News

କଣ PM PRANAM ଯୋଜନା ? ରାସାୟନିକ ସାର ବ୍ୟବହାରକୁ କରିବ ହ୍ରାସ

କୃଷିରେ ରାସାୟନିକ ସାରର ବ୍ୟବହାରକୁ ହ୍ରାସ କରିବା ଲକ୍ଷ୍ୟରେ Promotion of Alternate Nutrients for Agriculture Management Yojana(PM PRANAM) ଆରମ୍ଭ କରିବାକୁ ଯୋଜନା କରିଛନ୍ତି କେନ୍ଦ୍ର ସରକାର ।

19 September, 2022 4:51 PM IST By: Shuvanshu Kar

କୃଷିରେ ରାସାୟନିକ ସାରର ବ୍ୟବହାରକୁ ହ୍ରାସ କରିବା ଲକ୍ଷ୍ୟରେ Promotion of Alternate Nutrients for Agriculture Management Yojana(PM PRANAM) ଆରମ୍ଭ କରିବାକୁ ଯୋଜନା କରିଛନ୍ତି କେନ୍ଦ୍ର ସରକାର । ଏହା ରାଜ୍ୟମାନଙ୍କୁ ଉତ୍ସାହିତ କରିବ ବୋଲି ଏକ ରିପୋର୍ଟରେ କୁହାଯାଇଛି।

ଏହି ପ୍ରସ୍ତାବିତ ଯୋଜନା ସରକାରଙ୍କୁ ରାସାୟନିକ ସାର ଉପରେ ସବସିଡି ବୋଝ ହ୍ରାସ କରିବାରେ ସାହାଯ୍ୟ କରିବ । 2022-23ରେ 39 ପ୍ରତିଶତ ବୃଦ୍ଧି ହୋଇ 2.25 ଲକ୍ଷ କୋଟି ଟଙ୍କା ଛୁଇଁବାର ସମ୍ଭାବନା ରହିଛି । ଗତ ବର୍ଷ ଏହା 1.62 ଲକ୍ଷ କୋଟି ଟଙ୍କା ରହିଥିଲା ।

ଗତ ପାଞ୍ଚ ବର୍ଷ ମଧ୍ୟରେ ସାମଗ୍ରିକ ସାର ବ୍ୟବହାରରେ ତୀବ୍ର ବୃଦ୍ଧି ପଛରେ ସରକାର PM PRANAM ଯୋଜନା ଆରମ୍ଭ କରିବାକୁ ଯୋଜନା କରୁଛନ୍ତି । ଏହା ଅର୍ଥ ସଞ୍ଚୟ କରୁଥିବା ରାଜ୍ୟକୁ ଅନୁଦାନ ଭାବରେ 50 ପ୍ରତିଶତ ସବସିଡି ପ୍ରଦାନ କରାଯିବ । ଏଥିମଧ୍ୟରୁ ରାଜ୍ୟଗୁଡିକୁ 70 ପ୍ରତିଶତ ବ୍ୟବହାର କରିବା ଆବଶ୍ୟକ । ଏଥିରୁ ଜିଲ୍ଲା, ବ୍ଲକ ଏବଂ ଗ୍ରାମାଞ୍ଚଳ ସ୍ତରରେ ବିକଳ୍ପ ସାର ଉତ୍ପାଦନ ୟୁନିଟରେ ବୈଷୟିକ ଜ୍ଞାନକୌଶଳ ଗ୍ରହଣ କରିବାରେ ସହାୟକ ହେବ ।

ଅବଶିଷ୍ଟ 30 ପ୍ରତିଶତ କୃଷକ, ପଞ୍ଚାୟତିରାଜ, କୃଷକ ଉତ୍ପାଦନକାରୀ ସଂସ୍ଥା ଏବଂ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ପୁରସ୍କାର ଏବଂ ପ୍ରୋତ୍ସାହିତ କରିବା ପାଇଁ ବ୍ୟବହାର କରିପାରିବେ ।

ଏକ ବର୍ଷରେ ରାସାୟନିକ ସାର ବ୍ୟବହାରରେ ରାଜ୍ୟର ବୃଦ୍ଧି କିମ୍ବା ହ୍ରାସକୁ ସରକାର ଗତ ତିନିବର୍ଷ ମଧ୍ୟରେ ହାରାହାରି ବ୍ୟବହାର ସହିତ ତୁଳନା କରିବେ। ତଥ୍ୟ ତୁଳନା କରିବାକୁ ସରକାର ସାର ମନ୍ତ୍ରଣାଳୟର ଡ୍ୟାସବୋର୍ଡ ବ୍ୟବହାର କରିବେ । PM PRANAM ଯୋଜନା ପାଇଁ କୌଣସି ଅଲଗା ବଜେଟ୍ ରହିବ ନାହିଁ । ବିଭିନ୍ନ ଯୋଜନା ଅନ୍ତର୍ଗତ ସାର ବିଭାଗ ଦ୍ବାରା ପ୍ରଦାନ କରାଯାଇଥିବା 'ବିଦ୍ୟମାନ ସାର ସବସିଡି ସଞ୍ଚୟ' ମାଧ୍ୟମରେ ଏହି ଅର୍ଥ ପ୍ରଦାନ କରାଯିବ ।

ବିଗତ ପାଞ୍ଚ ବର୍ଷ ମଧ୍ୟରେ ୟୁରିଆ, MOP, DAP ଏବଂ NPK ଆବଶ୍ୟକତା 21 ପ୍ରତିଶତ ବୃଦ୍ଧି ପାଇଛି । 2021-22ରେ 640.27 ଲକ୍ଷ ମେଟ୍ରିକ୍ ଟନ୍ (LMT) ହୋଇଛି, ଯାହାକି ଗତ 5 ବର୍ଷରେ ଏହା 528.86 ଲକ୍ଷ ମେଟ୍ରିକ ଟନ ରହିଥିଲା ।

Nano urea fertiliser approval: ସ୍ପଷ୍ଟ କଲେ ସରକାର, ସମ୍ପୂର୍ଣ୍ଣ ଅନୁପାଳନ ହୋଇଛି ଅନୁମୋଦନ ପ୍ରକ୍ରିୟା

Matix Fertilisers ଚେୟାରମ୍ୟାନ ହେଲେ ନିଶାନ୍ତ କାନୋଡିଆ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)