News

ସମ୍ବଲପୁରରେ ବିଶ୍ୱ ଭେଗାନ୍ ଦିବସ ପାଳିତ

ବିଶ୍ବ ଭେଗାନ୍ ଦିବସ ଅବସରରେ ଭେଗାନ୍ ଇଣ୍ଡିଆ ମୁଭମେଣ୍ଟ ପକ୍ଷରୁ ସଚେତନତା ବାର୍ତା ଓ ବିଶ୍ବ ଭେଗାନ୍ ଦିବସ ଆଇ୍ ଲଭ୍ ସମ୍ବଲପୁର ଠାରେ ପାଳିତ ହୋଇଯାଇଛି।

02 November, 2021 3:29 PM IST By: KJ Staff

ବିଶ୍ବ ଭେଗାନ୍ ଦିବସ ଅବସରରେ ଭେଗାନ୍ ଇଣ୍ଡିଆ ମୁଭମେଣ୍ଟ ପକ୍ଷରୁ  ସଚେତନତା ବାର୍ତା ଓ ବିଶ୍ବ ଭେଗାନ୍ ଦିବସ ଆଇ୍ ଲଭ୍ ସମ୍ବଲପୁର ଠାରେ ପାଳିତ ହୋଇଯାଇଛି। ସଂଗଠନର ସଭାପତି ପ୍ରତ୍ୟୁଷ ରଂଜନଙ୍କ ଅଧ୍ୟକ୍ଷତାରେ ଦେଶର ୩୦ ଟି ସ୍ଥାନରୁ ୫ ଶହରୁ ଅଧିକ କର୍ମକର୍ତ୍ତା ଭାଗ ନେଇଥିଲେ। ସ୍ବେଚ୍ଛା ସେବୀମାନେ ଜନଗହଳି ପୂର୍ଣ୍ଣ ସ୍ଥାନରେ ଲାପଟପ୍ ଓ ପୋଷ୍ଟର ମାଧ୍ୟମରେ ପଶୁ ପକ୍ଷୀ ମାନେ କେଉଁ ଭଳି ଅସୁବିଧାର ଶିକାର ହେଉଛନ୍ତି ତାହା ଭିଡ଼ିଓ ମାଧ୍ୟରେ ପ୍ରଦର୍ଶିତ କରିଥିଲେ। ଏହି ସଚେତନତା କାର୍ଯ୍ୟକ୍ରମ ୩ ଘଣ୍ଟା ଧରି ଚାଲିଥିଲା।

ସଂଗଠନର ସଭାପତି  ପ୍ରତ୍ୟୁଷ ରଂଜନ କହିଛନ୍ତି ଯେ, ମାନବ ଜାତିର ଇଚ୍ଛା ପାଇଁ ପଶୁ ପକ୍ଷୀ ମାନେ ନିର୍ଯାତନା ପାଉଛନ୍ତି ଓ ହତ୍ୟା କରାଯାଉଛି। ଏହି  ଧରାପୃଷ୍ଠରେ କୋଟି କୋଟି ସ୍ଥଳ ଓ ଜଳ ପ୍ରାଣୀ ଅଛନ୍ତି। ଯେଉଁମାନଙ୍କୁ ଆମେ ପ୍ରତିବର୍ଷ ଖାଦ୍ୟ, ବସ୍ତ୍ର, ମନୋରଞ୍ଜନ, ପରୀକ୍ଷଣ, ଶ୍ରମ ଇତ୍ୟାଦି ପାଇଁ ବ୍ୟବହାର କରିଥାଉ। ଭେଗାନିଜିମ୍ ଏକ ଖାଦ୍ୟ ପସନ୍ଦ ନୁହେଁ, କିନ୍ତୁ ଏହା ହେଉଛି ଏକ ସାମାଜିକ ନ୍ୟାୟ ଆନ୍ଦୋଳନ। ସମଗ୍ର ବିଶ୍ୱରେ କୋଟି କୋଟି ଶାକାହାରୀ ଏହା ପ୍ରମାଣ କରନ୍ତି ଯେ ମାଂସ, ଅଣ୍ଡା, କ୍ଷୀର, ମହୁ, ଚମଡ଼ା, ଲୋମ, ରେଶମ, ପଶୁ, ସର୍କସ, ପ୍ରାଣୀ ଉଦ୍ୟାନ ଇତ୍ୟାଦି ବିନା ସୁସ୍ଥ ଏବଂ ଖୁସିରେ ବଞ୍ଚିପାରିବେ। ବିଭିନ୍ନ କ୍ଷେତ୍ରରୁ ଆସିଥିବା ସ୍ୱେଚ୍ଛାସେବୀମାନଙ୍କୁ ପଚାରିବାରୁ ସେମାନେ  କହିଛନ୍ତି ଯେ, ଯେତେବେଳେ ଆମେ ଅନ୍ୟମାନଙ୍କୁ କ୍ଷତି ନକରି ଖୁସି ଏବଂ ସ୍ୱାସ୍ଥ୍ୟରେ ବଞ୍ଚିପାରିବା ତେବେ ଆମେ କାହିଁକି କରୁନାହୁଁ ବୋଲି ପ୍ରଶ୍ନ କରିଛନ୍ତି।

ଏହି ଅବସରରେ ସଂଗଠନର କାର୍ଯ୍ୟକର୍ତ୍ତା ଅନ୍ନଦା ଦାଶ, ପ୍ରତ୍ୟୁଷ ରଞ୍ଜନ, ବିକ୍ରାନ୍ତ ଶର୍ମା, ଦେବାଶିଷ ପଣ୍ଡା, ଶୁଭମ୍ ଶୁକ୍ଳା, ସିମରନ ତ୍ରିପାଠୀ  ଓ ଶିବାନୀ ଶର୍ମା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)