News

ବିଶ୍ବରେ ବଢିଲା ଗହମ ଦର! ଅନେକ ଦେଶରେ ଖାଦ୍ୟ ସଙ୍କଟର କଳା ବାଦଲ

ଗହମ ରପ୍ତାନି ଉପରେ ଭାରତ ପ୍ରତିବନ୍ଧକ ଲଗାଇବା ପରେ ଅନ୍ତରାଷ୍ଟ୍ରୀୟ ବଜାରରେ ଆକାଶ ଛୁଆଁ ହୋଇଛି ଗହମ ମୂଲ୍ୟ(wheat prices) ।

17 May, 2022 11:26 AM IST By: Sudesna Nayak

ଗହମ ରପ୍ତାନି ଉପରେ ଭାରତ ପ୍ରତିବନ୍ଧକ ଲଗାଇବା ପରେ ଅନ୍ତରାଷ୍ଟ୍ରୀୟ ବଜାରରେ ଆକାଶ ଛୁଆଁ ହୋଇଛି ଗହମ ମୂଲ୍ୟ(wheat prices) । ବିଶ୍ବ ବଜାରରେ ଗହମ ଯୋଗାଣ ବାଧାପ୍ରାପ୍ତ ହୋଇଥିବାରୁ ଦେଖାଦେଇଛି ଖାଦ୍ୟ ସଙ୍କଟର କଳା ବାଦଲ । ଅନ୍ତରାଷ୍ଟ୍ରୀୟ ବଜାରରେ ଗହମ ଦର(international market) 5.9 ପ୍ରତିଶତ ବୃଦ୍ଧି ଘଟି 12.47 ଡଲାରରେ ପହଞ୍ଚିଯାଇଛି । ଭାରତ ପକ୍ଷରୁ ରପ୍ତାନି ପ୍ରତିବନ୍ଧକ ପରେ ବିଶ୍ବ ବଜାରରେ ଗହମ ମୂଲ୍ୟ 6 ପ୍ରତିଶତ ବୃଦ୍ଧି ପାଇଛି ।

ବିଶ୍ୱ ବଜାରରେ ଋଷ ଏବଂ ୟୁକ୍ରେନ ସବୁଠୁ ଅଧଇକ ରପ୍ତାନିକାରୀ ଦେଶ । ମିଳିତ ଭାବେ ଦୁଇ ଦେଶ ବିଶ୍ବର ଗହମ ରପ୍ତାନି(export) ଆବଶ୍ୟକତାର ଏକ ତୃତୀୟାଂଶ ପୂରଣ କରନ୍ତି । ୟୁକ୍ରେନ ଉପରେ ଋୁଷର ଆକ୍ରମଣ ହେତୁ ଗହମର ମୂଲ୍ୟ ଚଳିତ ବର୍ଷ 60 ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି।

ଏପଟେ ଭାରତ ଓ ଚୀନ ବିଶ୍ବରରେ ଦ୍ବିତୀୟ ଗହମ ଉତ୍ପାଦକ ଦେଶ । ଗତ ବର୍ଷ ଖରାପ ପାଣିପାଗ ହେତୁ ଋୁଷ ଓ ୟୁକ୍ରେନ ବିଶ୍ବ ବଜାରରେ ଗହମର ପର୍ଯ୍ୟାପ୍ତ ଯୋଗାଣ ହୋଇପାରିନଥିଲେ । ହେଲେ ଭଆରତରେ ଭଲ ଅମଳ ହୋଇଥିବାରୁ ଯୋଗାଣରେ କୌଣସି ବାଧା ଉପୁଜିନଥିଲା କିମ୍ବା ଦର ବୃଦ୍ଧି ମଧ୍ୟ ହୋଇନଥିଲା ।

ଚଳିତ ବର୍ଷ ଭାରତରେ ଘରୋଇ ଦରବୃଦ୍ଧି 8 ବର୍ଷରେ ଏହାର ଉଚ୍ଚତମ ସ୍ତରରେ ରହିଛି । ଏହାକୁ ଦୃଷ୍ଟିରେ ରଖି ସରକାର ଗହମ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଦେଇଛନ୍ତି ।

ରପ୍ତାନି ଉପରେ ପ୍ରତିବନ୍ଧକ ସମ୍ପର୍କରେ ଭାରତ ସରକାର କହିଛନ୍ତି ଯେ କିଛି ବ୍ୟତିକ୍ରମ ବ୍ୟତୀତ ଏହା ଗହମ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଛି। କିଛି ଦେଶଗୁଡିକର ଖାଦ୍ୟ ସୁରକ୍ଷାକୁ ଛାଡି ଭାରତ ଆଉ କୌଣସି ଦେଶକୁ ଗହମ ରପ୍ତାନି କରିବ ନାହିଁ।

ଗହମ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବାକୁ ଭାରତର ନିଷ୍ପତ୍ତି ଆମେରିକାର କୃଷି ବିଭାଗର ପୂର୍ବାନୁମାନର କିଛି ଦିନ ପରେ ଆସିଛି। ପୂର୍ବାନୁମାନ ଅନୁଯାୟୀ 2022-23 ମସିହାରେ ଚାରି ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ବିଶ୍ୱ ଗହମ ଉତ୍ପାଦନ ହ୍ରାସ ପାଇବ । ଖାଦ୍ୟ ସୁରକ୍ଷା ପାଇଁ ଏହାର ଭୟଙ୍କର ପରିଣାମ ଦେଖିବାକୁ ମିଳିବ ବୋଲି ଜାତିସଂଘ ପକ୍ଷରୁ କୁହାଯାଇଛି ।

ଗହମ ରପ୍ତାନିରେ ଭାରତର ବ୍ରେକ, ବିଶ୍ବରେ ହଇଚଇ

ମୋଦି ସରକାର ଦେଲେ ଆଶ୍ବସ୍ତି, ଖରାପଗହମକୁ MSP ଦରରେ ବିକ୍ରି କରିପାରିବେ ଚାଷୀ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)