷା (Rain) ହେବ । ବୁଧବାର ରାତି ସାରା ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକା ବର୍ଷା ହେବାର ଆଶଙ୍କା ମଧ୍ଯ ରହିଛି । ୧୨ ତାରିଖରୁ ୧୫ ଯାଏଁ ଭୁବନେଶ୍ୱର ସମେତ ଦକ୍ଷିଣ ଉପକୂଳ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ବର୍ଷା ଜାରି ରହିବ । ଜିଲ୍ଲାରେ ହାରାହାରି ୪୦ ମିଲିମିଟର ବର୍ଷା ହୋଇପାରେ । କିଛି ସ୍ଥାନରେ ୫୦ ମିଲିମିଟରରୁ ଅଧିକ ବର୍ଷା ହେବ ବୋଲି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ସୂଚନା ଦେଇଛନ୍ତି ।

୧୬ ତାରିଖରୁ ୧୯ ତାରିଖ ଯାଏଁ ପାଗ ଶୁଖିଲା ଏବଂ ଖରାଟିଆ ରହିବ । ୧୨ ତାରିଖରୁ ୧୪ ଯାଏଁ ଦିନବେଳା ପାଗ କୋହଲା ରହିବ । ୧୨ ତାରିଖ ରାତିରୁ ୧୫ ତାରିଖ ରାତି ଯାଏଁ ପାଗ ଘନ କୁହୁଡି ହେବ । ୨୦ ତାରିଖ ଓ ୨୧ ତାରିଖରେ ପୁଣି ମେଘୁଆ ପାଗ ହୋଇପାରେ ବୋଲି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆଶଙ୍କା କରିଛନ୍ତି ।

କହିବାକୁ ଗଲେ, ବର୍ଷା କାରଣରୁ ଆଳୁ ଓ ଟମାଟୋରେ ପତ୍ରପୋଡ଼ା ରୋଗ ଆଶଙ୍କା ମଧ୍ଯ ରହିଛି । ଏନେଇ ପନିପରିବା ଓ ଅଣଧାନ ଶସ୍ୟ ଫସଲରୁ ଜଳ ନିଷ୍କାସନ ସୁବିଧା କରିବା ସହ ଅମଳ ଧାନକୁ ସୁରକ୍ଷିତ ରଖିବାକୁ ସେ ଚାଷୀଙ୍କୁ ପରାମର୍ଶ ମଧ୍ଯ ଦେଇଛନ୍ତି ।

ପ୍ରକାଶ ଥାଉ ଯେ, ଆଞ୍ଚଳିକ ପାଣିପାଗ ବିଭାଗର ତଥ୍ୟ ଅନୁସାରେ, ଆଜି (ବୁଧବାର) ଝାରସୁଗୁଡା ଜିଲ୍ଲାରେ ୪୫.୬, କନ୍ଧମାଳର କୋଟଗଡ଼ରେ ୩୮ମିଲିମିଟର, କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ରେ ୩୬.୪, ବଲାଙ୍ଗୀର ଜିଲ୍ଲାରେ ୨୩, ନୂଆପଡ଼ା ଜିଲ୍ଲାରେ ୨୩, ନବରଙ୍ଗପୁର ଜିଲ୍ଲାରେ ୨୧, ଭବାନୀପାଟଣା ଜିଲ୍ଲାରେ ୨୦ ମିଲିମିଟର, ସୋନପୁର ଜିଲ୍ଲାରେ ୧୭, ଜୁନାଗଡ଼ରେ ୧୩, ନୂଆପଡ଼ାରେ ୧୧.୩ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଆସନ୍ତା ୩ ଦିନ ପାଇଁ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ୧୩ରେ କଳାହାଣ୍ଡି ଜିଲ୍ଲା, କନ୍ଧମାଳ, ବୌଦ୍ଧ ଜିଲ୍ଲା, ଅନୁଗୁଳ ଜିଲ୍ଲା, ଢେଙ୍କାନାଳ ଜିଲ୍ଲା, କେନ୍ଦୁଝର ଜିଲ୍ଲା ଓ ମୟୂରଭଞ୍ଜ ଜିଲ୍ଲାରେ ଅଧିକ ବର୍ଷା ହୋଇପାରେ । ଏଣୁ ଏହି ସବୁ ଜିଲ୍ଲା ପାଇଁ ୟେଲୋୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର ।

ମଙ୍ଗଳବାର ଠୁ ୧୪ ଯାଏଁ ବର୍ଷା ; ୯ ଜିଲ୍ଲାରେ ପ୍ରବଳ ଛେଚିବ,ୟେଲୋ ୱାର୍ଣ୍ଣିଂ ଜାରି

ମାଡ଼ି ଆସୁଛି ବର୍ଷା; ୧୧ ରୁ ଏହିସବୁ ଜିଲ୍ଲାରେ ବଢିବ ବର୍ଷାର ପରିମାଣ,ଚାଷୀଙ୍କ ପାଇଁ ସତର୍କ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)