News

Today weather: ରାଜ୍ୟରେ ଶୀତ ବଢ଼ିବ, ଜାରି ରହିବ କୁହୁଡ଼ି

ରାଜ୍ୟରେ ପୁଣି ବଢ଼ିବ ଶୀତ l ଶୀତ ବଢିବା ସତ୍ତ୍ୱେ ରାଜ୍ୟରେ ଦେଖାଯିବ ଘନ କୁହୁଡି l

14 January, 2024 6:00 AM IST By: Tanushree Mahapatra

ରାଜ୍ୟରେ ବଢ଼ିବ ଶୀତ l ବଢ଼ିବ କୁହୁଡି l  ଏ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ରହିଛି l ଏଣିକି ଧୀରେ ଧୀରେ ରାତିର ତାପମାତ୍ରା ହ୍ରାସ ପାଇବ। ଅଧିକାଂଶ ସ୍ଥାନରେ ପ୍ରାୟତଃ  ୨ରୁ ୩ ଡିଗ୍ରି କମିବାକୁ ଥିବାରୁ ଶୀତର ପ୍ରକୋପ ପୁଣିଥରେ ବୃଦ୍ଧି ପାଇବ ବୋଲି କୁହାଯାଉଛି । ତେବେ ଉପକୂଳ ଓଡ଼ିଶାର ଅଧିକାଂଶ ସହରର ସର୍ବନିମ୍ନ ତାପମାତ୍ରା ପୁଣିଥରେ ୧୫ ଡିଗ୍ରି ଭିତରେ ରହିବ l

ସେହିପରି ଦକ୍ଷିଣ ଓ ଅଭ୍ୟନ୍ତରୀଣ ଓଡ଼ିଶାର ସର୍ବନିମ୍ନ ତାପମାତ୍ରା ପ୍ରାୟତଃ ୧୦ ଡିଗ୍ରି ଭିତରକୁ ଚାଲି ଆସିବ ବୋଲି କେନ୍ଦ୍ରର ସୂଚନା ରହିଛି। ‌

ଶୀତ ବଢ଼ିବା ସତ୍ତ୍ବେ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ଘନ କୁହୁଡ଼ି ପରିଲକ୍ଷିତ ହେବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରର ଅଧିକାରୀ । ରାଜ୍ୟର କିଛି ଜିଲ୍ଲା ଯଥା: ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଢେଙ୍କାନାଳ, ନବରଙ୍ଗପୁର,ବଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୁଳ, ସୁନ୍ଦରଗଡ଼, ଦେବଗଡ଼, କେଦନ୍ଦୁଝର, ଭଦ୍ରକ, ମୟୂରଭଞ୍ଜ, ବାଲେଶ୍ବର ଭଳି କେତେକ ସ୍ଥାନରେ ଘନ କୁହୁଡ଼ି ଲାଗି ରହିବ ସୂଚନା ଅନୁଯାୟୀ ।

ତେବେ ଚଳିତ ମାସ ଆସନ୍ତା ୧୭ ତାରିଖଠାରୁ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବ କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସେହିପରି ରାଜ୍ୟକୁ ବର୍ଷା ଭୟ ମଧ୍ୟ ରହିଛି l ତେବେ ପଶ୍ଚିମଝଡ଼ ପ୍ରଭାବରେ ଓଡ଼ିଶାର ଉତ୍ତର ଓ ଉତ୍ତର ଅଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧାରଣର ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ।

ଗତ କିଛି ଘଣ୍ଟା ପୂର୍ବରୁ କଟକ, ସୋନପୁର, ଫୁଲବାଣୀରେ ଦୃଶ୍ୟମାନ ଦୂରତା ପ୍ରାୟତଃ ୫୦ରୁ ୨୦୦ ମିଟର ଏବଂ ଅନୁଗୁଳ, ଭବାନୀପାଟଣା, କେନ୍ଦୁଝର ଓ ରାଉରକେଲାରେ ପ୍ରାୟତଃ ୨୦୦ରୁ ୧୦୦୦ ମିଟର ରହିଥିଲା ବୋଲି କୁହାଯାଇଛି । ଅନ୍ୟପଟେ କୋରାପୁଟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୮.୮ ଡିଗ୍ରି ରେକର୍ଡ ହୋଇଥିବା ଜଣାପଡିଛି l ସେହିଭଳି କିରେଇରେ ୯.୫, ସିମିଳିଗୁଡ଼ାରେ ୧୨.୧, ସୁନ୍ଦରଗଡ଼ରେ ୧୨.୬, ଦାରିଙ୍ଗବାଡ଼ିରେ ୧୩, ଫୁଲବାଣୀରେ ୧୩.୫ ଡିଗ୍ରି ରେକର୍ଡ ହୋଇଥିବା କୁହାଯାଇଛି ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)