News

Weather Updates : ଫେରୁଛି ଶୀତ, ପୁଣି ଥରିବ ଓଡ଼ିଶା

ଆସନ୍ତା ଦୁଇ ଦିନ ରାତି ତାପମାତ୍ରା ଆହୁରି ୫ ଡିଗ୍ରୀ କମିବ । ଆଜି ତଥା ଶୁକ୍ରବାର ଦାରିଙ୍ଗିବାଡ଼ିରେ ପାରଦ ୯.୫ ଡିଗ୍ରୀ ଥିଲା ।

12 February, 2022 10:44 AM IST By: Sudesna Nayak

ଗତ ୨୪ ଘଣ୍ଟାରେ ରାଜ୍ୟ (Odisha)ର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମଧରଣର ବର୍ଷା (Rain) ହୋଇଯାଇଛି । ସର୍ବାଧିକ ବର୍ଷା (Rain)ମୟୂରଭଞ୍ଜ ଜିଲ୍ଲା ତିରିଙ୍ଗଠାରେ ୧୯.୨ ମିମି ରେକର୍ଡ ହୋଇଛି । ଏହାବ୍ୟତୀତ ବାଲେଶ୍ବର ଜିଲ୍ଲା ଭୋଗରାଇରେ ୧୮.୦ ମିମି ବର୍ଷା (Rain)ହୋଇଯାଇଛି ।

ସୂଚନା ଅନୁଯାୟୀ, ଆସନ୍ତା ଦୁଇ ଦିନ ରାତି ତାପମାତ୍ରା ଆହୁରି ୫ ଡିଗ୍ରୀ କମିବ । ଆଜି ତଥା ଶୁକ୍ରବାର (Friday) ଦାରିଙ୍ଗିବାଡ଼ିରେ ପାରଦ ୯.୫ ଡିଗ୍ରୀ ଥିଲା । ସିମିଳିଗୁଡ଼ାରେ ୧୨.୪, ଜି.ଉଦୟଗିରିରେ ୧୩.୫, ନୂଆପଡ଼ାରେ ୧୪.୨ ଓ କିରେଇରେ ରାତି ତାପମାତ୍ରା ୧୪.୫କୁ ଖସିଥିଲା । ରାଜ୍ୟର କିଛି ସ୍ଥାନରେ ଶୁକ୍ରବାର ପାଗ ମେଘୁଆ ଥିଲା ।

ଏଥିସହିତ ଆଜି ତଥା ଶୁକ୍ରବାର (Friday) ସକାଳେ କଳାହାଣ୍ଡି ଜିଲ୍ଲା ଓ କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ହାଲୁକାରୁ ମଧ୍ୟମଧରଣର କୁହୁଡ଼ି (Fog)ଦେଖିବାକୁ ମିଳିଥିଲା । ରାଜ୍ୟର ସର୍ବନିମ୍ନ ତାପମାତ୍ରା ଦାରିଙ୍ଗବାଡ଼ିଠାରେ ୯.୫ ଡିଗ୍ରି ସେଲ୍‌ସିୟସ୍‌ ରେକର୍ଡ ହୋଇଛି । ରାଜ୍ୟର ଅଧିକାଂଶ ସ୍ଥାନର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକ ରହିଛି ।

ଆସନ୍ତା ୫ ଦିନରେ ରାଜ୍ୟରେ ପାଗ ଶୁଖିଲା ରହିବ । ଏଥିସହ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ପାରଦସ୍ତର ଖସିବ । ଫଳରେ ଶୀତ (Cold)ବଢ଼ିବ । ଏହି ଦୁଇ ଦିନରେ ପାରଦସ୍ତର ପ୍ରାୟ ୫ ଡିଗ୍ରି ପର୍ଯ୍ୟନ୍ତ ଖସିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର (IMD) ପକ୍ଷରୁ କୁହାଯାଇଛି ।

ପ୍ରକାଶ ଥାଉ ଯେ, ପାଣିପାଗ କେନ୍ଦ୍ର (IMD)ଆହୁରି କହିଛି, ଗତ ୨୪ ଘଣ୍ଟାରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା (Odisha)ର କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରାରେ ବୃଦ୍ଧି ଦେଖାଯାଇଛି । ସେହିଭଳି ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଦକ୍ଷିଣ ଉପକୂଳ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ତଳକୁ ଖସିଛି ।

କଟକ (Cuttack)ଠାରେ ରାଜ୍ୟର ସର୍ବାଧିକ ତାପମାତ୍ରା ୩୧.୪ ଡିଗ୍ରି ରେକର୍ଡ ହୋଇଛି । ରାଜଧାନୀ ଭୁବନେଶ୍ବର (Bhubaneswar)ର ସର୍ବାଧିକ ତାପମାତ୍ରା ୨୭.୮ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଆସନ୍ତା ୨୪ ଘଣ୍ଟାରେ ରାଜଧା‌ନୀ ସମେତ ଏହାର ଆଖପାଖ ଅଞ୍ଚଳର ସର୍ବାଧିକ ତ‌ାପମାତ୍ରା ୨୯ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୧୬ ଡିଗ୍ରି ମଧ୍ୟରେ ରହିବ । ପାଗ ଆଂଶିକ ମେଘୁଆ ରହିବ ଓ ଖରା କମ ରହିବ ।

ଓଡିଶାରେ ଆଜି ବର୍ଷା, ୧୨ରେ ପାଗ ରହିବ ଶୁଖିଲା

ଆଜି ଅପରାହ୍ନରେ କାଚିବ ବର୍ଷା, ୧୧ରେ ପାଗ ରହିବ ମେଘୁଆ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)