News

କାହିଁକି ଓଡ଼ିଶାବାସୀ ପାଳନ କରିଥାନ୍ତି ରଜ ?

ବର୍ଷକର ଅପେକ୍ଷା ପରେ ଆଜି ପୁଣି ଫେରିଛି ରଜ ମଉଜ । ଓଡ଼ିଶାର ଏକ ଗଣ ପର୍ବ ତଥା କୃଷି ଭିତ୍ତିକ ପର୍ବ ହେଉଛି ରଜ ।ଆଜି ଓଡ଼ିଶାର ପ୍ରତ୍ୟେକ ଘରେ ଘରେ ତଥା ପୁରଠୁ ପଲ୍ଲୀ ସବୁଆଡ଼େ ରଜ ପର୍ବକୁ ଖୁବ୍ ଆନନ୍ଦ ଉଲ୍ଲାସରେ ଲୋକେ ପାଳନ କରୁଛନ୍ତି। ଆଜି ପହିଲି ରଜରେ ପୁଲକିତ ହୋଇ ଉଠିଛି ଧରିତ୍ରୀ ମାତା। ପ୍ରତିଟି ଘରେ ଆଜି ଆନନ୍ଦ ଓ ଉଲ୍ଲାସ ମାହୋଲ ।

14 June, 2023 11:27 AM IST By: Priyambada Rana

ବର୍ଷକର ଅପେକ୍ଷା ପରେ ଆଜି ପୁଣି ଫେରିଛି ରଜ ମଉଜ । ଓଡ଼ିଶାର ଏକ ଗଣ ପର୍ବ ତଥା କୃଷି ଭିତ୍ତିକ ପର୍ବ ହେଉଛି ରଜ ।ଆଜି ଓଡ଼ିଶାର ପ୍ରତ୍ୟେକ ଘରେ ଘରେ ତଥା ପୁରଠୁ ପଲ୍ଲୀ ସବୁଆଡ଼େ ରଜ ପର୍ବକୁ ଖୁବ୍ ଆନନ୍ଦ ଉଲ୍ଲାସରେ ଲୋକେ ପାଳନ କରୁଛନ୍ତି।ଆଜି ପହିଲି ରଜରେ ପୁଲକିତ ହୋଇ ଉଠିଛି ଧରିତ୍ରୀ ମାତା। ପ୍ରତିଟି ଘରେ ଆଜି ଆନନ୍ଦ ଓ ଉଲ୍ଲାସ ମାହୋଲ । ନୂଆ ପୋଷାକ ପିନ୍ଧି ପିଠା ମିଠା ଖାଇ ରଜ ପାଳୁଛନ୍ତି ପ୍ରତ୍ୟେକ ଓଡ଼ିଆ। ସକାଳର ଆରମ୍ଭରୁ ସୂର୍ଯ୍ୟ ଉଦୟ ପରେ ଜମିଛି ରଜ ଆସର ।

ସାଧାରଣତଃ ରଜ ପର୍ବ ସଜବାଜରୁ ଆରମ୍ଭ ହୋଇଥାଏ। ପହିଲି ରଜର ପୂର୍ବ ଦିନକୁ ସଜବାଜ କୁହାଯାଏ । ପରମ୍ପରା ଅନୁସାରେ ଏହି ପର୍ବ ୩ ଦିନ ଧରି ପାଳନ କରାଯାଇଥାଏ । ଓଡ଼ିଶାର ଚଷାପୁଅ ଚାଷକାର୍ଯ୍ୟ ବନ୍ଦ କରଥାନ୍ତି ।ବିଶ୍ୱାସ କରାଯାଏ ଯେ ଏହି ଦିନ ଧରିତ୍ରୀ ମାତା ବିଶ୍ରାମ ନିଅନ୍ତି। ସହରରେ ରହୁଥିବା ସମସ୍ତ ଓଡ଼ିଆ ରଜ ଆସିଲେ ଗାଁ ମୁହାଁ ହୋଇଥାନ୍ତି ।ଘରେ ଘରେ ବନ୍ଧୁବାନ୍ଧବଙ୍କ ଯିବା ଆସିବା ଲାଗି ରହିବା ପିଠା-ପଣାରେ ଘର ମହକିଥାଏ। ରଜର ଦ୍ୱିତୀୟ ଦିନକୁ ରଜ ସଂକାନ୍ତି ଓ ତୃତୀୟ ଦିନ ଶେଷ ରଜ ବୋଲି କୁହାଯାଏ।

ଆମ ରାଜ୍ୟ ଓଡ଼ିଶା ପରମ୍ପରା ଓ ସଂସ୍କୃତିର ଗନ୍ତାଘର । ଏଠାରେ ୧୨ ମାସରେ ୧୩ ପର୍ବ ପାଳନ କରାଯାଇଥାଏ ।ଏହି ରଜ ପର୍ବରେ ମାଟି ମାଆକୁ ପୂଜା କରିବା ସହ ନାରୀର ନାରୀତ୍ୱକୁ ଆମେ ପାଳନ କରିଥାଉ । ରଜ ୩ଦିନ ଧରି ଝିଅମାନଙ୍କୁ ରାଜକୁମାରୀ ଭଳି ସତ୍କାର କରାଯାଇଥାଏ । ସାଧାରଣତଃ ଝିଅମାନେ ଏହି ୩ଦିନ ଘରର କୌଣସି କାମ କରନ୍ତି ନାହିଁ । ଆଜିର ଦିନରେ ଘରେ ଘରେ ବିଭିନ୍ନ ପ୍ରକାରର ପିଠା, ମିଠା ତିଆରି ହୋଇଥାଏ । ଚକୁଳୀ, ମଣ୍ଡା, ପୋଡ଼,ଏଣ୍ଡୁରୀ, ଗଇଁଠା, ଇଟିଲି,ଆରିସା, କାକରା ଆଦି ବିଭିନ୍ନ ପିଠା ସହ ଖିରୀ,ମିଠା ଆଦି ଘରେ ତିଆରି କରାଯାଇଥାଏ ।

ଝିଅମାନେ ସକାଳ ଉଠି ଗାଧୋଇ-ପାଧୋଇ ନୂଆ କପଡ଼ା ପିନ୍ଧି, ସଜବାଜ ହୋଇ ବଡ଼ମାନଙ୍କ ଆଶ୍ରୀବାଦ ନେଇ ବୁଲାବୁଲି କରିବା ସହ ଦୋଳି ଖେଳି ରଜର ମଜା ଉଠାଇଥାନ୍ତି ।ଝିଅମାନଙ୍କ ପାଇଁ ଗାଁର ପୁରୁଷ ଓ ବଡ଼ମାନେ ବିଭିନ୍ନ ପ୍ରକାରର ଦୋଳି ଲଗାଇଥାନ୍ତି । ସାଧାରଣତଃ ରଜ ଦିନ ଖାଇବା ଟା ନିଶ୍ଚିନ୍ତ । ବିଭିନ୍ନ ଦୋକାନ ବଜାରରେ ରଜରେ ବିଭିନ୍ନ ପ୍ରକାର ମସଲା ଦିଆ ପାନ ବିକ୍ରି ହୋଇଥାଏ। ପାନରେ ଗୁଆ, ମଧୁରୀ, କେଶର ଓ ଶୁଖିଲା ନଡିଆ ସମେତ ପ୍ରାୟ ୨୨ ପ୍ରକାର ମସଲା ପକାଇ ପାନ ପରସି  ଦେଇଥାନ୍ତି ଦୋକାନୀ।

ଜାଣନ୍ତୁ,ଖାଲି ପେଟରେ ଆମ୍ବ ଖାଇବା କ୍ଷତିକାରକ ନା ହୀତକାରକ…

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)