ସୋରିଷତେଲର ଦାମ ବହୁତ ଦିନ ହେଲା ବଢି ବଢି ଚାଲିଥିଲା, କିନ୍ତୁ ଏବେ ସୋରିଷତେଲରେ ଧୀରେ ଧୀରେ ଦାମ କମିବା ଦେଖାଯାଉଛି, ଏହା ସହ ସୋରିଷ ମଞ୍ଜିର ଦାମ ବି କମି କମି ଯାଉଛି । ସ୍ଥାନୀୟ ବଜାରରେ ସୋରିଷ ତେଲ, ସୋୟାବିନ ତେଲ, ବାଦାମ ତେଲର ଦର ଦାମ କଥା ବିଚାର କରିଲେ ଦେଖିବାକୁ ପାଇବା ଯେ, ଏହାର ଦାମ କମି ଆସିଛି । କୁହା ଯାଉଛି ଯେ ୮ ଜୁନ ଠାରୁ ଯେ କୌଣସି ସାଧାରଣ ତେଲକୁ ସୋରିଷତେଲ ସହ ମିଶାଇବାକୁ ବନ୍ଦ କରିଦିଆ ଯାଇଛି ।
ସୋରିଷ ତେଲର ଦାମ କମିବା
ବଜାରର କାରବାରକୁ ଦେଖିଲେ ଜଣାପଡ଼େ ଯେ, ଏବେ ବଜାରରେ ଚାହିଦା କମ ଅଛି । ତେଣୁ ମାଲେସିଆ ଏକ୍ସଚେଞ୍ଜ ଅଧା ପ୍ରତିଶତ କମି ଯାଇଛି । ଏହି କାରଣ ରୁ ସୋରିଷ ଦାନା କ୍ରମଶଃ ୧୦୦ ଟଙ୍କା ଆଉ ୨୦୦ ଟଙ୍କା କମିବା ସହ ୭,୨୫୦ – ୭,୩୦୦ ଟଙ୍କା ଆଉ ୧୪,୫୦୦ ଟଙ୍କା ପ୍ରତି କୁଇଣ୍ଟାଲରେ ରହିଛି । ଏହା ସହ ଘଣା ସୋରିଷ ତେଲ ୩୦ ଟଙ୍କା ପରି ଦର କମିଛି l ସୋରିଷ ତେଲର ଦର ୨,୩୩୦ ରୁ ୨,୩୮୦ ଟଙ୍କା ଆଉ ୨,୪୩୦ ରୁ ୨,୫୩୦ ଟଙ୍କା ପ୍ରତିଦିନ ରହିଥାଏ ।
ଚାଷୀମାନଙ୍କୁ ହେବ କ୍ଷତି
ଯେଉଁଠାରେ ଗୋଟେ ପଟେ ସୋରିଷ ତେଲର ଦରଦାମ କମିବା ଦ୍ଵାରା ସାଧାରଣ ଲୋକମାନଙ୍କୁ ଟିକେ ଆଶ୍ଵସ୍ତି ମିଳିବ, ତ ଅନ୍ୟପଟେ ଚାଷୀମାନଙ୍କର ରୋଜଗାରରେ ଏହାର ପ୍ରଭାବ ପଡିବ । କାରଣ ସୋରିଷ ଦାନାର ଦାମ କମିଛି, ଏବେ ସୋରିଷ ଦାନାର MSP ୪,୬୫୦ ପ୍ରତି କୁଇଣ୍ଟାଲ ହିସାବରେ ସ୍ଥିର ରଖାଯାଇଛି ।
ରାଷ୍ଟ୍ରୀୟ ତୈଳବୀଜ ମିଶନ
କେନ୍ଦ୍ର ସରକାରଙ୍କ ଦ୍ଵାରା ଖାଇବା ତେଲର ଆମଦାନୀ ଉପରେ ନିର୍ଭରତା ହ୍ରାସ କରିବା ପାଇଁ ରାଷ୍ଟ୍ରୀୟ ତୈଳବୀଜ ମିଶନର ଆରମ୍ଭ କରାଯାଇଛି । ଏହି ମିଶନ ଅନୁସାରେ ୫ ବର୍ଷ ମଧ୍ୟରେ ୧୯ ହଜାର କୋଟି ଖର୍ଚ୍ଚ କରାଯିବ, ଏହାର ଲକ୍ଷ ତୈଳବୀଜ ଚାଷକୁ ପ୍ରୋତ୍ସାହନ ପ୍ରଦାନ କରିବା । ଏହିପରି ଭାବେ ଯେଉଁ ଅର୍ଥ ଆମେ ଅନ୍ୟ ଦେଶମାନଙ୍କୁ ଦେଉଛେ, ସେସବୁ ଆମ ଦେଶର ଚାଷୀ ଭାଇମାନଙ୍କୁ ମିଳିବ । କୁହାଯାଉଛି କି ଭାରତ ବର୍ଷକୁ ପାଖାପାଖି ୭୦ ହଜାର କୋଟି ଟଙ୍କାର ଖାଇବା ତେଲ ବିଦେଶରୁ ଆମଦାନୀ କରୁଛି ।
ବଜାର ଦର
-
ସୋରିଷ ଦାନା – ୭,୨୫୦ – ୭,୩୦୦ ଟଙ୍କା
-
ସୋରିଷ ତେଲ – ୨,୩୩୦ – ୨,୩୮୦ ଟଙ୍କା
-
ସୋରିଷ ଘଣା ତେଲ – ୨,୪୩୦ – ୨,୫୩୦ ଟଙ୍କା