News

ବିଶ୍ୱ ରେଡ଼ିଓ ଦିବସ ଉପଲକ୍ଷେ

ରେଡ଼ିଓ ର ଉପସ୍ଥାପନା ଏବଂ ମାନବ ଜାତି ପ୍ରତି ଏହାର ବିଶିଷ୍ଟ ଅବଦାନ କୁ ବ୍ୟାଖ୍ୟା କରିବାକୁ ଫେବୃଆରୀ ୧୩ ରେ ବିଶ୍ଵବ୍ୟାପୀ ୟୁନେସ୍କୋ ତରଫରୁ ପାଳିତ ହୋଇଥାଏ ଏହି ଦିବସ |ରେଡ଼ିଓ ଦ୍ୱାରା ସୂଚନା ସଂଚାର କୁ ପ୍ରକୃତ ରେ ବ୍ରୋଡ଼କାଷ୍ଟିଙ୍ଗ ମଧ୍ୟ କୁହାଯାଏ କାରଣ ପ୍ରକୃତ ରେ ଏହି ଶବ୍ଦ ର ଅର୍ଥ ଚାଷ କଲା ବେଳେ ମଞ୍ଜି ବୁଣିବାକୁ କୁ ବୁଝାଇଥାଏ |ତେଣୁ ରେଡ଼ିଓ ମଧ୍ୟ ସେହି ପରି ସୂଚନା ବୁଣୁଥିବାରୁ ରେଡ଼ିଓ ବ୍ରୋଡ଼କାଷ୍ଟିଙ୍ଗ ବୋଲି କୁହାଯାଇଥାଏ | ପୂର୍ବ କାଳରେ ଲୋକଙ୍କୁ ସୂଚନା ଦେବା ଠାରୁ ଆରମ୍ଭ ତାଙ୍କର ମନୋରଞ୍ଜନ ର ଦାଇତ୍ୱ ବହନ କରିଥିବାରୁ ପାଳିତ ହୋଇ ଆଜି ର ଦିନ "ରେଡ଼ିଓ ଦିବସ "

13 February, 2019 5:43 PM IST By: KJ Staff

ରେଡ଼ିଓ ର ଉପସ୍ଥାପନା ଏବଂ ମାନବ ଜାତି ପ୍ରତି ଏହାର ବିଶିଷ୍ଟ ଅବଦାନ କୁ ବ୍ୟାଖ୍ୟା କରିବାକୁ ଫେବୃଆରୀ ୧୩ ରେ ବିଶ୍ଵବ୍ୟାପୀ ୟୁନେସ୍କୋ ତରଫରୁ ପାଳିତ ହୋଇଥାଏ ଏହି ଦିବସ |ରେଡ଼ିଓ ଦ୍ୱାରା ସୂଚନା ସଂଚାର କୁ ପ୍ରକୃତ ରେ ବ୍ରୋଡ଼କାଷ୍ଟିଙ୍ଗ ମଧ୍ୟ କୁହାଯାଏ କାରଣ ପ୍ରକୃତ ରେ ଏହି ଶବ୍ଦ ର ଅର୍ଥ ଚାଷ କଲା ବେଳେ ମଞ୍ଜି ବୁଣିବାକୁ କୁ ବୁଝାଇଥାଏ |ତେଣୁ ରେଡ଼ିଓ ମଧ୍ୟ ସେହି ପରି ସୂଚନା ବୁଣୁଥିବାରୁ ରେଡ଼ିଓ ବ୍ରୋଡ଼କାଷ୍ଟିଙ୍ଗ ବୋଲି କୁହାଯାଇଥାଏ |

ଏହାକୁ ପ୍ରଥମ ଥର ଲାଗି ୨୦୧୦ ରେ ସ୍ପେନ ରେଡ଼ିଓ ଏକାଡେମୀ ପାଳନ କରିବାର ପ୍ରସ୍ତାପ ଦେଇଥିଲେ |ପରେ ଏହାକୁ ୟୁନେସ୍କୋ ନିଜର ରେଡ଼ିଓ ସଂଚାର ର ଶୁଭାରମ୍ଭ ଦିବସ ଉପଲକ୍ଷେ ,ଫେବୃଆରୀ ୧୩ ରେ ବିଶ୍ଵବ୍ୟାପୀ ରେଡ଼ିଓ ଦିବସ ର ପାଳନ କରାଆସୁଛି |

ରେଡ଼ିଓ କୁ ପ୍ରଥମ ଥର ଇଟାଲୀ ର ଜଣେ ଇଲେକ୍ଟିକାଲ ଇଞ୍ଜିନିଅର ଜି.ମାର୍କୋନି ଉଦ୍ଭାବନ କରିଥିଲେ |ସେ ପ୍ରଥମ ଥର ଲାଗି ରେଡ଼ିଓ ସିଗ୍ନାଲ ୧୯୮୫ ମସିହା ରେ ପଠାଇଥିଲେ |


ଏବେ ସର୍ବଭାରତୀୟ ସ୍ଥର ରେ ଅଲ ଇଣ୍ଡିଆ ରେଡ଼ିଓ ର ୪୧୫ ଟି ଷ୍ଟେସନ ୨୩ ଟି ଭାଷା ରେ ପ୍ରସାରଣ କରାଯାଉଛି ଏବଂ ଏହା ଦେଶ ର କୋଣ ଅନୁକୋଣ ର ହାରାହାରି ଶତକଡା ୯୯ ଭାଗ ଜନସଂଖ୍ୟା ର ମନ ମୋହିଥିବାରୁ ଏବେ ଏହାବିଶ୍ୱ ର ସବୁଠାରୁ ବଡ ରେଡ଼ିଓ ସଂଚାର ସୁବିଧା ଭାବେ ଜଣାଯାଉଛି |

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)