ମହିଳା ସଶକ୍ତିକରଣ ଉପରେ ଜି-୨୦ ମନ୍ତ୍ରୀସ୍ତରୀୟ ସମ୍ମିଳନୀ ଅଗଷ୍ଟ ୨ରୁ ୪ ତାରିଖ ପର୍ଯ୍ୟନ୍ତ ଗୁଜରାଟର ଗାନ୍ଧୀନଗରଠାରେ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଜି-୨୦ ଏବଂ ଅତିଥି ଦେଶର ମହିଳା ଓ ଲିଙ୍ଗଗତ ସମାନତା ମନ୍ତ୍ରୀମାନେ ଅଂଶଗ୍ରହଣ କରିଥିଲେ। ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ, ଜି-୨୦ ସଶକ୍ତିକରଣ ଏବଂ ଡବ୍ଲ୍ୟୁ୨୦ ର ନୋଡାଲ ଅଫିସର ଭାବରେ ମହିଳା ସଶକ୍ତିକରଣ ପାଇଁ ମନ୍ତ୍ରୀସ୍ତରୀୟ ସମ୍ମିଳନୀ ସମେତ ସାତଟି ଅନ୍ତର୍ଜାତୀୟ ବୈଠକ ଆୟୋଜନ କରିଥିଲା ।
ଏହି ସମ୍ମିଳନୀରେ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବ୍ରାଜିଲ, କାନାଡା, ୟୁରୋପୀୟ ସଂଘ, ଜର୍ମାନୀ, ଇଣ୍ଡୋନେସିଆ, ଇଟାଲୀ, ଜାପାନ, ମେକ୍ସିକୋ,କୋରିଆ ରିପବ୍ଲିକ, ସାଉଦି ଆରବ, ତୁର୍କିଏ, ବ୍ରିଟେନ ଓ ଆମେରିକା ଭଳି ୧୫ଟି ଜି-୨୦ ଦେଶର ମୋଟ ୧୩୮ରୁ ଅଧିକ ଅନ୍ତର୍ଜାତୀୟ ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ସମ୍ମିଳନୀରେ ୬୦ରୁ ଅଧିକ ବକ୍ତା ଯୋଗ ଦେଇଥିଲେ।
ସମ୍ମିଳନୀର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିଥିଲେ, ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ;ଭାରତର ଜି-୨୦ ସଭାପତିତ୍ୱର ମୁଖ୍ୟ ସଂଯୋଜକ ଶ୍ରୀ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା; ଭାରତର ମହିଳା ଓ ଶିଶୁ ବିକାଶ ଏବଂ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ସ୍ମୃତି ଜୁବିନ ଇରାନୀ; ଇଣ୍ଡୋନେସିଆର ମାନ୍ୟବର ମହିଳା ସଶକ୍ତୀକରଣ ଏବଂ ଶିଶୁ ସୁରକ୍ଷା ମନ୍ତ୍ରୀ ଶ୍ରୀମତୀ ଆଇ ଗୁସ୍ତି ଆୟୁ ବିନ୍ତାଙ୍ଗ ଦାର୍ମାବତୀ; ବ୍ରାଜିଲ୍ ସରକାରଙ୍କ ମାନ୍ୟବର ମହିଳା ଉପମନ୍ତ୍ରୀ ସୁଶ୍ରୀ ମାରିଆ ହେଲେନା ଗୁଆରେଜି; ଏବଂ ଭାରତର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ସଚିବ ଶ୍ରୀ ଇଣ୍ଡିବର ପାଣ୍ଡେ ।
ପରବର୍ତ୍ତୀ ସମୟରେ ଜି-୨୦ ସଦସ୍ୟ ରାଷ୍ଟ୍ରଗୁଡ଼ିକର ପ୍ରତିନିଧିମାନଙ୍କ ବିବୃତ୍ତି ଉପସ୍ଥାପନା କରାଯିବା ସହିତ ଏବଂ ମନ୍ତ୍ରୀସ୍ତରୀୟ ବିବୃତି ଦିଆଯାଇଥିଲା। ଏହି ସମ୍ମିଳନୀରେ ଷ୍ଟେମ୍, ଡିଜିଟାଲ ଦକ୍ଷତା, ଉଦୀୟମାନ ପ୍ରଯୁକ୍ତିରେ ମହିଳା, ତୃଣମୂଳ ସ୍ତରରେ ନେତୃତ୍ୱ କୁ ପ୍ରୋତ୍ସାହିତ କରିବା ପାଇଁ ଭାଗିଦାରୀ, ସଂସ୍କୃତି ଏବଂ ମହିଳା ଉଦ୍ୟୋଗ ଭଳି ବିଷୟ ଉପରେ ଆଲୋଚନା ହୋଇଥିଲା। ଭାରତର ମାନ୍ୟବର ମହିଳା ଓ ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ ଡ. ମୁଞ୍ଜପାରା ମହେନ୍ଦ୍ରଭାଇଙ୍କ ଅଭିଭାଷଣ ଏବଂ ଭାରତର ମହିଳା ଓ ଶିଶୁ ବିକାଶ ଓ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ସ୍ମୃତି ଇରାନୀଙ୍କ ସମାପନୀ ବିବୃତିରେ ଏହି ମନ୍ତ୍ରୀସ୍ତରୀୟ ସମ୍ମିଳନୀ ଶେଷ ହୋଇଥିଲା। ଲିଙ୍ଗଗତ ସମାନତା ଏବଂ ଜି-୨୦ ସଦସ୍ୟ, ଅତିଥି ଦେଶର ମହିଳା ସଶକ୍ତୀକରଣ ପାଇଁ ଦାୟୀ ଜି-୨୦ ମନ୍ତ୍ରୀ ଏବଂ ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧିମାନଙ୍କ ମତାମତକୁ ପ୍ରତିନିଧିତ୍ୱ କରୁଥିବା ଅଧ୍ୟକ୍ଷୀୟ ବିବୃତି ଜାରି କରାଯାଇଥିଲା। ଏଥିରେ ସେମାନେ ଲିଙ୍ଗଗତ ସମାନତା ଏବଂ ମହିଳା ସଶକ୍ତୀକରଣ ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ।
ମହିଳା ସଶକ୍ତୀକରଣ ସମ୍ପର୍କିତ ମନ୍ତ୍ରୀସ୍ତରୀୟ ସମ୍ମିଳନୀରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହିଳାଙ୍କ ନେତୃତ୍ୱାଧୀନ ବିକାଶ ପାଇଁ ଭାରତ ସଂକ୍ଷିପ୍ତ ଭାବରେ ବର୍ଣ୍ଣନା କରି କହିଲେ: "ଯେତେବେଳେ ମହିଳାମାନେ ସମୃଦ୍ଧ ହୁଅନ୍ତି, ବିଶ୍ୱ ସମୃଦ୍ଧ ହୁଏ । ସେମାନଙ୍କର ଅର୍ଥନୈତିକ ସଶକ୍ତୀକରଣ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିଥାଏ, ଶିକ୍ଷା କ୍ଷେତ୍ରରେ ସେମାନଙ୍କର ଉପଲବ୍ଧତା ବୈଶ୍ୱିକ ପ୍ରଗତିକୁ ପ୍ରୋତ୍ସାହିତ କରିଥାଏ, ସେମାନଙ୍କ ନେତୃତ୍ୱ ଅନ୍ତର୍ଭୁକ୍ତୀକରଣକୁ ପ୍ରୋତ୍ସାହିତ କରିଥାଏ ଏବଂ ସେମାନଙ୍କ ସ୍ୱର ସକାରାତ୍ମକ ପରିବର୍ତ୍ତନକୁ ପ୍ରେରଣା ଦେଇଥାଏ।
ମହିଳାଙ୍କ ନେତୃତ୍ବାଧୀନ ବିକାଶକୁ ମାର୍ଗଦର୍ଶକ ଭାବେ ନେଇ ଭାରତର ଜି-୨୦ ଅଧ୍ୟକ୍ଷତା ଶିକ୍ଷା, ଉଦ୍ୟୋଗ, ବୈଷୟିକ ଜ୍ଞାନକୌଶଳ,ଅର୍ଥ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ମହିଳାମାନଙ୍କ ପାଇଁ ଉପଯୁକ୍ତ ସମାଧାନର ରୂପରେଖ ପ୍ରସ୍ତୁତ କରିଛି। ଭାଗିଦାରୀ ସୁଦୃଢ଼ ହେଲା, ମାନସିକତା ବଦଳିଗଲା ଏବଂ ବନ୍ଧୁତ୍ୱ, ସହମତି ଏବଂ ଦଳଗତ କାର୍ଯ୍ୟ ମାଧ୍ୟମରେ ନୀତିରେ ପରିବର୍ତ୍ତନ ହେଲା । ଲିଙ୍ଗଗତ ସମାନତାକୁ "ଆମ ସମୟର ସର୍ବଶ୍ରେଷ୍ଠ ମାନବାଧିକାର ଆହ୍ୱାନ" ବୋଲି କୁହାଯାଏ ଏବଂ ଏହାର ଅଧ୍ୟକ୍ଷତା ମାଧ୍ୟମରେ ଭାରତ ଏହି ଆହ୍ୱାନର ମୁକାବିଲା କରିବାରେ ଜି-୨୦ର ଭୂମିକାକୁ ଉନ୍ନତ କରିଛି । କେବଳ ନାରୀ ନୁହେଁ ବରଂ ମାନବିକତାର ଉନ୍ନତି ପାଇଁ 'ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ' ପାଇଁ ତୀବ୍ର, ନିର୍ଣ୍ଣାୟକ ଏବଂ କ୍ରିୟାଶୀଳ ଅଧ୍ୟକ୍ଷତା ମାଧ୍ୟମରେ ଅର୍ଥନୀତି ଓ ସମାଜର ସବୁ ସ୍ତରରେ ମହିଳାଙ୍କ ଅବଦାନକୁ ସକ୍ଷମ କରିବାରେ ଏହାର ପରମ୍ପରା ରହିଛି।
ମହିଳାଙ୍କ ନେତୃତ୍ବାଧୀନ ବିକାଶକୁ ବଜାୟ ରଖିବା ପାଇଁ ଏବେ ବ୍ରାଜିଲକୁ ଦାୟିତ୍ୱ ଦିଆଯାଇଛି।ସର୍ବସମ୍ମତି ଓ ସହଯୋଗର ମୂଳରେ ଥିବା ଭାରତର ଲିଙ୍ଗଭିତ୍ତିକ ନୀତି ଏବଂ ଲକ୍ଷ୍ୟଭିତ୍ତିକ ହସ୍ତକ୍ଷେପ ଯାହା ମହିଳାମାନଙ୍କୁ ବିକାଶର ଫଳର ନିଷ୍କ୍ରିୟ ଗ୍ରହଣକାରୀ ହେବା ପରିବର୍ତ୍ତେ ପ୍ରଗତି ଓ ବିକାଶର ସ୍ଥାପକ ଭାବରେ ପୁନଃକଳ୍ପନା କରିଛି ତାହା ସକାରାତ୍ମକ ପରିବର୍ତ୍ତନ ପାଇଁ ପ୍ରଚେଷ୍ଟା ଜାରି ରଖିବ । ମନ୍ତ୍ରୀସ୍ତରୀୟ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ପୂର୍ବ ଜି-୨୦ ଏମପାୱାର ଏବଂ ଡବ୍ଲ୍ୟୁ-୨୦ ବୈଠକ ସହିତ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, ପରମ୍ପରା ଏବଂ ଇତିହାସକୁ ପ୍ରଦର୍ଶିତ କରିବା ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ, ଭ୍ରମଣ ଏବଂ ଖାଦ୍ୟକୁ ସତର୍କତାର ସହ ପ୍ରସ୍ତୁତ କରାଯାଇଥିଲା। ମହିଳାଙ୍କ ନେତୃତ୍ବାଧୀନ ବିକାଶକୁ ପ୍ରଦର୍ଶିତ କରିବା ପାଇଁ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା। ବିଭିନ୍ନ ରାଜ୍ୟର ମହିଳା ନେତ୍ରୀ, କାରିଗର, ସ୍ୱୟଂ ସହାୟକ ଗୋଷ୍ଠୀ ଓ ଉଦ୍ୟୋଗୀମାନେ ବେଶ ଉତ୍ସାହର ସହ ସେମାନଙ୍କ ଉତ୍ପାଦ ପ୍ରଦର୍ଶନ କରିଥିଲେ।