News

National Milk Day:ଜାତୀୟ ଦୁଗ୍ଧ ଦିବସ,ଜାଣନ୍ତୁ ମହତ୍ଵ...

୨୦୧୪ ରୁ ପ୍ରତିବର୍ଷ ୨୬ ନଭେମ୍ବର ଆମ ଦେଶରେ ପାଳନ କରାଯାଉଛି ‘ଜାତୀୟ ଦୁଗ୍ଧ ଦିବସ’ । ଭାରତରେ ଶ୍ଵେତ ଆନ୍ଦୋଳନର ଜନକ ଡ.ବଗିଜ କୁରିୟନଙ୍କ ଜନ୍ମ ଦିବସକୁ ଜାତୀୟ ଦୁଗ୍ଧ ଦିବସ ରୂପେ ପାଳନ କରାଯାଇଥାଏ ।

25 November, 2022 12:53 PM IST By: Sudesna Nayak

୨୦୧୪ ରୁ ପ୍ରତିବର୍ଷ ୨୬ ନଭେମ୍ବର ଆମ ଦେଶରେ ପାଳନ କରାଯାଉଛି ‘ଜାତୀୟ ଦୁଗ୍ଧ ଦିବସ’ (National Milk Day)। ୧୯୨୧ ନଭେମ୍ବର ଏହି ଦିନରେ କେରଳର କୋଷିକୋଡ଼ରେ ଜନ୍ମ ହୋଇଥିଲେ ‘ଶ୍ୱେତ ବିପ୍ଲବ’ର ଜନକ ଡ.ବଗିଜ କୁରିୟନ (Dr. Verghese Kurien) । ଭାରତରେ ଶ୍ଵେତ ଆନ୍ଦୋଳନର ଜନକ ଡ.ବଗିଜ କୁରିୟନ (Dr. Verghese Kurien)ଙ୍କ ଜନ୍ମ ଦିବସକୁ ଜାତୀୟ ଦୁଗ୍ଧ ଦିବସ ରୂପେ ପାଳନ କରାଯାଇଥାଏ ।

‘ଶ୍ୱେତ ବିପ୍ଲବ’ ବିଶ୍ୱର ସବୁଠାରୁ ବଡ଼ ଓ ସଫଳ କୃଷି ବିକାଶ କାର୍ଯ୍ୟକ୍ରମ । ୧୯୯୮ ରେ ଭାରତ, ଆମେରିକାକୁ ପଛରେ ପକାଇ, ବିଶ୍ୱର ଏକ ନମ୍ବର ଦୁଗ୍ଧ ଉତ୍ପାଦନକାରୀ ରାଷ୍ଟ୍ର ପାଲଟିଥିଲା । ଦୁଗ୍ଧ ଉତ୍ପାଦନରେ ଭାରତ ବିଶ୍ୱରେ ଅଗ୍ରଣୀ । ଦୁଗ୍ଧ ଚାଷ ଆମ ଦେଶର ସବୁଠାରୁ ବଡ଼ ଆତ୍ମନିର୍ଭର ଉଦ୍ୟୋଗ । ଡ.ବଗିଜ କୁରିୟନ (Dr. Verghese Kurien) ଏହା ସମ୍ଭବ କରାଇଥିଲେ ।

ଏକଦା ଭାରତ ଦୁଗ୍ଧ ଅଭାବୀ ରାଷ୍ଟ୍ର ଥିଲା । ଡ.ବଗିଜ କୁରିୟନ (Dr. Verghese Kurien)ଙ୍କର ଦୂରଦୃଷ୍ଟି, କାର୍ଯ୍ୟ ଶୈଳୀ ନିଷ୍ଠାପର ଉଦ୍ୟମ ଦ୍ୱାରା ଦେଶ ଦୁଗ୍ଧ ବଳକା ରାଷ୍ଟ୍ରରେ ପରିଣତ ହୋଇଥିଲା । ତେଣୁ ତାଙ୍କ ସମ୍ମାନାର୍ଥେ, ତାଙ୍କ ଜନ୍ମ ଦିନକୁ ‘ଜାତୀୟ ଦୁଗଧ ଦିବସ’ ଭାବେ ପାଳନ କରାଯାଉଛି ।

ଶରୀରକୁ ସୁସ୍ଥ ରଖେ ଦୁଗ୍ଧ,ଜାଣନ୍ତୁ...

1-ଦୁଗ୍ଧ (milk)ରେ କ୍ୟାଲସିୟମ, ଭିଟାମିନ-ଡି, ଫସଫରସ ଏବଂ ମ୍ୟାଗ୍ନେସିୟମ ଥାଏ । ଏହା ଶରୀରର ହାଡକୁ ମଜଭୁତ କରିଥାଏ । ଏହା ଦାନ୍ତ, ନଖକୁ ମଧ୍ୟ ଶକ୍ତିଶାଳୀ କରିଥାଏ ।

2-ଦୁଗ୍ଧ (milk)ରକ୍ତଚାପକୁ ସନ୍ତୁଳିତ ରଖିବା ସହ ରକ୍ତଭଣ୍ଡାରର ଯତ୍ନ ମଧ୍ୟ ନେଇଥାଏ । ଏହା ହାର୍ଟ ସମ୍ବନ୍ଧୀୟ ରୋଗର ଆଶଙ୍କା ହ୍ରାସ କରିଥାଏ ।

3-ଖାଦ୍ୟରେ ଦୁଗ୍ଧ (milk)ମିଶାଇବା ଦ୍ବାରା ଓଜନ ହ୍ରାସ ହୋଇଥାଏ । ଏହା ମଧ୍ୟ ମୋଟାପଣ ହେବାର ସମ୍ଭାବନା କମ୍ କରିଥାଏ ।

4- ଦୁଗ୍ଧ (milk)ପିଇବା ଦ୍ବାରା ତ୍ବଚାରେ ଚମକ ଆସିବା ସହ କେଶ ମଧ୍ୟ ମଜବୁତ ହୋଇଥାଏ ।

5-ଦୁଗ୍ଧ (milk)ପିଇବା ଦ୍ବାରା ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରିଥାଏ ।

ନିକଟରେ, ଭାରତ ହେଉଛି ବିଶ୍ୱର ସର୍ବବୃହତ ଦୁଗ୍ଧ ଉତ୍ପାଦନକାରୀ ରାଷ୍ଟ୍ର । ଭାରତ ବାର୍ଷିକ ୮.୫ ଲକ୍ଷ କୋଟି ଟଙ୍କାର ଦୁଗ୍ଧ ଉତ୍ପାଦନ କରେ । ଦେଶରେ ଗହମ ଏବଂ ଧାନ ଚାଷ ଠାରୁ ଅଧିକ, କ୍ଷୁଦ୍ର କୃଷକମାନେ ଦୁଗ୍ଧ କ୍ଷେତ୍ରର ସବୁଠାରୁ ବଡ ହିତାଧିକାରୀ ଅଟନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (pm modi)କହିଛନ୍ତି ।

ପ୍ରକାଶ ଥାଉ ଯେ, ଭାରତରେ ଶ୍ବେତ ଆନ୍ଦୋଳନର ପ୍ରଣେତା ବର୍ଗିଜ ୧୯୨୧ ମସିହାରେ କେରଳର କୋଝିକୋଡରେ ଏକ ଖ୍ରୀଷ୍ଟିୟାନ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ୧୯୪୦ ମସିହାରେ କେରଳର ଲୋଏଲା କଲେଜରେ ସ୍ନାତକ ସମାପ୍ତ ପରେ ଚେତ୍ରୈ ଇଞ୍ଜିନିୟରିଂ କଲେଜରୁ ଡିଗ୍ରୀ କରିଥିଲେ । ପରବର୍ତ୍ତୀ ଅବସ୍ଥାରେ ସରକାରଙ୍କ ତରଫରୁ ତାଙ୍କୁ ଡେରି ଇଞ୍ଜିନିୟରିଂ ଅଧ୍ୟୟନ ପାଇଁ ବୃତ୍ତି ମିଳିଥିଲା । ୧୯୪୮ ମସିହାରେ ଆମେରିକାର ମିସିଗାନ ବିଶ୍ବବିଦ୍ୟାଳୟରେ ସେ ମେକାନିକାଲ ଇଞ୍ଜିନିୟରିଂରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ । ତନ୍ମଧ୍ୟରେ ଡେରି ଇଞ୍ଜିନିୟରିଂ ମଧ୍ୟ ଏକ ସ୍ବତନ୍ତ୍ର ପାଠ୍ୟକ୍ରମ ରହିଥିଲା ।

ଜାତୀୟ ଦୁଗ୍ଧ ଦିବସ, ଜାଣନ୍ତୁ କେଉଁ ବ୍ୟକ୍ତିଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହା ପାଳନ କରାଯାଏ

ଶୀତଦିନେ ଆପଣଙ୍କୁ ସୁସ୍ଥ ରଖିବ ଅଞ୍ଜିର,ମିଳିବ ଚମତ୍କାର ଫାଇଦା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)