News

କେ.ଯେ ଚୌପାଲରେ ପଶ୍ଚିମ ବଙ୍ଗ ଗଭର୍ଣ୍ଣର

କୃଷି ଓ କୃଷକମାନଙ୍କୁ ଦୃଷ୍ଟିରେ ରଖି କୃଷି କ୍ଷେତ୍ରରେ ଅଧିକରୁ ଅଧିକ ଉନ୍ନତି ପାଇଁ ଆଜିକୁ ୨୬ ବର୍ଷ ହେଲାଣି କୃଷି ଜାଗରଣ କାମ କରି ଆସିଛି ଯାହାକି ଅତି ପ୍ରଶଂସନୀୟ । କୃଷି କ୍ଷେତ୍ରରେ ସକ୍ରିୟ ଥିବା ବ୍ୟକ୍ତି ବିଶେଷ ମାନଙ୍କୁ କୃଷି ବିଷୟରେ ଆଲୋଚନା କରିବା ପାଇଁ କୃଷି ଜାଗରଣକୁ ନିମନ୍ତ୍ରଣ କରାଯାଇଥାଏ ।

22 May, 2023 5:20 PM IST By: Tanushree Mahapatra

କୃଷି ଓ କୃଷକମାନଙ୍କୁ ଦୃଷ୍ଟିରେ ରଖି କୃଷି କ୍ଷେତ୍ରରେ ଅଧିକରୁ ଅଧିକ ଉନ୍ନତି ପାଇଁ ଆଜିକୁ ୨୬ ବର୍ଷ ହେଲାଣି କୃଷି ଜାଗରଣ କାମ କରି ଆସିଛି ଯାହାକି ଅତି ପ୍ରଶଂସନୀୟ । କୃଷି କ୍ଷେତ୍ରରେ ସକ୍ରିୟ ଥିବା ବ୍ୟକ୍ତି ବିଶେଷ ମାନଙ୍କୁ କୃଷି ବିଷୟରେ ଆଲୋଚନା କରିବା ପାଇଁ କୃଷି ଜାଗରଣକୁ ନିମନ୍ତ୍ରଣ କରାଯାଇଥାଏ ।

ସେହିପରି କୃଷି ଜାଗରଣ ସଂସ୍ଥା ପାଇଁ ଆଜି ଏକ ବଡ ଖୁସିର ଦିନ l କାରଣ କୃଷି ଜାଗରଣ ପରିବାରରେ ଯୋଗ ଦେଇଥିଲେ ପଶ୍ଚିମ ବଙ୍ଗ ଗଭର୍ଣ୍ଣର ଡଃ, ସି ଭି ଆନନ୍ଦା ବୋଷ l  ତେବେ କୃଷି ଜାଗରଣ ପରିବାର ସହିତ ଯୋଗ ଦେବା ପରେ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ l  ସଂସ୍ଥା ସହ ଜଡିତ ଅନ୍ୟ ବିଶିଷ୍ଟ ବ୍ୟକ୍ତିଗଣ ଏଠାରେ ଉପସ୍ଥିତ ଥିଲେ l ଅନ୍ୟପଟେ ସଂସ୍ଥାର ସମସ୍ତ କର୍ମଚାରୀ ତାଙ୍କୁ ଭବ୍ୟ ସ୍ୱାଗତ ଜଣାଇଥିଲେ l

ଏବେ ଆନନ୍ଦ ବୋଷ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବେ କାର୍ଯ୍ୟ କରୁଛନ୍ତି । ସେ ସରକାରୀ ସଚିବ ପଦରେ ରହିଛନ୍ତି । ଭାରତର ମୁଖ୍ୟ ସଚିବ ଏବଂ ବିଶ୍ୱବିଦ୍ୟାଳୟର କୁଳପତି ମଧ୍ୟ । ସେ ଜାତିସଂଘ ସହିତ ପରାମର୍ଶଦାତା ସ୍ଥିତିରେ ହାବିଟାଟ୍ ଆଲାଇନ୍ସର ଚେୟାରମ୍ୟାନ୍ ଏବଂ ଜାତିସଂଘର ହାବିଟାଟ୍ ପରିଚାଳନା ପରିଷଦର ସଦସ୍ୟ ଥିଲେ । ସେହିପରି ସେ ଉପନ୍ୟାସ, କ୍ଷୁଦ୍ରଗଳ୍ପ, କବିତା ଏବଂ ପ୍ରବନ୍ଧ ସହିତ ଇଂରାଜୀ, ମାଲାୟାଲମ୍ ଏବଂ ହିନ୍ଦୀରେ ୩୨ ଟି ପୁସ୍ତକ ପ୍ରକାଶ କରିଛନ୍ତି ।

ସେ ବିର୍ଲା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଆଣ୍ଡ ସାଇନ୍ସ ପିଲାନିରୁ ପିଏଚଡି ମଧ୍ୟ କରିଛନ୍ତି l ୧୯୭୭ ରେ IAS ରେ ଯୋଗଦାନ କରି, ବୋଷ ଉତ୍ତମ ଶାସନରେ ନୂତନତ୍ୱ ପ୍ରବର୍ତ୍ତନ କରିବାର ସୁଯୋଗ ପାଇଲେ ଯାହା ସାଧାରଣ ଜନତାଙ୍କ ଶୀଘ୍ର ଏବଂ ପ୍ରଭାବଶାଳୀ ବିତରଣକୁ ନିଶ୍ଚିତ କରିପାରିବ | ସେ ୟୁରୋପୀୟ କାଉନସିଲ୍ ଫର୍ ଆଣବିକ ଅନୁସନ୍ଧାନ (CERN), ଜେନେଭା ଏବଂ ଆନ୍ତର୍ଜାତୀୟ ଫ୍ୟୁଜନ୍ ଶକ୍ତି ସଂଗଠନ, ITER, ଫ୍ରାନ୍ସରେ ଭାରତର ପ୍ରତିନିଧିତ୍ୱ ମଧ୍ୟ କରିଛନ୍ତି | ମିଳିତ ଜାତିସଂଘ ତାଙ୍କର ପଦକ୍ଷେପକୁ 'ଗ୍ଲୋବାଲ୍ ବେଷ୍ଟ ଅଭ୍ୟାସ' ଭାବରେ ଚାରିଥର ଚୟନ କରିଛି ଯାହା ଅତି ଗୌରବର କଥା । ବୋଷଙ୍କ କାର୍ଯ୍ୟକାଳ ମଧ୍ୟରେ ରାଜ୍ୟର ପ୍ରଥମ ଘର ଡଙ୍ଗା କୋଲାମରେ ପରିଚିତ ହୋଇଥିଲା ଏବଂ ଆଜି ହାଉସବୋଟଗୁଡିକ ପର୍ଯ୍ୟଟନ କ୍ଷେତ୍ରରେ ଏକ ପ୍ରମୁଖ ଆୟର ଉତ୍ସ ଅଟେ । ମହିଳାମାନଙ୍କୁ ସଶକ୍ତିକରଣ କରିବା ଏବଂ ସେମାନଙ୍କ ମଧ୍ୟରେ ଉଦ୍ୟୋଗୀତା ବିକାଶ ପାଇଁ, ୧୯୮୬ରେ କୋଲାମରେ ଅନ୍ନପୂର୍ଣ୍ଣା ସମାଜ ମଧ୍ୟ ପ୍ରତିଷ୍ଠା କରାଯାଇଥିଲା ତାଙ୍କ ଦ୍ୱାରା ।

ତେବେ ସେ ଆଜି କୃଷି ଜାଗରଣ ପରିବାର ସହିତ ଯୋଡି ବହୁତ ଖୁସି ଅନୁଭବ କରିଥିବା କହିଛନ୍ତି l ନିଜ କାର୍ଯ୍ୟକ୍ଷେତ୍ରର ଅନୁଭୂତି ବାଣ୍ଟିବା ସହିତ ସଂସ୍ଥାର ସମସ୍ତ କର୍ମକର୍ତ୍ତାଙ୍କୁ କାର୍ଯ୍ୟ କରିବା ପାଇଁ ଉତ୍ସୁକତା ଯୋଗାଇଥିଲେ l କୃଷିକୁ ଗୁରୁତ୍ୱ ଦେଇ ସେ ଅନେକ ବିଷୟ ଉପରେ ଆଲୋଚନା କରିଥିଲେ l ସେ କୃଷି ଜାଗରଣର ସମସ୍ତ କର୍ମଚାରୀଙ୍କୁ ଉତ୍ସାହିତ କରି କହିଥିଲେ ଯେ ଯଦି ଏଇ ଭଳି ଭାବେ ସଂସ୍ଥା ନିଜ ଚେଷ୍ଟା ଜାରି ରଖେ ତେବେ ଆଗକୁ ଦେଶ ପାଇଁ କୃଷି ର ଗୁରୁତ୍ୱ ବହନ କରିବାରେ ବଡ ଭୂମିକା ବହନ କରିବ l ସଂସ୍ଥା ତରଫରୁ ଏକ ଭିଡିଓ ତାଙ୍କ ଯିବନି ଉପରେ ଆଲୋକପାତ କରି ପ୍ରଦର୍ଶିତ କରାଯାଇଥିଲା ଯାହା କୁ ଦେଖି ସେ କହିଥିଲେ “ fear not , it’s me “  l  ସଂସ୍ଥାର ମୁଖ୍ୟ ସମ୍ପାଦକ ସ୍ୱାଗତ କରିଥିବାବେଳେ ସଂସ୍ଥାର ସିଓଓ ଧନ୍ୟବାଦ ଅର୍ପଣ କରି ସଭା ସମାପନ କରିଥିଲେ l

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)