News

୨୦୨୪ ପର୍ଯ୍ୟନ୍ତ ଲୋକଙ୍କୁ ମିଳିବ ଫ୍ରି ରାସନ, ହୋଲି ଓ ଦୀପାବଳୀରେ ଦେବେ ମାଗଣା ସିଲିଣ୍ଡର !

ଲୋକମାନଙ୍କ ପାଇଁ ଏକ ଖୁସି ଖବର ଅଛି । ବର୍ତ୍ତମାନ ଚଳିତ ମାସ ପରେ ମଧ୍ୟ ଲୋକଙ୍କୁ ମାଗଣା ରାସନ (Free Ration) ମିଳିପାରେ ।

17 March, 2022 11:26 AM IST By: Sudesna Nayak

ଲୋକମାନଙ୍କ ପାଇଁ ଏକ ଖୁସି ଖବର (GOOD NEWS)ଅଛି । ବର୍ତ୍ତମାନ ଚଳିତ ମାସ ପରେ ମଧ୍ୟ ଲୋକଙ୍କୁ ମାଗଣା ରାସନ (Free Ration) ମିଳିପାରେ ।

ନିକଟ ଅତୀତରେ ବିଧାନସଭା ନିର୍ବାଚନ ଶେଷ ହୋଇଛି । ୟୁପି ସମେତ ୪ଟି ରାଜ୍ୟରେ ବିଜେପି (BJP) ବିଜୟ ହାସଲ କରିଛି । ଯାହାକୁ ନେଇ ଏବେ ଉତ୍ତର ପ୍ରଦେଶର ଲୋକଙ୍କ ପାଇଁ ଏକ ଖୁସି ଖବର ଅଛି । ଯୋଗୀ ଆଦିତ୍ୟନାଥ ସରକାର (Yogi Adityanath Government) ପୁନର୍ବାର ଗରିବ ଲୋକଙ୍କୁ ମାଗଣା ରାସନ ଦେବା ଯୋଜନାକୁ ଆଗକୁ ନେବାକୁ ପ୍ରସ୍ତୁତ ହେଉଛନ୍ତି । ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ଏହି ଯୋଜନା ଚାଲୁ ରହିପାରେ ବୋଲି କଳ୍ପନାଜଳ୍ପନା ଜାରି ରହିଛି । ତେବେ ଏହି ପ୍ରସଙ୍ଗରେ ହିଁ ଚୂଡ଼ାନ୍ତ ନିଷ୍ପତ୍ତି ସରକାର ଗ୍ରହଣ କରିବେ ।

ଏଭଳି ପରିସ୍ଥିତିରେ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି (PM Narendra Modi) ଓ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (Yogi Adityanath) ଜନସାଧାରଣଙ୍କୁ ନିର୍ବାଚନ ରାଲିରେ ଫ୍ରି ରାସନ (Free Ration) ଜାରି ରଖିବାକୁ ପ୍ରତିଶୃତି ଦେଇଥିଲେ । ଏହି କ୍ରମରେ ୟୁପି ସରକାର ଲୋକସଭା ନିର୍ବାଚନ (Lok Sabha Elections 2024) ପର୍ଯ୍ୟନ୍ତ ଏହି ଯୋଜନାକୁ ବୃଦ୍ଧି କରିବାକୁ ମନ୍ଥନ କରୁଛନ୍ତି ।

ବର୍ତ୍ତମାନ ଏହି ଯୋଜନା ଅଧୀନରେ ରାଜ୍ୟରେ ୧୫ କୋଟିରୁ ଅଧିକ ହିତାଧିକାରୀ ଅଛନ୍ତି । ସରକାର ଡିସେମ୍ବର ୨୦୨୧ ରୁ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ସରକାର ମାଗଣା ରାସନ (Free Ration)ଦେବାକୁ ଘୋଷଣା କରିଥିଲେ । ଏହି ଯୋଜନା ଅଧୀନରେ ଅନ୍ତ୍ୟୋଦୟ କାର୍ଡଧାରୀମାନଙ୍କୁ ୩୫ କିଲୋଗ୍ରାମ ଖାଦ୍ୟ ଶସ୍ୟ ଓ ଯୋଗ୍ୟ ଗୃହସ୍ଥୀ କାର୍ଡଧାରୀଙ୍କୁ ୟୁନିଟ୍ ପିଛା ୫ କିଲୋଗ୍ରାମ ଚାଉଳ ଏବଂ ଗହମ ସହ ତେଲ, ଲୁଣ ଏବଂ ଡାଲି ମିଳିଥାଏ ।

ଖାଦ୍ୟ ଓ ଲଜିଷ୍ଟିକ୍ସ ବିଭାଗ ତରଫରୁ ମୁଦ୍ରାସ୍ଫୀତି ବଢ଼ୁଥିବା ଦେଖି ପୁନର୍ବାର ମାଗଣା ରାସନ ପାଇଁ ଏକ ପ୍ରସ୍ତାବ ପଠାଯାଇଛି । ବର୍ତ୍ତମାନ ପାଇଁ ସମୟସୀମା ବୃଦ୍ଧି କରିବାର କୌଣସି ଉଲ୍ଲେଖ ନାହିଁ । ଯଦିଓ ଏହି ଯୋଜନାକୁ ଏକାସାଙ୍ଗରେ ବୃଦ୍ଧି ନକରି ୨ ରୁ ୩ ପର୍ଯ୍ୟାୟରେ ବୃଦ୍ଧି କରାଯାଇପାରେ, କିନ୍ତୁ ଏହାକୁ ସରକାରଙ୍କ ଚୂଡ଼ାନ୍ତ ନିଷ୍ପତ୍ତି ଉପରେ ହିଁ ଛାଡ଼ି ଦିଆଯାଇଛି ।

ପ୍ରକାଶ ଥାଉ ଯେ, ସେହିଭଳି ବର୍ଷର ଦୁଇଟି ବଡ଼ ପର୍ବ ହୋଲି ଓ ଦୀପାବଳୀ ପାଇଁ ମାଗଣା ଗ୍ୟାସ ସିଲିଣ୍ଡର (Free Gas Cylinders) ଦେବା ବିଷୟରେ ସରକାର କହିଥିଲେ । ଦୁଇଟି ମାଗଣା ସିଲିଣ୍ଡର (Free Gas Cylinders) ଦେବାକୁ ନେଇ ସରକାର ନିଜ ସଂକଳ୍ପ ପତ୍ରରେ ପ୍ରତିଶୃତି ଦେଇଥିଲା । ଏଥିପାଇଁ ଖାଦ୍ୟ ଏବଂ ଲଜିଷ୍ଟିକ୍ ବିଭାଗ ସରକାରଙ୍କୁ ଏକ ପ୍ରସ୍ତାବ ପଠାଇଛି ।

ଖୁସି ଖବର,ହୋଲି ଅବସରରେ ୬୩୪ ଟଙ୍କାରେ ମିଳିବ LPG Cylinder

ଖାଉଟିଙ୍କୁ ଝଟ୍‌କା; ଏହି ସବୁ ସାମଗ୍ରୀର ବଢ଼ିଲା ଦାମ,ଜାଣନ୍ତୁ...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)